ETV Bharat / state

ବିଳମ୍ବରେ ବିହନ ପହଞ୍ଚିବା ସାଙ୍ଗକୁ ଅନିୟମିତ ବର୍ଷା, ଆଳୁଚାଷୀଙ୍କ ମୁଣ୍ଡରେ ଚଡ଼କ

କୋରାପୁଟ ଜିଲ୍ଲାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ବିହନ ବିଳମ୍ବରେ ପହଞ୍ଚିଛି । ଏହା ସାଙ୍ଗକୁ ଅନିୟମିତତା ବର୍ଷା ଆଳୁଚାଷୀଙ୍କ ଉପରେ ଚଡ଼କ ପକାଇଛି । ଅଧିକ ପଢନ୍ତୁ

author img

By

Published : Oct 30, 2022, 7:41 AM IST

ବିଳମ୍ବରେ ବିହନ ପହଞ୍ଚିବା ସାଙ୍ଗକୁ ଅନିୟମିତ ବର୍ଷା, ଆଳୁଚାଷୀଙ୍କ ମୁଣ୍ଡରେ ଚଡ଼କ
ବିଳମ୍ବରେ ବିହନ ପହଞ୍ଚିବା ସାଙ୍ଗକୁ ଅନିୟମିତ ବର୍ଷା, ଆଳୁଚାଷୀଙ୍କ ମୁଣ୍ଡରେ ଚଡ଼କ

କୋରାପୁଟ: ଚିନ୍ତାରେ ଜିଲ୍ଲାର ଆଳୁଚାଷୀ ( Potato farmers of Koraput worried) । ଚଳିତ ବର୍ଷ ଖରିଫ ଋତୁରେ ଆଳୁ ଚାଷ କରିବା ପାଇଁ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ଆଳୁ ବିହନ ବିଳମ୍ବରେ ପହଞ୍ଚିଛି । ଏହା ସହ ଅନିୟମିତ ବର୍ଷା (Irregular rain impact on Potato cultivation) ଜିଲ୍ଲାର ଆଳୁ ଉତ୍ପାଦନ ଉପରେ ପ୍ରଭାବ ପକାଇଛି ।

ଜିଲ୍ଲାରେ ବହୁ ବର୍ଷ ଧରି ବିଭିନ୍ନ କିସମର ଆଳୁ ବିହନ ଲଗାଇ ଚାଷୀ ବ୍ୟବସାୟ କରିଆସିଛନ୍ତି । ଏ ନେଇ ସେମିଳିଗୁଡା ବ୍ଲକ ଅଞ୍ଚଳରେ ଗତ ଅନେକ ବର୍ଷ ଧରି ଗୁଣ୍ଠାପୁଟର ଆଳୁ ଚାଷ କରିଆସୁଥିବା ଚାଷୀ ଖଗପତି ହନ୍ତାଳ କହିଛନ୍ତି, "କେତେବେଳେ ଦେଶୀ ଆଳୁ ତ ଆଉ କେତେବେଳେ ନାଲି ଆଳୁ ଉତ୍ପାଦନ କରି ବଜାରରେ ନିଜ ସ୍ଥିତିକୁ ସୁଦୃଢ କରିବା ପାଇଁ ଚେଷ୍ଟା କରଆସିଛି । କିନ୍ତୁ ଆଶାନୁରୂପ ଭାବେ ଉତ୍ପାଦନ ହୋଇପାରୁନଥିବା ଯୋଗୁଁ ସରକାରୀ ଓ ବେସରକାରୀ ଯୋଜନାରେ ଉନ୍ନତ କିସମର ବିହନ ଲଗାଇ ଲାଭବାନ ହେବା ପାଇଁ ପ୍ରୟାସ କରୁଛି ।"

