ETV Bharat / state

ଚୋରି ଓ ଡକାୟତି ମାମଲାରେ 2 ଡକାୟତ ଗିରଫ - robbery case

କୋରାପୁଟ ସହରରେ ଗତ କିଛିଦିନ ଧରି ଚାଲିଥିବା ଚୋରି ଓ ଡକାୟତିର ମୁଖ୍ୟ ଅଭିଯୁକ୍ତ ଟିକିରା ସାହିର କାର୍ତ୍ତିକ ଖିଲ ଓ ପୁରୁଣା କୋରାପୁଟରେ ରହୁଥିବା ତାର ସହଯୋଗୀ ଆଦିତ୍ୟ ଖରାକୁ କୋରାପୁଟ ଟାଉନଥାନା ପୋଲିସ ଗିରଫ କରିଛି ।

2 ଡକାୟତ ଗିରଫ
2 ଡକାୟତ ଗିରଫ
author img

By

Published : Jan 17, 2021, 5:42 PM IST

କୋରାପୁଟ: ଚୋରି ଓ ଡକାୟତି ମାମଲାରେ 2ଜଣ ଡକାୟତଙ୍କୁ ଗିରଫ କଲା ପୋଲିସ । କୋରାପୁଟ ସହରରେ ଗତ କିଛିଦିନ ଧରି ଚାଲିଥିବା ଚୋରି ଓ ଡକାୟତିର ମୁଖ୍ୟ ଅଭିଯୁକ୍ତ ଟିକିରା ସାହିର କାର୍ତ୍ତିକ ଖିଲ ଓ ପୁରୁଣା କୋରାପୁଟରେ ରହୁଥିବା ତାର ସହଯୋଗୀ ଆଦିତ୍ୟ ଖରାକୁ କୋରାପୁଟ ଟାଉନଥାନା ପୋଲିସ ଗିରଫ କରିଛି ।

କୋରାପୁଟ ଚୋରି ଓ ଡକାୟତିର ମୁଖ୍ୟ ଅଭିଯୁକ୍ତ ଗିରଫ

ସେମାନଙ୍କ ନିକଟରୁ 4ଟି ସୁନା ଚେନ, ତିନି ହଳ ସୁନାର କାନ ଫୁଲ , ତିନୋଟି ସୁନାମୁଦି , 8ଟି ମୋବାଇଲ ଫୋନ, ଗୋଟାଏ ଲାପଟପ ଓ ଟାବଲେଟ ସହ ଚୋରି କରିବା ପାଇଁ ବ୍ୟବହାର କରାଯାଉଥିବା ବିଭିନ୍ନ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି ।

ଏସଡିପିଓ ଗୁଣନିଧି ନାୟକଙ୍କ କହିବାନୁଯାୟୀ, ଗତ 2 ମାସ ମଧ୍ୟରେ ସହରରେ ସଂଙ୍ଗଠିତ ହୋଇଥିବା 4ଟି ଗମ୍ଭୀର ଚୋରି ଓ ଡକାୟତି ମାମଲାରେ ସେମାନେ ଜଡିତ ଅଛନ୍ତି । ଲୁଟ କରିଥିବା ଲାପଟପକୁ ବିକ୍ରି କରିବା ପାଇଁ ଚେଷ୍ଟା କରୁଥିବା ବେଳେ ଖବର ପାଇ ପୋଲିସ ସେମାନଙ୍କୁ ଗିରଫ କରିଥିଲା ।

କାର୍ତିକ ପୂର୍ବରୁ ଏକ ଡକାୟତି ମାମଲାରେ ଜେଲରେ ରହି କିଛିମାସ ପୂର୍ବରୁ ମୁକୁଳିଥିବା ବେଳେ ପୁଣିଥରେ ନିଜ ପୂର୍ବ ଅଭ୍ୟାସକୁ ଦୋହରାଇଥିବା ଶ୍ରୀ ମଲ୍ଲିକ ଜଣାଇଛନ୍ତି । ଆଜି ଉଭୟ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଦିଆଯାଇଥିବା ସେ ପ୍ରକାଶ କରିଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.