ETV Bharat / state

କୋରାପୁଟରେ FM ଟ୍ରାନ୍ସମିଟର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି - କୋରାପୁଟ ପ୍ରସାର ଭାରତୀ କେନ୍ଦ୍ର

କୋରାପୁଟ ପ୍ରସାର ଭାରତୀ କେନ୍ଦ୍ର ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୦୦ ୱ୍ବାଟ କ୍ଷମତା ସମ୍ପନ୍ନ ଏଫ ଏମ ଟ୍ରାନ୍ସମିଟରର ଭିଡ଼ିଓ କନଫରେନ୍ସ ମାଧ୍ୟମରେ କଲେ ଶୁଭ ଉଦଘାଟନ । ଅଧିକ ପଢନ୍ତୁ

FM transmitters
FM transmitters
author img

By

Published : Apr 28, 2023, 7:00 PM IST

FM ଟ୍ରାନ୍ସମିଟର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

କୋରାପୁଟ: କୋରାପୁଟବାସୀଙ୍କ ପାଇଁ ଶୁଭ ଖବର । ଏଣିକି ଘରେ ବସି ଲୋକେ ଏଫ୍‌ଏମ୍‌ ରେଡିଓର ନେଇପାରିବେ ମଜା । ଲୋକଙ୍କ ଦୀର୍ଘ ଦିନର ଦାବି ପୂରଣ ହୋଇଛି । ଏନେଇ ଆଜି କୋରାପୁଟ ପ୍ରସାର ଭାରତୀ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୦୦ ୱ୍ବାଟ୍‌ କ୍ଷମତା ସମ୍ପନ୍ନ ଏଫ୍‌ଏମ୍‌ ଟ୍ରାନ୍ସମିଟରର ଭିଡ଼ିଓ କନଫରେନ୍ସ ମାଧ୍ୟମରେ ଶୁଭ ଉଦଘାଟନ କରିଛନ୍ତି । ସେହିପରି କୋରାପୁଟ ସମେତ ଦେଶର ୯୧ଟି ଏଫ ଏମ ଟ୍ରାନ୍ସମିଟର ଲୋକାର୍ପଣ କରିଛନ୍ତି ।

ପାହାଡ ପର୍ବତ ଘେରା ଦୁର୍ଗମ ଅଞ୍ଚଳ ହେତୁ ଜୟପୁର ରେଡିଓ ଷ୍ଟେସନରୁ ଶ୍ରୋତା କାର୍ଯ୍ୟକ୍ରମ ଗୁଡିକୁ ସଠିକ ଭାବେ ଶୁଣିବାର ସୁଯୋଗ ପାଇ ପାରୁନଥିଲେ । ତେବେ ବର୍ତମାନ ଆକାଶବାଣୀ ଦ୍ୱାରା ପ୍ରସାରିତ ସାହିତ୍ୟ, କଳାକାର, ଯୁବ ପ୍ରତିଭା ,ଚାଷ, କୃଷକ, ମହିଳାଙ୍କୁ ନେଇ ବିଭିନ୍ନ କାର୍ଯ୍ୟକ୍ରମକୁ କୋରାପୁଟ ତଥା କୋରାପୁଟ ଚାରି ପାଖେ ପ୍ରାୟ 20 କିଲୋମିଟର ପରିଧିରେ ଶ୍ରୋତାମାନେ ଶୁଣିବାର ସୁଯୋଗ ପାଇପାରିବେ ବୋଲି ଆକାଶବାଣୀ ଜୟପୁରର ବରିଷ୍ଠ କର୍ମକର୍ତା ରଞ୍ଜନ କୁମାର ବେହେରା ଜଣାଇଛନ୍ତି ।

