ETV Bharat / state

ସାମାଜିକ ସୁରକ୍ଷା ନୀତି ଫେଲ, ଭୋକରେ ସମୟ କାଟୁଛନ୍ତି ଲୋକେ

author img

By

Published : Apr 28, 2020, 10:33 PM IST

ନାଥୁରାମ ଭଳି ଆହୁରି ଅନେକ ମଣିଷ । ଯେଉଁମାନଙ୍କୁ ଲକଡାଉନରେ ଦୁଇ ଓଳି ଖାଇବା ମିଳିବା ସ୍ବପ୍ନ । ଅଧିକ ପଢନ୍ତୁ...

ସାମାଜିକ ସୁରକ୍ଷା ନୀତି ଫେଲ, ଭୋକରେ ସମୟ କାଟୁଛନ୍ତି ଲୋକେ
ସାମାଜିକ ସୁରକ୍ଷା ନୀତି ଫେଲ, ଭୋକରେ ସମୟ କାଟୁଛନ୍ତି ଲୋକେ

କୋରାପୁଟ: କୋରୋନା ଯୋଗୁଁ ଲକଡାଉନ ସମୟରେ କେହି ଭୋକରେ ରହିବେ ନାହିଁ । ସାମାଜିକ ସୁରକ୍ଷା ନୀତି ଆଧାରରେ ନିଷ୍ପତ୍ତି ନେଇଛନ୍ତି ସରକାର । ସମସ୍ତ ପଞ୍ଚାୟତ ଓ ପୌରାଞ୍ଚଳରେ ଖୋଲିଛି ଖାଦ୍ୟ ପ୍ରସ୍ତୁତି କେନ୍ଦ୍ର । ଗରିବ, ନିରାଶ୍ରୟ, ଦିବ୍ୟାଙ୍ଗ ଲୋକଙ୍କୁ ପରଷାଯିବ ରନ୍ଧା ଖାଦ୍ୟ । ଏହି ଉଦ୍ଦେଶ୍ୟରେ ରାଜ୍ୟ ବିପର୍ଯ୍ୟୟ ସହାୟତା ପାଣ୍ଠି, ଏସଡିଆରଏଫର ସହଯୋଗରେ କୋରାପୁଟ ଜିଲ୍ଲା ପ୍ରଶାସନ ଖାଦ୍ୟ ପ୍ରସ୍ତୁତି କେନ୍ଦ୍ର ଖୋଲିଥିବା ଅତିରିକ୍ତ ଜିଲ୍ଲାପାଳ ଦେବେନ ପ୍ରଧାନ ସୂଚନା ଦେଇଛନ୍ତି । ଏପରିକି କେନ୍ଦ୍ରକୁ ନ ଆସିଲେ ଘରକୁ ପଠାଇବାର ଅଛି ବ୍ୟବସ୍ଥା ।

ସାମାଜିକ ସୁରକ୍ଷା ନୀତି ଫେଲ, ଭୋକରେ ସମୟ କାଟୁଛି ନାଥୁରାମ

କିନ୍ତୁ ପ୍ରକୃତରେ ଏହାର ବାସ୍ତବତା କେତେ ? କଣ ସତରେ ଏହା ହେଉଛି କାର୍ଯ୍ୟକାରୀ ? ଏହାର ବାସ୍ତବ କାର୍ଯ୍ୟକାରିତା ସମ୍ପର୍କରେ ପରଖିବା ପାଇଁ ଇଟିଭି ଟିମ ପହଞ୍ଚିଥିଲା କୋରାପୁଟ ବ୍ଲକ ଅନ୍ତର୍ଗତ ମହାଦେଇପାଟ ଓ ବଡକେରେଙ୍ଗା ପଞ୍ଚାୟତରେ । ବଡକେରେଙ୍ଗା ପଞ୍ଚାୟତର ଡ୍ୟାମ ସାଇଟରେ କୁଲି କାମ କରି ଜୀବନ ପୋଷୁଛି ଏକାକୀ ମଣିଷ ନାଥୁରାମ ଖିଲ । ବାର ଦୁଆର ହୋଇ ଯୋଗାଡ କରେ ଖାଦ୍ୟ । ଖାଇବା ନମିଳିଲେ ଛୋଟମୋଟ କାମ କରି ସମ୍ପର୍କୀୟଙ୍କ ଘରେ ଟଙ୍କା ଦେଇ ଖାଇବା ପାଏ । ସମ୍ପର୍କୀୟ ପଦ୍ମା ନିଜେ ଅତି ଗରିବ । ଟଙ୍କା ନଦେଲେ ଖିଲଙ୍କୁ ଦେଇପାରେନି ଖାଇବା ।

