କୋରାପୁଟ: ଅଶ୍ଳୀଳ ଭିଡିଓ ସୁଟ୍ କରିବାକୁ ବାଧ୍ୟ କରିବା ଓ ବ୍ଲାକ ମେଲ କରିବା ମାମଲାରେ ୫ଜଣକୁ ଜୟପୁର ଟାଉନ୍ ପୋଲିସ୍ ଗିରଫ କରି କରିଛି । ଏଭଳି ଘଟଣା ଘଟିଛି କୋରାପୁଟ ଜିଲ୍ଲା ଜୟପୁର ସହରରେ । ପୋଲିସ ଦେଇଥିବା ସୂଚନା ଅନୁସାରେ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ ଓ ଯୁବତୀ ପାରବେଡା ନିକଟ ଶିବ ମନ୍ଦିର ରାସ୍ତାରେ ଛିଡ଼ା ହୋଇକଥା ହେଉଥିବା ବେଳେ ୨ଜଣ ଯୁବକ ସେମାନଙ୍କୁ ଛୁରୀ ଦେଖାଇ ପାହାଡ଼ ଉପରକୁ ନେଇଯାଇଥିଲେ । ସେଠାରେ ଥିବା ଅନ୍ୟ ଯୁବକମାନେ ମିଶି ଯୁବକ ଓ ଯୁବତୀଙ୍କୁ ଅଶ୍ଳୀଳ କାର୍ଯ୍ୟ କରିବା ପାଇଁ ବାଧ୍ୟ କରିଥଲେ । ପରେ ତାହାକୁ ମୋବାଇଲରେ ରେକର୍ଡ କରି ୫୦ ହଜାର ଟଙ୍କା ଦେବାକୁ ବାଧ୍ୟ କରିଥିଲେ ।
ପୀଡ଼ିତ ଯୁବକ ସେମାନଙ୍କୁ କିଛି ଟଙ୍କା ଓ ମୋବାଇଲ ଦେଇ ଫେରିଥିବା ବେଳେ ବଳକା ଟଙ୍କା ପରେ ଦେବାକୁ କହିଥିଲା । ଏନେଇ ପୋଲିସ ନିକଟରେ ଅଭିଯୋଗ ପରେ ଯୋଜନା ମୁତାବକ ଟଙ୍କା ନେବା ବେଳେ ଅଭିଯୁ୍କ୍ତ ମାନଙ୍କୁ ପୋଲିସ ସେମାନଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲା । ଅଭିଯୁକ୍ତଙ୍କଠାରୁ ଗୋଟିଏ ଛୁରୀ, ଆକ୍ଟିଭା ଗାଡ଼ି ଓ ୭ ହଜାର ଟଙ୍କା ଜବତ କରିଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଜୟପୁର ଏସଡିପିଓ ଅରୁପ ଅଭିଷେକ ବେହେରା ସୂଚନା ଦେଇଛନ୍ତି ।
ଇଟିଭି ଭାରତ, କୋରାପୁଟ