କୋରାପୁଟ : ସବୁଠି କୋରୋନା ଭୟ । କୋରାପୁଟ ଉପକଣ୍ଠରେ ରାସ୍ତାକଡର ନାଳରେ ବସ୍ତାରେ ଭର୍ତ୍ତି ହୋଇଥିବା ବ୍ୟବହୃତ ମାସ୍କ , ଗ୍ଲୋଭସ ଓ ପିପିଇ କିଟ ପଡିଥିବା ଦେଖିବାକୁ ମିଳିଥିଲା । ମଙ୍ଗଳବାର ପ୍ରାତଃଭ୍ରମଣରେ ଯାଇଥିବା ଲୋକେ ବାଟ ମଙ୍ଗଳା ମନ୍ଦିର ଠାରୁ ରଙ୍ଗବାଲିକୁମ୍ଭା ଆଡକୁ ଯାଇଥିବା ରାସ୍ତାର ଏକ ପୋଲ ତଳେ ଏହାକୁ ଦେଖି ଭୟଭୀତ ହୋଇପଡିଥିଲେ । କୋରୋନାର ଭୟ ଲାଗିରହିଥିବା ବେଳେ ଏପରି ସମ୍ବେଦନଶୀଳ ବ୍ୟବହୃତ ଜିନିଷ ଖୋଲା ଆକାଶରେ ପଡିରହିଥିବା ଦେଖି ପ୍ରାତଃଭ୍ରମଣକାରୀମାନେ ଫେରିଯାଇଥିଲେ ।
ଖବରପାଇ କୋରାପୁଟ ପୌରାଞ୍ଚଳର ସଫେଇ କର୍ମଚାରୀ ପହଞ୍ଚିଥିଲେ । ଫଳରେ ପଡିଥିବା ବ୍ୟବହୃତ ମାସ୍କ ,ଗ୍ଲୋଭସ ଓ ପିପିଇ କିଟକୁ ପୋଡି ଦେଇଥିଲେ । ତେବେ କୋରାପୁଟ ଜିଲ୍ଲା ଚିକିତ୍ସାଧିକାରୀ ଏସମ୍ପର୍କରେ ଜାଣିନଥିବା କହି ଘଟଣାର ତଦନ୍ତ କରିବାର ପ୍ରତିଶ୍ରୁତି ଦେଇଛନ୍ତି ।
କୋରାପୁଟରୁ ସି.ଏଚ.ଶାନ୍ତାକାର, ଇଟିଭି ଭାରତ