ନାଥୁରାମ ଭଳି ଆହୁରି ଅନେକ ମଣିଷ । ଯେଉଁମାନଙ୍କୁ ଲକଡାଉନରେ ଦୁଇ ଓଳି ଖାଇବା ମିଳିବା ସ୍ବପ୍ନ । କିଛି ସ୍ବୟଂ ସେବକ ଗୋଷ୍ଠୀ ଦିବ୍ୟାଙ୍ଗ ଲୋକଙ୍କ ଘରେ ପହଞ୍ଚାଉଛନ୍ତି ଖାଇବା । ହେଲେ ଏଥିରେ ବାଧା ସାଜିଛି କାଳବୈଶାଖୀ । ଏହା ହେଉଛି କୋରାପୁଟର ବଡକେରେଙ୍ଗା, ମହାଦେଇପାଟ, ଡଲିଆମ୍ବ ଓ କରଞ୍ଜିଆଗୁଡା ଗାଁର ହିତାଧିକାରୀଙ୍କ ଦୁଃଖ କାହାଣୀ । ଲକଡାଉନ ଏମାନଙ୍କ ପେଟରେ ମାରିଛି ଲାତ । 2 ବେଳା 2 ମୁଠା ଖାଇବା ଠିକ ଭାବେ ଖାଇବା ଏମାନଙ୍କ ଭାଗ୍ୟରେ ଜୁଟୁ ନାହିଁ ।

ମହାଦେଇପୁଟଠାରେ ସ୍ଥାନୀୟ ସ୍ବୟଂ ସହାୟକ ଦଳ ମାଧ୍ୟମରେ ବାର ଜଣ ହିତାଧିକାରୀ ଚୟନ କରାଯାଇଛନ୍ତି । ଡଲିଆମ୍ବ ଓ କରଞ୍ଜିଆଗୁଡା ଗ୍ରାମର ଦୁଇଜଣ ହିତାଧିକାରୀ ପଞ୍ଚାୟତର ଅଙ୍ଗନବାଡି କେନ୍ଦ୍ର ପର୍ଯ୍ୟନ୍ତ ଆସିବା ପାଇଁ ଅକ୍ଷମତା ପ୍ରକାଶ କରିଛନ୍ତି । ଏମାନଙ୍କ ସହ ମହାଦେଇପୁଟ ଗ୍ରାମର ଚାଲି ବୁଲି ପାରୁନଥିବା ତିନିଜଣ ବ୍ୟକ୍ତିଙ୍କ ଘରକୁ ସ୍ବୟଂ ସହାୟକ ଦଳ ପକ୍ଷରୁ ଖାଦ୍ୟ ସେମାନଙ୍କ ଘର ପର୍ଯ୍ୟନ୍ତ ପହଞ୍ଚାଇଦେବାର ବ୍ୟବସ୍ଥା କରାଯାଇଥିବା ଖାଦ୍ୟକେନ୍ଦ୍ରର ପରିଚାଳିକା ଗୁଣମତି ମସ୍ତି ଜଣାଇଛନ୍ତି ।

ତେବେ ସନ୍ଧ୍ୟାବେଳେ ବର୍ଷା ପବନ ହେଉଥିବା ଯୋଗୁଁ ହିତାଧିକାରୀଙ୍କୁ ଏହି ସେବା ଯୋଗାଇ ଦେଇପାରୁନଥିବା ଏସଏଚଜିର ପ୍ରତିନିଧି ପୁଷ୍ପା ପ୍ରଧାନୀ ଜଣାଇଛନ୍ତି । ମହାଦେଇପୁଟରେ ଯୋଗାଇ ଦିଆଯାଉଥିବା ସେବାରେ ହିତାଧିକାରୀ ଅଳ୍ପବହୁତ ସନ୍ତୁଷ୍ଟ ଅଛନ୍ତି । ସରକାର ବିଭିନ୍ନ ଯୋଜନା ଘୋଷଣା କରିଛନ୍ତି । ଲୋକଙ୍କୁ ଖାଦ୍ୟ ଯୋଗାଇବାକୁ ବିଭିନ୍ନ ବ୍ୟବସ୍ଥା ଥିଲେ ମଧ୍ୟ ପ୍ରକୃତରେ ସେମାନେ ପାଉଛନ୍ତି କି ନାହିଁ ତାହାର ସତ୍ୟତା ପରଖିବାକୁ କେହି ନାହିଁ । ଫଳରେ ନାଥୁରାମ ଭଳି ଲୋକ ଏବେ ବି ଭୋକ ଉପାସରେ ସମୟ କାଟୁଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.