ETV Bharat / state

ଶାବର ଶ୍ରୀକ୍ଷେତ୍ରରେ ଅସନ୍ତୋଷ: ଖୋଲୁନି ମନ୍ଦିର, ଚାଲିଛି ବସ୍ ସେବା

author img

By

Published : Jun 2, 2020, 1:20 AM IST

ରାଜ୍ୟ ସରକାର ସାମାଜିକ ଦୂରତ୍ବକୁ ଗୁରୁତ୍ବ ନ ଦେଇ ବସ ଚଳାଚଳ ଆରମ୍ଭ କରିଦେଇଛନ୍ତି । କିନ୍ତୁ ମନ୍ଦିର ଓ ଧର୍ମାନୁଷ୍ଠାନ ପ୍ରତି ଏପରି ବିମୁଖତା ପ୍ରଦର୍ଶନ କରିବାକୁ ନେଇ କୋରାପୁଟବାସୀ ସାମାନ୍ୟ ଅସନ୍ତୋଷ ହୋଇଛନ୍ତି । ଅଧିକ ପଢନ୍ତୁ...

ଶାବର ଶ୍ରୀକ୍ଷେତ୍ରରେ ଅସନ୍ତୋଷ: ଖୋଲୁନି ମନ୍ଦିର, ଚାଲିଛି ବସ୍ ସେବା
ଶାବର ଶ୍ରୀକ୍ଷେତ୍ରରେ ଅସନ୍ତୋଷ: ଖୋଲୁନି ମନ୍ଦିର, ଚାଲିଛି ବସ୍ ସେବା

କୋରାପୁଟ: ଆସନ୍ତା ଜୁନ୍ 8ରୁ ହୋଟେଲ, ରେସ୍ତୋରାଁ ଖୋଲିବାକୁ କେନ୍ଦ୍ର ସରକାର ଅନୁମତି ପ୍ରଦାନ କରିବାର ନିଷ୍ପତ୍ତି ନେଇଛନ୍ତି । ସେହିପରି ମନ୍ଦିରଗୁଡିକୁ ମଧ୍ୟ ସର୍ବସାଧାରଣଙ୍କ ପାଇଁ ଖୋଲିବା ନେଇ ସରକାର ଜଣାଇଛନ୍ତି । ହେଲେ ରାଜ୍ୟ ସରକାର ଏହାକୁ ଜୁଲାଇ ମାସ ପର୍ଯ୍ୟନ୍ତ ଘୁଞ୍ଚାଇଦେବାକୁ ନେଇ ଶାବର ଶ୍ରୀକ୍ଷେତ୍ର କୋରାପୁଟରେ କିଛି ମାତ୍ରାରେ ଅସନ୍ତୋଷ ଦେଖାଦେଇଛି ।

ରାଜ୍ୟ ସରକାର ସାମାଜିକ ଦୂରତ୍ବକୁ ଗୁରୁତ୍ବ ନଦେଇ ବସ ଚଳାଚଳ ଆରମ୍ଭ କରିଦେଇଛନ୍ତି । କିନ୍ତୁ ମନ୍ଦିର ଓ ଧର୍ମାନୁଷ୍ଠାନ ପ୍ରତି ଏପରି ବିମୁଖତା ପ୍ରଦର୍ଶନ କରିବାକୁ ନେଇ କୋରାପୁଟବାସୀ ସାମାନ୍ୟ ଅସନ୍ତୋଷ ହୋଇଛନ୍ତି । ଏଠାରେ ଥିବା ଜଗନ୍ନାଥ ମନ୍ଦିରର ସମ୍ପାଦକ ତଥା କୋରାପୁଟର ପୂର୍ବତନ ଜିଲ୍ଲାପାଳ ଗଦାଧର ପରିଡା ଏହାକୁ ନେଇ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି । ତେବେ କୋଭିଡ ନିୟମକୁ ମାନି ମନ୍ଦିରର ସମସ୍ତ କାର୍ଯ୍ୟ ସମ୍ପାଦନ କରିବା ପାଇଁ ମନ୍ଦିର ପରିଚାଳନା କମିଟି ନିଷ୍ପତ୍ତି ନେଇଥିବା ସେ ଜଣାଇଛନ୍ତି ।

ଅନୁରୂପ ଭାବେ ସରକାରଙ୍କ ଏହି ନୀତି ଉପରେ ପ୍ରଶ୍ନ କରିଛନ୍ତି ସ୍ଥାନୀୟ ଜିମ୍ନାସିଅମର ସଭାପତି ଭବାନୀ ଶଙ୍କର ମିଶ୍ର । ଗୋଟିଏ ପଟେ ସ୍ବାସ୍ଥ୍ୟ ହିଁ ସମ୍ପଦ କହୁଛନ୍ତି ସରକାର । ଅନ୍ୟପଟେ କୋଭିଡ ଗାଇଡଲାଇନ୍ସ ରକ୍ଷା କରିବାର ସମସ୍ତ ସମ୍ଭାବନା ଥିବା ସ୍ବାସ୍ଥ୍ୟ ରକ୍ଷାକାରୀ ବ୍ୟାୟମଶାଳା ପ୍ରତି କାହିଁକି ଅବିଚାର କରୁଛନ୍ତି । ଏହାକୁ ନେଇ ସେ ଆଶ୍ଚର୍ଯ୍ୟ ବୋଲି ମତବ୍ୟକ୍ତ କରିଛନ୍ତି ଭବାନୀ ।

ତେବେ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବେ ବନ୍ଦ ପଡିଥିବା ହୋଟେଲ ଓ ଆଂଶିକ ଭାବେ କେବଳ ଟେକ୍ ଆୱେରେ ନିଜ ବ୍ୟବସାୟକୁ ସୀମିତ ରଖିଥିବା ବ୍ୟବସାୟୀ ତୁରନ୍ତ ଲାଭ ଆଶା କରିନାହାନ୍ତି । ହେଲେ ନିଜ ନିଜ ଅନୁଷ୍ଠାନରେ କାର୍ଯ୍ୟରତ କର୍ମଚାରୀଙ୍କ ଦରମା ପତ୍ର ଦେବା ପାଇଁ ସମର୍ଥ ହେବା ନେଇ ଆଶାପୋଷଣ କରିଛନ୍ତି । ଦୋକାନ ବଜାର ଖୋଲିବାକୁ ନେଇ ସରକାରଙ୍କ ଦ୍ବାରା ବଦଳୁଥିବା ନିୟମାବଳୀ ଯୋଗୁଁ ବ୍ୟବସାୟ ମାନ୍ଦା ହୋଇ ଲକ୍ଷ ଲକ୍ଷ ଟଙ୍କାର କ୍ଷତି ସହୁଛି । ତେବେ ଲକଡାଉନ ସମ୍ପୂର୍ଣ ରୂପେ ଉଠିଯିବା ପରେ ଭଲ ବ୍ୟବସାୟ କରିବାର ଆଶାପୋଷଣ କରିଛନ୍ତି ହୋମନୀଡସ ଭଳି କିଛି ରେସ୍ତୋରାଁର ମାଲିକ ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.