ETV Bharat / state

ଫୋକସରେ ‘କୋରାପୁଟ କଫି’ର ଅଧିକ ଉତ୍ପାଦନ

କୋରାପୁଟ କଫି ଦିନକୁ ଦିନ ଲୋକପ୍ରିୟ ହେବାରେ ଲାଗିଛି । ଏହି କଫି ମଧ୍ୟ ଅନଲାଇନରେ ଉପଲବ୍ଧ । ଟିଡିସିସିର କାଉଣ୍ଟରରେ ମଧ୍ୟ କୋରାପୁଟ ଓ ଭୁବନେଶ୍ବରରେ ସହଜରେ କଫି ପାଇପାରୁଛନ୍ତି ଲୋକେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ
author img

By

Published : Sep 28, 2019, 9:14 PM IST

କୋରାପୁଟ: ନିକଟରେ କୋରାପୁଟରେ କଫି ସେଣ୍ଟେରର ଲୋକାର୍ପଣ ହୋଇଥିଲା । ଯାହାର ଚାହିଦା ଏବେ ବଢି ବଢି ଚାଲିଛି । ମାତ୍ର କିଛି ଦିନ ମଧ୍ୟରେ ଲୋକଙ୍କ ଦ୍ବାରା ବହୁମାତ୍ରାରେ ଆଦୃତ ହୋଇପାରିଛି ଏହି କଫି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

କଫି ପ୍ରେମୀ କୋରାପୁଟ କଫିକୁ କୋରାପୁଟ ଓ ଭୁବନେଶ୍ବରରେ ଟିଡିସିସିର କାଉଣ୍ଟରରେ ପାଉଥିବା ବେଳେ ସାରା ଦେଶରେ ଅନଲାଇନ ବ୍ୟବସାୟ ମାଧ୍ୟମରେ ମଧ୍ୟ ଏହା ଲୋକଙ୍କ ଘରେ ପହଞ୍ଚି ପାରିଛି ବୋଲି କଫି ବୋର୍ଡର ଆଞ୍ଚଳିକ ସଂଯୋଗ ଅଧିକାରୀ ଅଜିତ କୁମାର ରାଉତ ଜଣାଇଛନ୍ତି ।

କୋରାପୁଟରେ ଥିବା ଟିଡିସିସି କାଉଣ୍ଟରର ପରିଚାଳକ ଜଗନ୍ନାଥ ରାଉତଙ୍କ କହିବାନୁଯାୟୀ ପ୍ରତିଦିନ ପ୍ରାୟ ୫୦ କିଲୋ କଫି ଗୁଣ୍ଡର ଚାହିଦା ଥିବା ବେଳେ ଏହିଠାରେ ଲଗାଯାଇଥିବା ଗ୍ରାଇଣ୍ଡରର କଫି ମଞ୍ଜିକୁ ଗୁଣ୍ଡ କରିବା କ୍ଷମତା କମ । ତେଣୁ ଦିନକୁ କେବଳ ୩୦ କିଲୋ କଫି ଗୁଣ୍ଡ ପ୍ରସ୍ତୁତ କରିହେଉଛି । ତେଣୁ ଅନେକ ସମୟରେ ଗ୍ରାହକଙ୍କୁ ଖାଲିହାତରେ ଫେରିବାକୁ ପଡୁଥିବା ସେ ସ୍ପଷ୍ଟ କରିଛନ୍ତି ।

ତେବେ ଏହି ସମସ୍ୟାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ଏକ ବ୍ୟବସାୟ ଉପଯୋଗୀ ଗ୍ରାଇଣ୍ଡର ଅଣାଯାଉଥିବା ଅଜିତ ରାଉତ ଜଣାଇଛନ୍ତି । ଆସନ୍ତା ଡିସେମ୍ବର ମାସ ପରେ ଅଧିକ ମାତ୍ରାରେ କଫି ମଞ୍ଜି ମିଳିବା ଆରମ୍ଭ ହେବ ଓ ତାହାଦ୍ବାରା ଆହୁରି ଉନ୍ନତ ମାନର କଫି ବଜାରକୁ ଛାଡିବା ସମ୍ଭବ ହେବ ବୋଲି ସେ ମତ ପ୍ରକାଶ କରିଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

