ETV Bharat / state

କୋରାପୁଟ-ମାଲକାନଗିରି ସୀମାରୁ 80 ଲକ୍ଷର ଗଞ୍ଜେଇ ଜବତ, ଦେଶୀ ବନ୍ଧୁକ ଜବତ

author img

By

Published : Nov 4, 2020, 10:37 PM IST

ମାଛକୁଣ୍ଡସ୍ଥିତ ବିଏସଏଫ ଓ କୋରାପୁଟ ପୁଲିସର ମିଳିତ ଅପରେସନ ସମୟରେ କୋରାପୁଟ-ମାଲକାନଗିରି ସୀମାନ୍ତ ହନୁମାଲ ଗାଁ ନିକଟରେ ଏକ ଗଞ୍ଜେଇ ଭର୍ତ୍ତି ପିକଅପ ଗାଡି ସହ ଗୋଟିଏ ଦେଶୀ ବନ୍ଧୁକ ଓ ୨ ଟି ଜୀବନ୍ତ ଗୁଳିକୁ ପୋଲିସ ଜବତ କରିଛି । ଅଧିକ ପଢନ୍ତୁ...

police sized a local gun and Cannabis car in koraput
ବିଏସଏଫ-ପୋଲିସ ପକ୍ଷରୁ ଗଞ୍ଜେଇ ଗାଡି ସହ ଏକ ଦେଶୀ ବନ୍ଧୁକ ଜବତ

କୋରାପୁଟ: ମାଛକୁଣ୍ଡସ୍ଥିତ ବିଏସଏଫ ଓ କୋରାପୁଟ ପୋଲିସର ମିଳିତ ଅପରେସନ ସମୟରେ କୋରାପୁଟ-ମାଲକାନଗିରି ସୀମାନ୍ତ ହନୁମାଲ ଗାଁ ନିକଟରେ ଏକ ଗଞ୍ଜେଇ ଭର୍ତ୍ତି ପିକଅପ ଗାଡି ସହ ଗୋଟିଏ ଦେଶୀ ବନ୍ଧୁକ ଓ ୨ ଟି ଜୀବନ୍ତ ଗୁଳିକୁ ପୋଲିସ ଜବତ କରିଛି ।

ଅପର ପଟେ ୨ ଜଣ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଜବତ 8 କ୍ୱିଣ୍ଟାଲ ଗଞ୍ଜେଇର ଆନୁମାନିକ ମୂଲ୍ୟ 80 ଲକ୍ଷ ଟଙ୍କା ହେବ ବୋଲି ଜଣାଯାଇଛି । ମାଛକୁଣ୍ଡ ପୁଲିସ ଏହି ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

ସୁଚନା ଅନୁଯାୟୀ, ମାଲକାନଗିରି ଜିଲ୍ଲା ସୀମାନ୍ତବର୍ତ୍ତି ଅଞ୍ଚଳରୁ ଏକ ବୋଲେରେ ପିକଅପ ଗାଡି ଗଞ୍ଜେଇ ଭର୍ତ୍ତି କରି ହନୁମାଲ ରାସ୍ତା ଦେଇ ଲମତାପୁଟ-ଜୟପୁର ରାସ୍ତା ଦେଇ ଛତିଶଗଡ଼ ଅଞ୍ଚଳକୁ ଗଞ୍ଜେଇ ଚୋରାଚାଲାଣ କରିବାର ଯୋଜନା କରାଯାଇଥିଲା ।

ଠିକ ସେହି ସମୟରେ ବିଏସଏଫ ଓ କୋରାପୁଟ ପୋଲିସ ହନୁମାଲ ଗାଁ ନିକଟରେ ଗାଡି ଯାଞ୍ଚ କରୁଥିବା ଦେଖି ଡ୍ରାଇଭର ଓ ହେଲପର ଘଟଣାସ୍ଥଳରେ ଗାଡି ଛାଡି ଫେରାର ହୋଇଯାଇଥିଲେ ।

କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.