କୋରାପୁଟ: ଜିଲ୍ଲାରେ ରେଲ ଲାଇନ ବିଛା ଯିବା ପରଠାରୁ ଆଜି ପର୍ଯ୍ୟନ୍ତ ବିସ୍ଥାପିତ ମାନେ ରେଳବାଇ କର୍ତ୍ତୃପକ୍ଷଙ୍କ ଠାରେ ଉଚିତ ଥଇଥାନ ନେଇ ଦାବି କରି ଆସୁଥିଲେ । କିନ୍ତୁ ରେଳ ପ୍ରଶାସନ ସେମାନଙ୍କ ନ୍ୟାୟପୂର୍ଣ୍ଣ ଦାବିକୁ କର୍ଣ୍ଣପାତ ନକରି ବାରମ୍ବାର ଶାନ୍ତିପୂର୍ଣ୍ଣ ଆନ୍ଦୋଳନକୁ ଦମନ କରିଆସୁଥିଲା । ଯାହାକୁ ନେଇ ମଙ୍ଗଳବାର ସକାଳୁ ବିଭିନ୍ନ ଅଞ୍ଚଳରୁ ରେଳବାଇ ବିସ୍ଥାପିତ ସଂଘର ସଦସ୍ୟ ଆସି ରେଳରୋକ କରିବା ନେଇ ଉଦ୍ୟମ କରିଥିଲେ ।
ତେବେ ଏହି ସମୟରେ ପଞ୍ଚାୟତ ଭବନ ଛକ ଠାରେ ପୋଲିସ ସେମାନଙ୍କୁ ଅଟକାଇ ରେଳଷ୍ଟେସନ ଠାରୁ ଏକ କିମି ଦୂରରେ ହିଁ ସେମାନଙ୍କ ଯାତ୍ରାକୁ ଭଣ୍ଡୁର କରିଥିଲା। ଯାହାକୁ ନେଇ ରେଳ ଧାରଣାରେ ବସିବା ପାଇଁ ଯୋଜନା କରିଥିଲେ ବୋଲି ସଂଘର ସଭାପତି ଜଳନ୍ଧର ବାଘ ଜଣାଇଛନ୍ତି ।
ତେବେ ପୋଲିସ ଓ ସାଧାରଣ ପ୍ରଶାନର ଅଧିକାରୀଙ୍କ ଦ୍ବାରା ଚର୍ଚ୍ଚା ଆଲୋଚନା ବିଫଳ ହେବା ପରେ ଆନ୍ଦୋଳନକାରୀଙ୍କୁ ପ୍ରିଭେଣ୍ଡିଭ ଆରେଷ୍ଟ କରି ଆନ୍ଦୋଳନ ସ୍ଥଳୀରୁ ଉଠାଇ ନେଇଥିଲା ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