ETV Bharat / state

ଅକ୍ଟୋବର 2ରୁ ପ୍ଲାଷ୍ଟିକ୍ ବ୍ୟାନ, ଚିନ୍ତାରେ କୋରାପୁଟବାସୀ

author img

By

Published : Oct 1, 2019, 9:09 PM IST

ପ୍ଲାଷ୍ଟିକ ବ୍ୟାନକୁ କଡାକଡି ଭାବେ ପାଳନ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ପରେ ଜିଲ୍ଲା ପ୍ରଶାସନ ତତ୍ପରତା ପ୍ରକାଶ ପାଇଛି । ଅଧିକ ପଢନ୍ତୁ.....

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

କୋରାପୁଟ: ରାତି ପାହିଲେ ରାଜ୍ୟରେ ବ୍ୟାନ ହେବ ପ୍ଲାଷ୍ଟିକ । ଲୋକେ ଆଉ ମନଇଚ୍ଛା ପ୍ଲାଷ୍ଟିକ ବ୍ୟବହାର କରି ପାରିବେ ନାହିଁ । ଗାନ୍ଧୀ ଜୟନ୍ତୀ ଠାରୁ ଏହାକୁ କଡାକଡି ପାଳନ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବାପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏନେଇ ତତ୍ପରତା ପ୍ରକାଶ ପାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

ଏପଟେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ କୋରାପୁଟ ଜିଲ୍ଲା ପ୍ରଶାସନ ସଜାଗ ହୋଇଉଠିଛି । ପୂର୍ବରୁ ଏନେଇ ଲୋକଙ୍କୁ ସଚେତନ କରାଯାଇଥିଲା । ଏପଟେ ପ୍ଲାଷ୍ଟିକ ବ୍ୟାନ ନିଷ୍ପତ୍ତିକୁ ଜିଲ୍ଲାବାସୀ ସ୍ବାଗତ କରିଛନ୍ତି ।

ଏନେଇ ପୌରାଞ୍ଚଳ ଅଧିକାରୀ କହିଛନ୍ତି, ଲୋକେ ପ୍ଲାଷ୍ଟିକ ବଦଳରେ ପୂର୍ବରୁ ଯେପରି ପୁରୁଣା ବସ୍ତ୍ରରୁ ତିଆରି କରାଯାଉଥିବା ମୁଣାକୁ ବ୍ୟବହାର କରୁଥିଲେ । ବର୍ତ୍ତମାନ ଲୋକେ ମଧ୍ୟ ପ୍ଲାଷ୍ଟିକ ବଦଳରେ ମୁଣାକୁ ବ୍ୟବହାର କରି ପାରିବେ । ଏପଟେ ପ୍ଲାଷ୍ଟିକ ଓ ପଲିଥିନର ବିକଳ୍ପ ବ୍ୟବସ୍ଥା କରି ବ୍ୟାନ କରିଥିଲେ ଅଧିକ ଫଳପ୍ରଦ ହୋଇପାରିଥାନ୍ତା ବୋଲି ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଇଛି ।

କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ

Intro:ଆସନ୍ତା କାଲି ଗାନ୍ଧୀ ଜୟନ୍ତୀ ଅବସରରେ କୋରାପୁଟ ପୋୖରାଞ୍ଚଳ ଦ୍ୱାରା କୋରାପୁଟକୁ ପଲିଥିନ ମୁକ୍ତ କରିବା ସହ ଥରେ ବ୍ୟବହାର କରି ଫିଙ୍ଗି ଦେଉଥିବା ପ୍ଲାଷ୍ଟିକର ପ୍ରଚଳନକୁ ନିଷେଧ କରାଯିବ ବୋଲି କୋରାପୁଟ ପୋୖରାଞ୍ଚଳ ଅଧିକାରୀ ଗୌର ଚନ୍ଦ୍ର ପଟ୍ଟନାୟକ ଜଣାଇଛନ୍ତି ।Body:ଗତ କିଛିଦିନ ଧରି ଏନେଇ ସହରରେ ଡ଼ାକବାଜି ଯନ୍ତ୍ର ଦ୍ୱାରା ଲୋକଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରାଯାଇଛି ଓ ଏହି ପଦକ୍ଷେପକୁ କଡାକଡି ପାଳନ କରାଯିବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି ।ଶ୍ରୀ ପଟ୍ଟନାୟକ ଙ୍କ ମତରେ ପ୍ଲାଷ୍ଟିକ ଓ ପଲିଥିନ ଆସିବା ପୂର୍ବରୁ ଲୋକେ ଘରେ ପୁରୁଣା ବସ୍ତ୍ରକୁ ବ୍ୟବହାର କରି ମୁଣା ପ୍ରସ୍ତୁତ କଲାଭଳି ବର୍ତମାନ ମଧ୍ୟ ଲୋକେ ଏହାର ବିକଳ୍ପକୁ ନିଜ ଘରେ ଖୋଜି ପାଇପାରିବେ ଏବଂ ତାକୁ ବ୍ୟବହାରରେ ଲଗାଇପାରିବେ ।
ସହରରେ ଜନସାଧାରଣ ପ୍ରଶାସନର ଏପରି ଗଠନମୂଳକ ପଦକ୍ଷେପ ପ୍ରତି ସମର୍ଥନ କରିଥିବା ବେଳେ , ପ୍ଲାଷ୍ଟିକ ଓ ପଲିଥିନ ବ୍ୟବହାରର ବିକଳ୍ପ ବ୍ୟବସ୍ଥା କରାଯାଇ ଏହି ନିଷେଧାଦେଶ ଜାରି କରିଥିଲେ ଅଧିକ ଫଳପ୍ରଦ ହୋଇପାରିଥାନ୍ତା ବୋଲି ମତ ରଖିଛନ୍ତି । ସହରରେ ଏହାର ବିକଳ୍ପ ଖୋଜିଲେ ମଧ୍ୟ ଅନେକ ସମୟରେ ମିଳୁନଥିବା ଯୋଗୁଁ ଅତୀତରେ ପୁଣିଥରେ ପ୍ଲାଷ୍ଟିକ ଓ ପଲିଥିନ ବଜାରକୁ ଫେରିଆସିଥିଲା ।Conclusion:ତେଣୁ ପ୍ରଶାସନ ସହରରେ ପ୍ଲାଷ୍ଟିକ ଓ ପଲିଥିନ ର ଏକ ବିକଳ୍ପ ବସ୍ତୁ ର ଲଭ୍ୟସ୍ଥାନ ଖୋଲି ପାରିଲେ ଏହି ନିଷେଧାଦେଶ ର ପାଳନ ଆହୁରି ସହଜ ହୋଇପାରନ୍ତା ବୋଲି ସେମାନେ ଜଣାଇଛନ୍ତି ।
........
Byte : ଗୌର ଚନ୍ଦ୍ର ପଟ୍ଟନାୟକ, ପୋୖରାଞ୍ଚଳ ଅଧିଲାରୀ
Byte : ସ୍ଥାନୀୟ ବାସିନ୍ଦା
........
ଶାନ୍ତାକାର
କୋରାପୁଟ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.