Intro:କୋରାପୁଟ କଫି ତାର ଲୋକାର୍ପଣର ମାତ୍ର କିଛି ଦିନ ମଧ୍ୟରେ ଲୋକଙ୍କ ଦ୍ୱାରା ବହୁମାତ୍ରାରେ ଆଦୃତ ହୋଇପାରିଛି ।Body:କଫି ପ୍ରେମୀ କୋରାପୁଟ କଫି କୁ କୋରାପୁଟ ଓ ଭୁବନେଶ୍ୱରରେ ଟିଡିସିସି ର କାଉଣ୍ଟରରେ ପାଉଥିବା ବେଳେ ସାରା ଦେଶରେ ଅନଲାଇନ ବ୍ୟବସାୟ ମାଧ୍ୟମରେ ରେ ମଧ୍ୟ ଏହା ଲୋକଙ୍କ ଘରେ ପହଂଚି ପାରିଛି ବୋଲି କଫି ବୋର୍ଡ ର ଆଞ୍ଚଳିକ ସଂଯୋଗ ଅଧିକାରୀ ଅଜିତ କୁମାର ରାଉତ ଜଣାଇଛନ୍ତି । କୋରାପୁଟ ରେ ଥିବା ଟିଡିସିସି କାଉଣ୍ଟରର ପରିଚାଳକ ଜଗନ୍ନାଥ ରାଉତ ଙ୍କ କହିବାନୁଯାୟୀ ପ୍ରତିଦିନ ପ୍ରାୟ ୫୦ କିଲୋ କଫି ଗୁଣ୍ଡ ର ଚାହିଦା ଥିବା ବେଳେ ଏହିଠାରେ ଲଗାଯାଇଥିବା ଗ୍ରାଇଣ୍ଡରର କଫି ମଞ୍ଜିକୁ ଗୁଣ୍ଡ କରିବା କ୍ଷମତା କମ ଥିବା ଯୋଗୁଁ ଦିନକୁ କେବଳ ୩୦ କିଲୋ କଫି ଗୁଣ୍ଡ ପ୍ରସ୍ତୁତ କରିହେଉଛି । ତେଣୁ ଅନେକ ସମୟରେ ଗ୍ରାହକ ଙ୍କୁ ଖାଲିହାତରେ ଫେରିବାକୁ ପଡୁଥିବା ସେ ସ୍ପଷ୍ଟ କରିଛନ୍ତି । ତେବେ ଏହି ଅସୁବିଧାକୁ ଗ୍ରହଣ କରି ବର୍ତମାନ ଏକ ବ୍ୟବସାୟ ଉପଯୋଗୀ ଗ୍ରାଇଣ୍ଡର ଅଣାଯାଉଥିବା ଅଜିତ ରାଉତ ଜଣାଇଛନ୍ତି ।Conclusion:ଆସନ୍ତା ଡିସେମ୍ବର ମାସ ପରେ ଅଧିକ ମାତ୍ରାରେ କଫି ମଞ୍ଜି ମିଳିବା ଆରମ୍ଭ ହେବ ଓ ତାହାଦ୍ବାରା ଆହୁରି ଉନ୍ନତ ମାନର କଫି ବଜାରକୁ ଛାଡିବା ସମ୍ଭବ ହେବ ବୋଲି ସେ ମତ ପ୍ରକାଶ କରିଛନ୍ତି ।
........
Byte : ଜଗନ୍ନାଥ ରାଉତ , ଟିଡିସିସି କାଉଣ୍ଟର ପରିଚାଳକ
Byte : ଅଜିତ ରାଉତ , କଫି ବୋର୍ଡ ଆଞ୍ଚଳିକ ସଂଯୋଜକ
.........
ଶାନ୍ତାକାର
କୋରାପୁଟ
.......
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.