ETV Bharat / state

କୋରାପୁଟରୁ ସାରା ରାଜ୍ୟକୁ ଯିବ ଆଳୁ ଚାରା, ଲାଭବାନ ହେବେ ଚାଷୀ - tissue culture potato saplings

Potato Saplings: ରାଜ୍ୟର ଆଳୁ ଚାଷୀଙ୍କୁ ଉନ୍ନତମାନର ଆଳୁ ବିହନ ଯୋଗାଇବ କୋରାପୁଟର ଅନ୍ତର୍ଜାତୀୟ ଆଳୁ ଗବେଷଣା କେନ୍ଦ୍ର । ପ୍ରସ୍ତୁତ ହେଉଛି ଉନ୍ନତମାନର ବିହନ କମିବ ଖର୍ଚ୍ଚ । ଅଧିକ ପଢନ୍ତୁ

କୋରାପୁଟରୁ ସାରା ରାଜ୍ୟକୁ ଯିବ ଆଳୁ ଚାରା , ଲାଭବାନ ହେବେ ଚାଷୀ

author img

By ETV Bharat Odisha Team

Published : Jan 14, 2024, 7:43 PM IST

Updated : Jan 14, 2024, 7:58 PM IST

କୋରାପୁଟରୁ ସାରା ରାଜ୍ୟକୁ ଯିବ ଆଳୁ ଚାରା, ଲାଭବାନ ହେବେ ଚାଷୀ

କୋରାପୁଟ: ଦୂର ହେବ ଆଳୁ ଚାଷ ସମସ୍ୟା । ଜିଲ୍ଲାରେ ପ୍ରସ୍ତୁତ ହେଉଛି ଆଳୁ ବିହନ । ରାଜ୍ୟର ଚାଷୀଙ୍କୁ ଉନ୍ନତମାନର ଆଳୁ ବିହନ ଯୋଗାଇବ କୋରାପୁଟର ଅନ୍ତର୍ଜାତୀୟ ଆଳୁ ଗବେଷଣା କେନ୍ଦ୍ର । ଏହା ଦ୍ୱାରା ଚାଷୀଙ୍କ ଖର୍ଚ୍ଚ କମିବା ସହ ଉନ୍ନତମାନର ବିହନ ପାଇପାରିବେ । ଆଉ କିଛିଦିନ ଗଲେ କୋରାପୁଟ ଜିଲ୍ଲାରେ ଚାଷୀ ପାଇଁ ଆଳୁ ବିହନ ବାବଦରେ ହେଉଥିବା ଖର୍ଚ୍ଚର ପରିମାଣ ଅଧା ହୋଇଯିବ ବୋଲି ଭୁବନେଶ୍ବର ସ୍ଥିତ ଅନ୍ତର୍ଜାତୀୟ ଆଳୁ ଗବେଷଣା କେନ୍ଦ୍ରର କର୍ମକର୍ତ୍ତା ରଞ୍ଜନ କୁମାର ସାହୁ କହିଛନ୍ତି ।

ତେବେ ବର୍ତ୍ତମାନ ଚାଷୀ ଏକର ପିଛା ବିହନ ବାବଦରେ ପ୍ରାୟ 50 ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡୁଥିବା ବେଳେ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରସ୍ତୁତ କରାଯାଉଥିବା ଆଳୁ ଚାରା ବ୍ୟବହାର କରି ପ୍ରାୟ 25 ହଜାର ଟଙ୍କାରେ ହୋଇପାରିବ । ଅନ୍ତର୍ଜାତୀୟ ଆଳୁ ଗବେଷଣା କେନ୍ଦ୍ର ପକ୍ଷରୁ ସେମିଳିଗୁଡା ଓ ପଟ୍ଟାଙ୍ଗି ସ୍ଥିତ କୃଷି ଗବେଷଣା କେନ୍ଦ୍ରଠାରେ ଥିବା ପଲି ହାଉସରେ ସ୍ୱତନ୍ତ୍ର ଲାବ୍ରୋଟୋରିରୁ ଅଣାଯାଇଥିବା ଟିସୁ କଲଚରକୁ ଏଆରସି ଟେକ୍ନୋଲୋଜି ବ୍ୟବହାର କରି ଚାରା ପ୍ରସ୍ତୁତ କରାଯାଇଛି । ଜିଲ୍ଲାର ଏହି ଦୁଇଟି କେନ୍ଦ୍ରରେ ଚାରା ଉତ୍ପାଦନ କରି ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକରେ ଚାଷୀଙ୍କୁ ସୁଲଭ ମୂଲ୍ୟରେ ବିକ୍ରି କରିବାର କାର୍ଯ୍ୟ ଆରମ୍ଭ ହୋଇଛି ।

