ETV Bharat / state

ଡଙ୍ଗରି ମାଳିଗୁଡାର ଜଳ ଯନ୍ତ୍ରଣା, ଝରଣା ଧାର ମେଣ୍ଟାଉଛି ଶୋଷ

author img

By

Published : Apr 23, 2020, 9:46 AM IST

Updated : Apr 23, 2020, 3:45 PM IST

ସାରା ସଂସାରରେ କୋରୋନାକୁ ପରାସ୍ତ କରିବା ପାଇଁ ଘମାଘୋଟ ସଂଗ୍ରାମ ଚାଲିଥିବା ବେଳେ କୋରାପୁଟ ଜିଲ୍ଲାର ଗାଁଗଣ୍ଡାରେ ଲୋକେ ଜଳ ଅଭାବର କଷ୍ଟ କୁ ଦୂର କରିବା ପାଇଁ ନିରବ ସଂଗ୍ରାମ ଆରମ୍ଭ କରିଛନ୍ତି । ଏ ହେଉଛି କୋରାପୁଟ ବ୍ଲକର ଡଙ୍ଗରି ମାଳିଗୁଡାର ବେଦନାଯୁକ୍ତ ଜଳସଂଗ୍ରାମର କାହାଣୀ । ଦେଖନ୍ତୁ ଇଟିଭି ଭାରତର ସ୍ପେଶାଲ ରିପୋର୍ଟ...

ଜୀବନ ଦାୟୀ ଜଳ ବିହୁନେ ବିଳପୀ ଉଠୁଛନ୍ତି ଗ୍ରାମବାସୀ

କୋରାପୁଟ: କୋରୋନା କଷ୍ଟରୁ ବଳି ଗଲାଣି ଜଳ ସଙ୍କଟ । ତୃଷ୍ଣା ମେଣ୍ଟାଇବାକୁ ହେଲେ ଆଙ୍କା ବଙ୍କା, ଉଠାଣୀ ଗଡାଣୀ ପାହାଡିଆ ଜଙ୍ଗଲିଆ ରାସ୍ତା ଦେଇ ଗତି କରିବାକୁ ପଡୁଛି । ଆଉ ଏପରି କରିବାକୁ ବାଧ୍ୟ ହେଉଛନ୍ତି ଗ୍ରାମବାସୀ । କାରଣ ଅଞ୍ଚଳରେ ରହିଛି ଜଳର ଘୋର ଅଭାବ । ଗୋଟେ ପଟେ ଲକଡାଉନରେ ସମସ୍ତେ ଘର ଭିତରେ ବନ୍ଦି ଥିବାବେଳେ ଏହି ଆଦିବାସୀ ଲୋକ କିନ୍ତୁ ପାଣି ପାଇଁ ଘରୁ ବାହାରକୁ ଗୋଡ କାଢୁଛନ୍ତି । ଏ ହେଉଛି କୋରାପୁଟର ଡଙ୍ଗରି ମାଳିଗୁଡା ଗାଁର ଦୃଶ୍ୟ ।

ଡଙ୍ଗରି ମାଳିଗୁଡାର ଜଳ ଯନ୍ତ୍ରଣା, ଝରଣା ଧାର ମେଣ୍ଟାଉଛି ଶୋଷ

ଗାଁରେ ଥିବା କିଛି କୂଅରୁ ବିଲକୁଲ ପାଣି ଆସୁନି ତ ଆଉ ଯେଉଁ କୂଅରୁ ପାଣି ବାହାରୁଛି ତାକୁ ପାଟିରେ ଦେଇ ହଉନି । ସେପଟେ ଜମିରେ ପାଣି ମଡାଇବାକୁ ସରକାର ଯେଉଁ କୂଅ ଖୋଳି ଥିଲେ ସେଥିରେ ପାଣି କମ କାଦୁଅ ବେଶି । ବହୁ ଚେଷ୍ଟା ପରେ ଚାଷ ଜମିର ତଳଭାଗରେ ଲୁଚିହଜି ଯାଇଥିବା ଏକ ଛୋଟ ଝରଣା ଖୋଜି ପାଇଛନ୍ତି ଗାଁ ଲୋକେ । ଦିନ ତମାମ ଗାଁର ମହିଳାମାନେ ସେଠାକୁ ଯାଇ ଜଳଧାରାରୁ ପାଣି ସଂଗ୍ରହ କରୁଛନ୍ତି । ଆଉ ସେ ଜଳଧାରା ଅବସ୍ଥା ବି ଅତି ଦୟନୀୟ ।

ସକାଳୁ ସକାଳୁ ଗରା ମାଠିଆ ଧରି ଗାଁ ର ମହିଳାମାନେ ଚାଲି ଯାଆନ୍ତି ପାଣି ପାଇଁ । ଛୋଟ ଛୋଟ ପାତ୍ରରେ ପାଣି ଆଣି ତାକୁ ଛାଙ୍କିବା ପରେ ଗରାରେ ସେହି ପାଣି ଭର୍ତ୍ତି କରି ବୋହି ନେଇ ଆସନ୍ତି ନିଜ ଘରକୁ । ଆଉ ତା ପରେ ସେହି ପାଣିକୁ ନିଜ ଦୈନନ୍ଦିନ କାର୍ଯ୍ୟରେ ବ୍ୟବହାର କରିଥାନ୍ତି । ଖରାଦିନ ଆରମ୍ଭରୁ ଦେଖାଯାଇଥିବା ଏହି ଜଳ ସଙ୍କଟକୁ ଦୂର କରିବା ଗ୍ରାମବାସୀଙ୍କ ଦକ୍ଷତାର ବାହାରେ । ଏଥିପାଇଁ ସେମାନେ ସରକାରଙ୍କ ସାହାଯ୍ୟ ଲୋଡିଛନ୍ତି । ଏହି ପରିପ୍ରେକ୍ଷୀରେ କୋରାପୁଟ ଗୋଷ୍ଠି ଉନ୍ନୟନ ଅଧିକାରୀ ନରେନ୍ଦ୍ର ନାୟକଙ୍କୁ ପଚାରିବାରୁ ସେ କ୍ୟାମେରା ସାମନାରେ କିଛି କହିବା ପାଇଁ ମନା କରିଦେଇଥିବାବେଳେ ଏହି ସମସ୍ୟାର ସମାଧାନ କରିବା ପାଇଁ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ତେବେ ସମଗ୍ର ଜିଲ୍ଲା କୋରୋନା ଜନିତ ପ୍ରତିବନ୍ଧକ ମଧ୍ୟ ଦେଇ ଗତି କରୁଥିବା ବେଳେ କେବେ ଯେ ଜଳଧାରା ଗାଁ ମଧ୍ୟରେ ପ୍ରବାହିତ ହେବ ସେ ନେଇ ଗ୍ରାମବାସୀ ଆଶାବାନ୍ଧି ଅପେକ୍ଷା କରିଛନ୍ତି ।

କୋରାପୁଟରୁ ସି ଏଚ ଶାନ୍ତାକାର, ଇଟିଭି ଭାରତ

Last Updated : Apr 23, 2020, 3:45 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.