ETV Bharat / state

ଆଳୁ ମଞ୍ଜି ପାଇଁ ଯିବାକୁ ପଡିବନି ପଞ୍ଜାବ, କୋରାପୁଟରେ ଆରମ୍ଭ ହୋଇଛି ପ୍ରୟାସ - koraput potato farming news

ଆଳୁ ଚାଷରେ ପାଦେ ଆଗକୁ ବଢୁଛି କୋରାପୁଟ ଜିଲ୍ଲା । କମ ଖର୍ଚ୍ଚରେ କୋରାପୁଟ ଜଳବାୟୁରେ ଆଳୁ ବିହନ ଉତ୍ପାଦନ କରିବା ଲକ୍ଷ୍ୟରେ ଆଗେଇ ଆସିଛି ଭୁବନେଶ୍ବର ସ୍ଥିତ ଆନ୍ତର୍ଜାତୀୟ ଆଳୁ ଗବେଷଣା କେନ୍ଦ୍ର । ଅଧିକ ପଢନ୍ତୁ

ଆଳୁ ମଞ୍ଚି ପାଇଁ ଯିବାକୁ ପଡିବନି ପଞ୍ଜାବ, କୋରୋପୁଟରେ ଆରମ୍ଭ ହୋଇଛି ପ୍ରୟାସ

author img

By

Published : Nov 2, 2022, 1:12 PM IST

କୋରାପୁଟ: କଫି, ହଳଦୀ ପାଇଁ କୋରାପୁଟ ଜିଲ୍ଲାର ସ୍ବତନ୍ତ୍ର ପରିଚୟ ରହିଛି । ଏବେ ଆଳୁରେ ଆଉ ଏକ ପରିଚୟ ହାସଲ କରିବାକୁ ଯାଉଛି ଜିଲ୍ଲା । ଆମ ରାଜ୍ୟ ଆଳୁ ବିହନ ପାଇଁ ପଞ୍ଜାବ ଉପରେ ନିର୍ଭରଶୀଳ । କିପରି ଆଞ୍ଚଳିକ ଉପାୟରେ କମ ଖର୍ଚ୍ଚରେ କୋରାପୁଟ ଜଳବାୟୁରେ ଆଳୁ ବିହନ ଉତ୍ପାଦନ କରିପାରିବା ସେ ଲକ୍ଷ୍ୟରେ ଆଗେଇ ଆସିଛି ଭୁବନେଶ୍ବର ସ୍ଥିତ ଆନ୍ତର୍ଜାତୀୟ ଆଳୁ ଗବେଷଣା କେନ୍ଦ୍ର । ଗବେଷଣା କେନ୍ଦ୍ର ଓ ଓଡ଼ିଶା ମିଶନ ଶକ୍ତି ମିଳିତ ପ୍ରୟାସରେ ଜିଲ୍ଲାରେ ଆଳୁ ଚାରା ଉତ୍ପନ୍ନ କାର୍ଯ୍ୟ ଆରମ୍ଭ ହୋଇଛି ।

ଆଳୁ ମଞ୍ଚି ପାଇଁ ଯିବାକୁ ପଡିବନି ପଞ୍ଜାବ, କୋରୋପୁଟରେ ଆରମ୍ଭ ହୋଇଛି ପ୍ରୟାସ

ବର୍ତ୍ତମାନ ଚାଷୀଙ୍କୁ ଏକର ପିଛା ବିହନ ବାବଦରେ ପ୍ରାୟ 50 ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି । କୋରାପୁଟ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରସ୍ତୁତ କରାଯାଉଥିବା ଆଳୁ ଚାରା ବ୍ୟବହାର କରି ପ୍ରାୟ 25 ହଜାର ଟଙ୍କାରେ ଏହି କାର୍ଯ୍ୟ ସମ୍ପାଦିତ ହୋଇପାରିବ । ଆନ୍ତର୍ଜାତୀୟ ଆଳୁ ଗବେଷଣା କେନ୍ଦ୍ର ଓ ଓଡ଼ିଶା ମିଶନ ଶକ୍ତିର ମିଳିତ ପ୍ରୟାସରେ କୋରାପୁଟ ଜିଲ୍ଲାର ନିଘାମାନିଗୁଡ଼ା,ଲକ୍ଷ୍ମୀପୁର ଓ କୁନ୍ଦୁଲି ଠାରେ ଥିବା ପଲି ହାଉସରେ ଭୁବନେଶ୍ୱର ଲାବୋରେଟରୀରୁ ଅଣାଯାଇଥିବା ଟିସୁ କଲଚରକୁ ଏଆରସି ଟେକ୍ନୋଲୋଜି ବ୍ୟବହାର କରି ଚାରା ପ୍ରସ୍ତୁତ କରାଯାଉଛି । ନିଘାମାନି ଗୁଡାରେ ମିଶନ ଶକ୍ତି ଦ୍ଵାରା ପରିଚାଳିତ ଏସଏଚଜି ମାଆ ଗଙ୍ଗେଶ୍ବରୀ ଭଳି ଅନ୍ୟାନ୍ୟ ସ୍ଥାନରେ ଏସଏଚଜିର ମହିଳା ସଦସ୍ୟମାନେ ଚାରା ଉତ୍ପାଦନ କରୁଛନ୍ତି । ଚାଷୀଙ୍କୁ ସୁଲଭ ମୂଲ୍ୟରେ ଆସନ୍ତା ନଭେମ୍ବର 15 ତାରିଖ ପରଠାରୁ ଆଳୁ ଚାରା ବିକ୍ରି କରିବାର ଯୋଜନା ରଖାଯାଇଛି ।

ଏହା ବି ପଢନ୍ତୁ...ଜଳବାୟୁ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କର ସ୍ୱତନ୍ତ୍ର ଆକ୍ସନ୍‌ ପ୍ଲାନ୍‌

ଦୁଇବର୍ଷ ପୂର୍ବେ ମିଶନ ଶକ୍ତି ଦ୍ଵାରା ଦିଆଯାଇଥିବା ପଲି ହାଉସରେ ଅମୃତଭଣ୍ଡା, ସଜନା ଓ ଲେମ୍ବୁ ଚାରା କରି ମାଆ ଗଙ୍ଗେଶ୍ୱରି ଏସଏଚଜି ଲାଭବାନ ହୋଇଛି । ବର୍ତ୍ତମାନ ଆଳୁ ଚାରା ପ୍ରସ୍ତୁତ କରି ବିକ୍ରି କରିବା ଫଳରେ ଚାଷୀଙ୍କ ସମେତ ଏସଏଚଜି ଗୁଡ଼ିକ ମଧ୍ୟ ଅଧିକ ଆୟ କରିପାରିବେ । ପଲି ହାଉସରେ ପ୍ରସ୍ତୁତ ଏହି ଆଳୁ ବିହନ ସ୍ବାସ୍ଥ୍ୟ ପାଇଁ ଉପଯୋଗୀ ଓ ଚାଷୀଙ୍କ ମଧ୍ୟ ଲାଭଦାୟକ ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.