ETV Bharat / state

ପ୍ରଦୂଷଣ ରୋକିବାରେ ଫେଲ ପ୍ରଶାସନ, ଭସାଣୀ ପରେ ଦୂଷିତ ହେଲା ଚମ୍ପାଗୁଡା ଘାଟ - koraput news

ଚମ୍ପାଗୁଡା ଘାଟରେ ଗଣେଶ ମୂର୍ତ୍ତି ବିସର୍ଜନ ପରେ ସେଠାରେ ଆବର୍ଜନା ସୃଷ୍ଟି ହୋଇଛି । ଏପରିକି ଆବର୍ଜନା ଗୁଡିକୁ ସଫାକରିବା ପାଇଁ କୌଣସି ପଦକ୍ଷେପ ନିଆଯାଇନାହିଁ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ
author img

By

Published : Sep 9, 2019, 7:01 PM IST

କୋରାପୁଟ: କୋରାପୁଟ ଜିଲ୍ଲା ପ୍ରଶାସନ ମୂର୍ତ୍ତି ବିସର୍ଜନ ଜନିତ ପ୍ରଦୂଷଣ ରୋକିବାକୁ କରିଥିବା ପ୍ରୟାସ ନିଷ୍ଫଳ ହୋଇଛି। ଅନେକ ସ୍ଥାନରେ ବିସର୍ଜନ ନ କରି କେବଳ ଚମ୍ପାଗୁଡା ଘାଟରେ ବିସର୍ଜନ କରିବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଗଣେଶ ମୂର୍ତ୍ତି ବିସର୍ଜନ ପରେ ସେଠାରେ ଆବର୍ଜନା ସୃଷ୍ଟି ହୋଇଛି । ଏପରିକି ଆବର୍ଜନା ଗୁଡିକୁ ସଫାକରିବା ପାଇଁ କୌଣସି ପଦକ୍ଷେପ ନିଆଯାଇନାହିଁ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

ଚମ୍ପାଗୁଡା ଘାଟର ବିଭିନ୍ନ ସ୍ଥାନରେ ମୂର୍ତ୍ତିରେ ବ୍ୟବହୃତ ମାଟି, ପାଳ, ରଙ୍ଗ, ପାଣିକୁ ଦୂଷିତ କରୁଥିବା ଦେଖିବାକୁ ମିଳିଛି । ସେହିପରି ପୂଜାମଣ୍ଡପ ସଜାଇବା ପାଇଁ ବ୍ୟବହୃତ ହୋଇଥିବା ସୋଲ ଓ କଣ୍ଟା ଘାଟ ସାରା ପଡିଥିବା ଦେଖାଯାଇଛି। ଏହି ଘାଟ ଦେଇ ଜଳଭଣ୍ଡାର ଆରପଟରେ ଥିବା ସେମେଳା, ସିର୍ସି ଓ ପଣସପୁଟକୁ ଲୋକେ ଡ଼ଙ୍ଗାରେ ଯିବା ଆସିବା କରିଥାନ୍ତି । ହେଲେ ଆବର୍ଜନା ଜମିଥିବାରୁ ଡଙ୍ଗା ଚଳପ୍ରଚଳରେ ବାଧା ଉପୁଜିଛି । ଏହା ସହ ଦୂଷିତପାଣି ସ୍ଥାନୀୟ ଲୋକଙ୍କୁ ପ୍ରଭାବିତ କରିବାର ଆଶଙ୍କା ରହିଛି । ପ୍ରଶାସନ ଏହି ଦିଗରେ ଉଚିତ ପଦକ୍ଷେପ ନ ନେଲେ ଘାଟଟି ଅଧିକ ଅସୁରକ୍ଷିତ ହୋଇପଡିବ ସେଥିରେ ସନ୍ଦେହ ନାହିଁ ।

ପୂର୍ବରୁ କୋଲାବ ଜଳଭଣ୍ଡାରର ବିଭିନ୍ନ ଘାଟରେ ମୂର୍ତ୍ତି ବିସର୍ଜନ ଯୋଗୁଁ ପରିବେଶ ପ୍ରଦୂଷିତ ହେଉଥିବା ଅଭିଯୋଗ ହୋଇଥିଲା । ଏହାପରେ କୋରାପୁଟ ଜିଲ୍ଲା ପ୍ରଶାସନ ସହର ନିକଟସ୍ଥ ଚମ୍ପାଗୁଡା ଘାଟର ସ୍ବତନ୍ତ୍ର ସ୍ଥାନରେ ମୂର୍ତ୍ତି ବିସର୍ଜନ କରିବାକୁ ପୂଜା ମଣ୍ଡପ ଗୁଡିକୁ ନିର୍ଦ୍ଦେଶ ଦେଇଥିଲେ । ହେଲେ ଏହା ଏବେ ପ୍ରଦୂଷଣ ବୃଦ୍ଧି କରିଛି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

Intro:କୋଲାବ ଜଳଭଣ୍ଡାର ର ବିଭିନ୍ନ ଘାଟରେ ଗଣେଶ ମୂର୍ତି ବିସର୍ଜନ ହେଉଥିବା ଯୋଗୁଁ ପରିବେଶ ଦୂଷିତ ହେଉଥିବା ଅଭିଯୋଗ ଆସିବା ପରେ କୋରାପୁଟ ଜିଲ୍ଲା ପ୍ରଶାସନ ସହର ନିକଟସ୍ଥ ଚମ୍ପାଗୁଡା ଘାଟରେ ଏକ ସ୍ୱତନ୍ତ୍ର ସ୍ଥାନ ରେ ହିଁ ମୂର୍ତି ବିସର୍ଜନ କରିବାକୁ ପୁଜା ମଣ୍ଡପ ଗୁଡିକୁ ନିର୍ଦେଶ ଦେଲେ ।Body:କିନ୍ତୁ ଏହି ପ୍ରକ୍ରିୟାରେ ଚମ୍ପାଗୁଡା ଘାଟ ର ବିଭିନ୍ନ ସ୍ଥାନରେ ମୂର୍ତ୍ତିରେ ବ୍ୟବହୃତ ମାଟି , ପାଳ ଓ ରଙ୍ଗ , ପାଣିକୁ ଦୂଷିତ କରିଥିବା ବେଳେ ପ୍ୟାଣ୍ଡେଲ ସଜାଇବା ପାଇଁ ବ୍ୟବହୃତ ହୋଇଥିବା ସୋଲ ଓ କଣ୍ଟା ଘାଟ ସାରା ପଡିଥିବା ଦେଖାଯାଇଛି । ଏହି ଘାଟରୁ ଜଳଭଣ୍ଡାର ଆରପଟେ ଥିବା ସେମେଳା , ସିର୍ସି ଓ ପଣସପୁଟ କୁ ଡ଼ଙ୍ଗା ଯୋଗେ ଲୋକେ ନୀତି ଯିବା ଆସିବା କରିଥାନ୍ତି । ବର୍ତମାନ କଣ୍ଟା ଓ ଅଳିଆ କୁ ଆଡେଇ ଆଗକୁ ବଢିବା କାଠିକର ପାଠ ହୋଇଛି ।Conclusion:ପ୍ରଶାସନ ଏହି ଦିଗରେ ଉଚିତ ପଦକ୍ଷେପ ନ ନେଲେ ଘାଟଟି ଅସୁରକ୍ଷିତ ହୋଇଉଠିବା ନେଇ ଆଶଙ୍କା ସୃଷ୍ଟି ହୋଇଛି ।
.........
P2C driven Visual is attached
..........
ଶାନ୍ତାକାର
କୋରାପୁଟ
...........
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.