ETV Bharat / state

ଶ୍ରାବଣରେ ବୈଶାଖର ଖରା, ବର୍ଷାକୁ ନେଇ ଚିନ୍ତାରେ ଚାଷୀ

ଗୋଟେ ପଟେ କୋରୋନା ପ୍ରକୋପ ଆଉ ଆର ପଟେ ସ୍ବଳ୍ପ ବର୍ଷା । ଆଷାଢ଼ ପୁରି ଶ୍ରାବଣର ଅଧାଅଧି ସରିବାକୁ ବସିଲାଣି, ହେଲେ ଏବେ ଯାଏଁ ବର୍ଷାର ଦେଖା ନାହିଁ । କୋରାପୁଟ ଜିଲ୍ଲାରେ ପ୍ରତିବର୍ଷ ଜୁଲାଇ ମାସ ବେଳକୁ ହାରାହାରି 375.6 ମିଲିମିଟର ବୃଷ୍ଟିପାତ ହେଉଥିବା ବେଳେ ଚଳିତବର୍ଷ କିନ୍ତୁ 230.49 ମିଲିମିଟର ବୃଷ୍ଟିପାତ ହୋଇଛି । ଫଳରେ ଏ ଅଞ୍ଚଳର ଚାଷୀଙ୍କ ପାଇଁ ଏହା ଏକ ବୃହତ ସମସ୍ୟା ହୋଇ ଠିଆ ହୋଇଛି ।

author img

By

Published : Jul 31, 2020, 1:45 PM IST

ଶ୍ରାବଣରେ ବୈଶାଖର ଖରା, କମ ବୃଷ୍ଟିକୁ ନେଇ ଚିନ୍ତାରେ ଚାଷୀ

କୋରାପୁଟ: ସବୁଜ ସୁନ୍ଦର କୋରାପୁଟ ମାଟି । ଆଦିବାସୀ ଅଧ୍ୟୁଷିତ ଏହି ଜିଲ୍ଲାରେ ଆଦିବାସୀ ମାନେ ସାଧାରଣତଃ ଚାଷବାସ ଉପରେ ନିର୍ଭର କରି ଚଳିଥାନ୍ତି । ଏହି ପାହାଡିଆ ଅଞ୍ଚଳରେ ଚାଷବାସ ପାଇଁ ବର୍ଷା ହିଁ ଏକମାତ୍ର ସାହା ଭରସା । ହେଲେ ଚଳିତବର୍ଷ ମୌସୁମୀ ଲୁଚକାଳି ଖେଳୁଥିବାବେଳେ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି ।

ଆଷାଢ଼ ପୁରି ଶ୍ରାବଣର ଅଧାଅଧି ସରିବାକୁ ବସିଲାଣି, ହେଲେ ଏବେ ଯାଏଁ ବର୍ଷାର ଦେଖା ନାହିଁ । କୋରାପୁଟ ଜିଲ୍ଲାରେ ପ୍ରତିବର୍ଷ ଜୁଲାଇ ମାସ ବେଳକୁ ହାରାହାରି 375.6 ମିକିମିଟର ବୃଷ୍ଟିପାତ ହେଉଥିବା ବେଳେ ଚଳିତବର୍ଷ କିନ୍ତୁ 230.49 ମିଲିମିଟର ବୃଷ୍ଟିପାତ ହୋଇଛି । ଗୋଟେ ପଟେ ଲକଡାଉନ ଓ ସଟଡାଉନର ପ୍ରତିବନ୍ଧକ ପୁଣି ଆରପଟେ ସ୍ବଳ୍ପ ବର୍ଷା ଚାଷୀର ସମସ୍ୟାକୁ ଆହୁରି ବଢାଇ ଦେଇଛି ।

କୋରାପୁଟ ଜିଲ୍ଲାରେ ଚାଷୀ ସାମନା କରୁଥିବା ଏହି ସମସ୍ୟାକୁ ପରଖିବା ପାଇଁ ଆମ ଟିମ ଯାଇ ପହଞ୍ଚିଥିଲା କୋରାପୁଟ ବ୍ଲକ ଅନ୍ତର୍ଗତ ମାଛରା ଓ ଉମୁରି ପଞ୍ଚାୟତରେ । ଏବେ ଚାଷୀ ମାଣ୍ଡିଆ , ଧାନ ଚାରା ଆଦି ଲଗାଇ ସାରିଥିଲେ ସୁଦ୍ଧା ଖରା ଯୋଗୁଁ ସବୁ ଜଳି ପୋଡି ଶୁଖିବାକୁ ବସିଲାଣି । ପ୍ରଚଣ୍ଡ ଖରା ଯୋଗୁଁ ମାଟି ଫାଟି ଆଁ କରିଛି । ଏହି ଅଞ୍ଚଳରେ ଚାଷ ଉପଯୋଗୀ ତଳିଆ ଜମି କୋଲାବ ଜଳଭଣ୍ଡାରରେ ଜଳ ସମାଧି ହୋଇସାରିଥିବା ବେଳେ ବାକି ପଡିଥିବା ଉପରମୁଣ୍ଡର ଜମିରେ ଚାଷ କରିବା ପାଇଁ ବର୍ଷାଜଳ ହିଁ ଏକମାତ୍ର ଭରଷା । ଏପରି ସମୟରେ ବର୍ଷା ନହେବା ଏ ଅଂଚଳର ଚାଷୀଙ୍କ ପାଇଁ ଏକ ବୃହତ ସମସ୍ୟା ହୋଇ ଠିଆ ହୋଇଛି ।

ସେପଟେ ଚାଷ କାମ ହୋଇପାରୁନଥିବା ବେଳେ କୋରୋନା କଟକଣା ହେତୁ ଏମାନେ ସହରକୁ ଯାଇ ଅନ୍ୟାନ୍ୟ କାମ ମଧ୍ୟ କରିପାରୁନାହାନ୍ତି । ଫଳରେ ପରିବାର ଭରଣପୋଷଣ କରିବା ଏମାନଙ୍କ ପାଇଁ ଏବେ କଷ୍ଟକର ହୋଇପଡିଛି ।

କୋରାପୁଟରୁ ସି ଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.