ଏହା ମଧ୍ୟ ପଢନ୍ତୁ .....ପୋକ କରୁଥିଲେ ସବୁ ସର୍ବନାଶ, ମଶାରୀ ଭିତରେ ହେଉଛି ଚାଷ

ତେବେ ଭବିଷ୍ୟତରେ ଓଡ଼ିଶା ସରକାରଙ୍କ ଉଦ୍ୟାନ ବିଭାଗ ଦ୍ଵାରା ପଟ୍ଟାଙ୍ଗିଠାରେ ଏକ ଟିସୁ କଲଚର ଲାବ୍ରୋଟୋରି ଖୋଲିବାର ଯୋଜନା ରହିଛି ବୋଲି କୃଷି ଗବେଷଣା କେନ୍ଦ୍ରର ମୁଖ୍ୟ ବୈଜ୍ଞାନିକ ପର୍ଶୁରାମ ସିଆଳ ସୂଚନା ଦେଇଛନ୍ତି । ପାରମ୍ପରିକ ପ୍ରକ୍ରିୟାରେ ବ୍ୟବହାର କରାଯାଉଥିବା ଆଳୁ ବିହନ ଚାଷୀଙ୍କ ପାଖରେ ଠିକ ସମୟରେ ନ ପହଞ୍ଚିବା ତଥା ରୋଗ ମୁକ୍ତ ରହୁନଥିବା ଯୋଗୁଁ ସମ୍ପୂର୍ଣ୍ଣ ରୂପେ ବିଶୋଧିତ ପରିବେଶରେ ପ୍ରସ୍ତୁତ ହେଉଥିବା ଆଳୁ ଚାରା ଚାଷୀଙ୍କ ପାଇଁ ନୂତନ ଆଶା ସଂଚାର କରିବ ବୋଲି ଜୟପୁର ସ୍ଥିତ ସ୍ୱାମୀନାଥନ ଫାଉଣ୍ଡେସନର ବୈଜ୍ଞାନିକ କାର୍ତିକ ଲେଙ୍କା କହିଛନ୍ତି ।

ଏହିପରି ପ୍ରକ୍ରିୟାରେ ଚାରା ପ୍ରସ୍ତୁତି ପାଇଁ କୋରାପୁଟ ଜିଲ୍ଲାରେ ସର୍ବୋତ୍କୃଷ୍ଟ ପରିବେଶ ରହିଛି । ବର୍ତ୍ତମାନ ଆଳୁ ଚାରା ପ୍ରସ୍ତୁତ କରି ନିଜ ଅଞ୍ଚଳରେ ଆଳୁ ଚାଷ କରିବା ସହିତ ରାଜ୍ୟର ଅନ୍ୟାନ୍ୟ ଜିଲ୍ଲାର ଚାଷୀଙ୍କୁ ବିକ୍ରି କରିବା ଫଳରେ ଚାଷୀଙ୍କ ସମେତ ଏସଏଚଜି ଗୁଡ଼ିକ ମଧ୍ୟ ଅଧିକ ଆୟ ପାଇ ପାରିବେ ।

ଇଟିଭି ଭାରତ , କୋରାପୁଟ

Last Updated : Jan 14, 2024, 7:58 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.