ETV Bharat / state

କୋରାପୁଟରେ ପଲିଥିନ ମନା

ପଲିଥିନ ବ୍ୟବହାର କଲେ ପ୍ରଶାସନ ନେବ କାର୍ଯ୍ୟାନୁଷ୍ଠାନ । କୋରାପୁଟକୁ ସମ୍ପୂର୍ଣ୍ଣ ପଲିଥିନ ନିଷେଦ୍ଧ ସହର କରିବାକୁ ପୌରପାଳିକା ନେଇଛି ନିଷ୍ପତ୍ତି ।

author img

By

Published : Jun 15, 2019, 11:24 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା,କୋରାପୁଟ

କୋରାପୁଟ: ସହରର ନାଳ ନର୍ଦ୍ଦମା ଠାରୁ ଆରମ୍ଭକରି ରାସ୍ତାଘାଟ ସବୁଆଡ଼େ ଖାଲି ପଲିଥିନ । ପଲିଥିନ ପ୍ରଦୂଷଣ ବୃଦ୍ଧି ସମ୍ପୂର୍ଣ୍ଣ ସହରର ଜନଜୀବନରେ ସୃଷ୍ଟି କରିଛି ବିରାଟ ସମସ୍ୟା । ତେଣୁ ବହୁଳ ମାତ୍ରାରେ ପଲିଥିନ ବ୍ୟବହାର ପରିଲକ୍ଷିତ ହେଉଥିବାରୁ ପ୍ରଶାସନ ଏହା ଉପରେ ଲଗାଇଛି କଟକଣା ।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା,କୋରାପୁଟ

ପଲିଥିନ୍ ବ୍ୟବହାର ନକରି ବଜାର ଆସିବା ବେଳେ ଘରୁ କନାର ମୁଣାଟିଏ ଆଣିବା ପାଇଁ ସଚେତନତା ସୃଷ୍ଟି କରାଯାଇଛି । ଯେଉଁ ଦୋକାନୀ ଏହି ନିର୍ଦେଶର ଅବମାନନା କରି ପଲିଥିନରେ ଜିନିଷ ଦେବେ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି ପୌରପାଳିକା ନିର୍ବାହୀ ଅଧିକାରୀ ଗୌର ଚନ୍ଦ୍ର ପଟ୍ଟନାୟକ ।

ତେବେ ବିଗତ ଦିନ ମାନଙ୍କରେ ଅନେକବାର ପଲିଥିନ ମୁଣାର ବ୍ୟବହାର ଉପରେ କଟକଣା ଜାରି କରାଯାଇଥିବା ବେଳେ ପ୍ରଶାସନ ଦ୍ବାରା ଦିଆଯାଇଥିବା ନିର୍ଦେଶକୁ ବଳବତ୍ତର କରିବା ସମ୍ଭବପର ହୋଇପାରି ନଥିଲା । କିନ୍ତୁ ଚଳିତ ବର୍ଷ ପ୍ରଶାସନର ଏହି ନିଶେଦ୍ଧାଦେଶ କେତେ ପର୍ଯ୍ୟନ୍ତ ଫଳପ୍ରଦ ହେବ ସେ ନେଇ ସାଧାରଣ ଜନତାଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି ହୋଇଛି ।

କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ

Intro:କୋରାପୁଟ ସହରରେ ପୌରପରିଷଦ ଦ୍ୱାରା ପଲିଥିନ ମୁଣାର ବ୍ୟବହାର ଉପରେ କଟକଣା ଜାରି କରାଗଲା ।Body:ସହରର ନାଳ ନର୍ଦମା ତଥା ରାସ୍ତାଘାଟ ରେ ପଲିଥିନ ମୁଣା ଭର୍ତ୍ତି ହୋଇଯାଇ ପ୍ରଦୂଷଣ ବୃଦ୍ଧି କରିବା ସହ ଜନଜୀବନରେ ବାଧା ସୃଷ୍ଟି କରିଥିବା ପରିଲକ୍ଷିତ କରି ଏହି ପଦକ୍ଷେପ ନିଆଯାଇଥିବା ପୌରପାଳିକାର ନିର୍ବାହୀ ଅଧିକାରୀ ଗୌର ଚନ୍ଦ୍ର ପଟ୍ଟନାୟକ ଜଣାଇଛନ୍ତିConclusion:ପଲିଥିନ୍ ବ୍ୟବହାର ନକରି ବଜାର ଆସିବା ବେଳେ ଘରୁ କନାର ମୁଣାଟିଏ ଆଣିବା ପାଇଁ ସଚେତନତା ସୃଷ୍ଟି କରାଯାଇଛି ଓ ଯେଉଁ ଦୋକାନୀ ଏହି ନିର୍ଦେଶ ର ଅବମାନନା କରି ପଲିଥିନ ରେ ଜିନିଷ ଦେବେ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି । ତେବେ ବିଗତ ଦିନ ମାନଙ୍କରେ ଅନେକବାର ପଲିଥିନ ମୁଣାର ବ୍ୟବହାର ଉପରେ କଟକଣା ଜାରି କରାଯାଇଥିବା ବେଳେ ପ୍ରଶାସନ ଦ୍ୱାରା ଦିଆଯାଇଥିବା ନିର୍ଦେଶକୁ ବଳବତ୍ତର କରିବା ସମ୍ଭବପର ହୋଇପାରି ନଥିବା ଯୋଗୁଁ ଚଳିତ ଥରର ଏହି ନେଶେଦ୍ଧାଦେଶ କେତେ ପର୍ଯ୍ୟନ୍ତ ଫଳପ୍ରଦ ହେବ ସେ ନେଇ ସାଧାରଣ ଜନତାଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି ହୋଇଛି ।
..........
Byte : Goura Chandra Patnaik Executive Officer Koraput Municipality
Byte : Shop keeper
Byte : Bhabani Shankar Mishra , Local resident
P2C : Santakar
..........
ଶାନ୍ତାକାର
କୋରାପୁଟ
.............
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.