ବିଳମ୍ବରେ ପହଞ୍ଚିଥିବା ସରକାରୀ ବିହନ ସାଙ୍ଗକୁ ଚଳିତ ବର୍ଷ କୋରାପୁଟ ଫାର୍ମ ଆସୋସିଏସନ (KFA)ସହଯୋଗରେ କୁକରି ଜ୍ୟୋତି ଓ ଅନ୍ୟାନ୍ୟ ବିହନ ଆଣି ସେମିଳିଗୁଡା ଓ କୋରାପୁଟ ବ୍ଲକର ଚାଷୀ ଆଳୁ ଚାଷ କରିଥିବା କେଏଫଏର ସମ୍ପାଦକ ଶରତ ପଟ୍ଟନାୟକ କହିଛନ୍ତି । ଇଣ୍ଟନ୍ୟାସନାଲ ପୋଟାଟୋ ସେଣ୍ଟରର 'ସ୍ମଲ ଫାର୍ମ ଲାର୍ଜ ଫାର୍ମିଙ୍ଗ' ଯୋଜନାରେ ଏହି ଚାଷୀଙ୍କୁ ରିହାତି ଦରରେ ଉନ୍ନତ ମାନର ବିହନ ଯୋଗାଇ ଦିଆଯାଇଛି ବୋଲି ଏହି ସଂଗଠନର କର୍ମକର୍ତ୍ତା ରଞ୍ଜନ କୁମାର ସାହୁ କହିଛନ୍ତି ।

ଏହା ବି ପଢନ୍ତୁ- 31ରୁ ଭୁବନେଶ୍ଵରରୁ ଜୟପୁରକୁ ଉଡିବ ବିମାନ, ଏତିକି ରହିଛି ଟିକେଟ୍‌ ଦର

ଦେଶୀ ବିହନ ଲଗାଇ ଚାଷୀ ପ୍ରାୟ ତିନିଗୁଣ ଫସଲ ପାଉଥିଲେ । ତେବେ ଏହି ଉନ୍ନତ ମାନର ବିହନରୁ ଅନ୍ତତଃ ପକ୍ଷେ ପାଞ୍ଚଗୁଣ ପାଇବାର ସମ୍ଭାବନା ରହିଥିବା ବେଳେ ଅନିୟମିତ ବର୍ଷା ଯୋଗୁଁ ତିନି ଚାରି ଗୁଣ ଫସଲ ଉତ୍ପାଦନ ହେବ ବୋଲି ଖଗପତି ହନ୍ତାଳ ଆଶା କରିଛନ୍ତି । କିନ୍ତୁ ଚାଷୀ ଆସନ୍ତା ଥର ଭଲ ଫସଲ ହେବ ବୋଲି ପୁଣି ଥରେ ଆଶା ବାନ୍ଧିଛନ୍ତି ବୋଲି ସେ କହିଛନ୍ତି । ତେବେ ଏହି ଅଞ୍ଚଳରେ କେଉଁଭଳି ବିହନ ଭଲ ଉତ୍ପାଦନ ଦେଇ ପାରିବ ସେ ନେଇ ଚଳିତ ବର୍ଷ ଚାଷୀଙ୍କ ଜମିରେ ହିଁ ପରୀକ୍ଷା କରାଯାଇଛି ।

ଆସନ୍ତା ଥରକୁ ଉନ୍ନତ ମାନର ବିହନ ଚାଷୀଙ୍କୁ ଠିକ୍ ସମୟରେ ଦିଆଯିବା ପାଇଁ ପ୍ରଚେଷ୍ଟା କରାଯିବ ବୋଲି କେଏଫଏର ସମ୍ପାଦକ ଶରତ ପଟ୍ଟନାୟକ କହିଛନ୍ତି । କୋରାପୁଟ ଜିଲ୍ଲାର ଆଳୁ ବର୍ତ୍ତମାନ ଦେଶର ବିଭିନ୍ନ ରାଜ୍ୟରେ ଯେପରି ଆଦର ଲାଭ କରିଛି ତାକୁ ଦେଖିଲେ ଭବିଷ୍ୟତରେ କୋରାପୁଟ ଜିଲ୍ଲା ଆଳୁ ଚାଷ କ୍ଷେତ୍ରରେ ରାଜ୍ୟ ପାଇଁ ଏକ ପ୍ରମୁଖ ଅଞ୍ଚଳ ହୋଇ ଉଠିବ ବୋଲି ରଞ୍ଜନ ମତ ରଖିଛନ୍ତି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.