ETV Bharat / state

କାମରେ ଲାଗୁନି ଷ୍ଟାଡିୟମ, ବିଲବାଡିରେ ଖେଳୁଛନ୍ତି ଖେଳାଳି

ରାଜ୍ୟର ଅନେକ ସ୍ଥାନରେ ଏବେ ବି କ୍ରୀଡାର ବିକାଶ ହୋଇନାହିଁ । ସେମିତି କିଛି ସ୍ଥାନ ଭିତରେ ରହିଛି କୋରାପୁଟ ଜିଲ୍ଲା । ଜିଲ୍ଲାରେ ଅନେକ ଖେଳ ପଡିଆ ଥାଇ ବି ନଥିବା ସହିତ ସମାନ । ଅଧିକ ପଢନ୍ତୁ...

author img

By

Published : Aug 26, 2021, 3:20 PM IST

ଷ୍ଟାଡିୟମ ଥାଇ ବି ନଥିଲା ପରି
ଷ୍ଟାଡିୟମ ଥାଇ ବି ନଥିଲା ପରି

କୋରାପୁଟ: କ୍ରୀଡାରେ ଓଡିଶାର ସଫଳତା କିଛି କମ ନୁହେଁ । ସଦ୍ୟ ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ହକି ଦଳରେ ଓଡିଆ ଖେଳାଳିଙ୍କ ପ୍ରଦର୍ଶନ ଖେଳରେ ଓଡିଶାକୁ ଆହୁର ସଫଳତା ଦେଇଛି । ହେଳେ ଏବେ ବି ରାଜ୍ୟର ଅନେକ ସ୍ଥାନରେ କ୍ରୀଡାର ବିକାଶ ହୋଇନାହିଁ । ସେମିତି କିଛି ସ୍ଥାନ ଭିତରେ ରହିଛି କୋରାପୁଟ ଜିଲ୍ଲା । ଜିଲ୍ଲାରେ ଅନେକ ଖେଳ ପଡିଆ ଥାଇ ବି ନଥିବା ସହିତ ସମାନ ।

ଷ୍ଟାଡିୟମ ଥାଇ ବି ନଥିଲା ପରି

ଜିଲ୍ଲାରେ ସରକାରଙ୍କ ଅଧିନରେ ଥିବା ପଡିଆ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ । ଖେଳ ଅଭ୍ୟାସ ପାଇଁ ପିଲାଙ୍କ ପାଇଁ ଗ୍ରାଉଣ୍ଡ ନାହିଁ । ଖେଳ ପ୍ରତି ରୁଚି ରଖିଥିବା ପିଲାଙ୍କ ପାଇଁ ବିଲବାଡି ପାଲଟିଛି ଖେଳ ପଡିଆ । କୋରାପୁଟ ଭଳି ଏକ ଆଦିବାସୀ ବହୁଳ ଉପାନ୍ତ ଅଞ୍ଚଳରେ କ୍ରୀଡା କ୍ଷେତ୍ରରେ ଭିତ୍ତିଭୂମିର ଘୋର ଅଭାବ ଖେଳାଳିଙ୍କୁ ନିରାଶ କରିଛି । କୋରାପୁଟ ମାଟିରୁ ଫୁଟବଲ , ହକି ଓ ଅନ୍ୟାନ୍ୟ ଖେଳରେ ରାଜ୍ୟ ତଥା ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଛି ହେଲେ ଜିଲ୍ଲାରେ ଖେଳାଳିଙ୍କ ପାଇଁ କୌଣସି ସୁବିଧା କରାଯାଇନାହିଁ ।

ସେହିପରି ଏକ ସ୍ଥାନରେ ବିଦ୍ୟାଳୟର ପିଲାଙ୍କ ଭଳି ନୂତନ ଭାବେ କ୍ରୀଡା ଜଗତ ସହ ସମ୍ପର୍କ ସ୍ଥାପନ କରୁଥିବା ବ୍ୟକ୍ତି ବିଶେଷଙ୍କ ଠାରୁ ଆରମ୍ଭ କରି ପେଶାଦାର ଖେଳାଳି ପର୍ଯ୍ୟନ୍ତ କାହାରି ପାଇଁ ଖେଳ ପଡ଼ିଆଟିଏ ନଥିବା ସରକାରୀ ଉଦାସୀନତା , ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଓ ପ୍ରଶାସନିକ ସ୍ଥାଣୁତାର ଜ୍ବଳନ୍ତ ଉଦାହରଣ ପାଲଟିଛି । ପୋଲିସ ପକ୍ଷରୁ ଜବତ ହୋଇଥିବା ଗାଡିର କବାଡିଖାନା ପାଲଟିଛି ହକି ପଡିଆ । କାହିଁ କେଉଁ କାଳରୁ ଫୁଟବଲ ଖେଳାଯାଉଥିବା ପୋଲିସ ପଡିଆ ସାଧାରଣ ବ୍ୟକ୍ତିଙ୍କ ଖେଳକୁଦ ନିମନ୍ତେ ସାଜିଛି ଏକ ନିଷିଦ୍ଧ ପଡିଆ ।

ପିଲାମାନେ ସ୍କୁଲରେ ପଢିବା ବେଳଠାରୁ ଖେଳକୁଦ କରିବାର ଆବଶ୍ୟକତାକୁ ନେଇ ସରକାରୀ ଉଚ୍ଚ ବିଦ୍ୟାଳୟରେ ଏକ ଖେକପଡ଼ିଆ ନିର୍ମାଣ କରାଯାଇଥିଲା । କିନ୍ତୁ ବିଦ୍ୟାଳୟରେ କ୍ରୀଡ଼ାର ପ୍ରୋତ୍ସାହନ ଦିଗରେ ସରକାରୀ ଅବହେଳାର ସୁଯୋଗ ନେଇ ପ୍ରଶାସନର ଆରଟିଓ କାର୍ଯ୍ୟାଳୟ ଦ୍ବାରା ଗାଡି ଲାଇସେନ୍ସ ଓ ଫିଟନେସ ପରୀକ୍ଷା କରିବା ପାଇଁ ବ୍ୟବହାର କରାଯାଉଛି । ପିଲାଙ୍କ ପାଇଁ ଭଳ ଖେଳପଡିଆରେ ଖେଳିବା ସ୍ବପ୍ନ ସ୍ବପ୍ନରେ ହିଁ ରହିଗଲାଣି ।

ଜିଲ୍ଲାରେ କ୍ରୀଡାର ବିକାଶ କରିବାକୁ ହେଲେ ପ୍ରଥମେ ପଡିଆର ଉନ୍ନତୀକରଣ କରିବାକୁ ପଡିବ । ଏ ଦିଗରେ ରାଜ୍ୟ ସରକାରଙ୍କୁ ଯଥା ସମ୍ଭବ ଧ୍ୟାନ ଦେବାକୁ ପଡିବ ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.