ତେବେ ଆଜିଠାରୁ ଏହାର ଆନୁଷ୍ଠାନିକ ଭାବରେ ଉଦଘାଟନ ହୋଇଥିବା ବେଳେ ଏଥିରେ ବର୍ତ୍ତମାନ ମୁମ୍ବାଇରେ ବିବିଧ ଭାରତୀର କାର୍ଯ୍ୟକ୍ରମ ପ୍ରସାରଣ ହେଉଛି । ଏହା ମାଧ୍ୟମରେ ଜୟପୁରର ଆକାଶବାଣୀ କାର୍ଯ୍ୟକ୍ରମ ପ୍ରସାରଣ ପାଇଁ ସାଧାରଣରେ ଦାବି ହେଉଛି । କୋରାପୁଟ ଅଞ୍ଚଳରେ ଗିରିକନ୍ଦର, ବଣ ଜଙ୍ଗଲ ଓ ନଦୀ ନାଳ ଚାରିପାଖେ ଜୀବନଯାପନ କରୁଥିବା ପ୍ରକୃତିର ସନ୍ତାନଙ୍କ କଳା, ସଂସ୍କୃତି, ନାଚ, ଗୀତ ଓ ଜୀବନର ଧାରାକୁ ସଂଗ୍ରହ କରି ବିଶ୍ୱ ଦରବାରରେ ବାଣ୍ଟିବା ପାଇଁ ୧୯୬୪ ମସିହାରେ ଜୟପୁରରେ ପ୍ରତିଷ୍ଠିତ ହୋଇଥିଲା ଆକାଶାବାଣୀ କେନ୍ଦ୍ର । ଏହି ଅଞ୍ଚଳର ୫୫ ବର୍ଷର ଇତିହାସକୁ ବହନ କରିଛି କହିଲେ ଅତ୍ୟୁକ୍ତି ହେବ ନାହିଁ । କେନ୍ଦ୍ରଟି ଆରମ୍ଭ ହେବା ଦିନଠାରୁ ଆଜି ପର୍ଯ୍ୟନ୍ତ ଜୟପୁର, କଟକ ଓ ଦିଲ୍ଲୀ ଆକାଶବାଣୀ କେନ୍ଦ୍ରରୁ ପ୍ରସାରିତ ହୋଇଥିବା ସମସ୍ତ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମକୁ ଏହି କେନ୍ଦ୍ର ତାର ଲାଇବ୍ରେରିରେ ସାଇତି ରଖିଛି ।

ଗତ ୫୫ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ଏହି କେନ୍ଦ୍ରରେ ପରଜା, ଦେଶିଆ, ସଉରା ଓ କନ୍ଧ ଭାଷାଭାଷୀ କଳାକାରଙ୍କ ସହଭାଗିତାରେ ଚଇତି ଜହ୍ନ, ତାରଭା ଓ କୂନେଇ ଲେଞ୍ଜୁ ଭଳି ଆଞ୍ଚଳିକ କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇ ଜନଆଦୃତ ହୋଇପାରିଛି । ଏଥି ଯୋଗୁଁ କୋରାପୁଟରେ ଉଦ୍ଘାଟିତ ଏହି FM ପ୍ରସାରଣ କେନ୍ଦ୍ରକୁ ଜୟପୁର ଆକାଶବାଣୀ କେନ୍ଦ୍ର ସହ ସଂଯୋଗ ସ୍ଥାପନ କଲେ ଅଗଣିତ ଶ୍ରୋତା ଏହି ଅଞ୍ଚଳର କଳା, ସଂସ୍କୃତି, ଐତିହ୍ୟ ଓ ପ୍ରଗତିର ଧାରା ସମ୍ପର୍କରେ ଅବଗତ ହୋଇପାରନ୍ତେ ବୋଲି ବିଶିଷ୍ଟ ସାହିତ୍ୟିକ ରବି ଶତପଥୀ ଆଶାପୋଷଣ କରିଛନ୍ତି । ଆଜିର କାର୍ଯ୍ୟକ୍ରମରେ କୋରାପୁଟ ବିଧାୟକ ରଘୁରାମ ପଡାଲ, ଅବସରପ୍ରାପ୍ତ ମହାବିଦ୍ୟାଳୟ ଅଧ୍ୟକ୍ଷ ଅମୂଲ୍ୟ ରଞ୍ଜନ ମହାପାତ୍ରଙ୍କ ସହ ଆକାଶବାଣୀ ଜୟପୁରର ବିଭିନ୍ନ କର୍ମକର୍ତ୍ତା ଏବଂ କୋରାପୁଟର ଅନେକ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.