ETV Bharat / state

ପ୍ରଶାସନର କୋରୋନା ପଜିଟିଭ-ନେଗେଟିଭ ଦ୍ଵନ୍ଦରେ ସାଧାରଣ ଲୋକେ - ଟେଷ୍ଟ ରିପୋର୍ଟକୁ ନେଇ ଅସନ୍ତୋଷ

ଜିଲ୍ଲାରେ କୋରୋନା ଟେଷ୍ଟ ରିପୋର୍ଟକୁ ନେଇ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ । ସ୍ବାବ ଟେଷ୍ଟିଙ୍ଗ ପରେ ପ୍ରଶାସନ ପକ୍ଷରୁ କେତବେଳେ ରିପୋର୍ଟ ନେଗେଟିଭ କହୁଥିବା ବେଳେ କେତବେଳେ ସମାନ ଲୋକଙ୍କୁ ରିପୋର୍ଟ ପଜିଟିଭ କୁହଯାଉଥିବା ଅଭିଯୋଗ ହୋଇଛି ।

people of Koraput District confuse in administration's corona positive-negative conflict
ପ୍ରଶାସନର କୋରୋନା ପଜିଟିଭ-ନେଗେଟିଭ ଦ୍ଵନ୍ଦରେ ସାଧାରଣ ଲୋକେ
author img

By

Published : Jul 31, 2020, 7:17 AM IST

କୋରାପୁଟ: ଜିଲ୍ଲାରେ କୋରୋନା ଟେଷ୍ଟ ରିପୋର୍ଟକୁ ନେଇ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ । ସ୍ବାବ ଟେଷ୍ଟିଂ ପରେ ପ୍ରଶାସନ ପକ୍ଷରୁ କେତବେଳେ ରିପୋର୍ଟ ନେଗେଟିଭ କହୁଥିବା ବେଳେ ସମାନ ଲୋକଙ୍କୁ ରିପୋର୍ଟ ପଜିଟିଭ କୁହଯାଉଥିବା ଅଭିଯୋଗ ହୋଇଛି ।

ପ୍ରଶାସନର କୋରୋନା ପଜିଟିଭ-ନେଗେଟିଭ ଦ୍ଵନ୍ଦରେ ସାଧାରଣ ଲୋକେ

ଫଳରେ ପ୍ରଭାବିତ ବ୍ୟକ୍ତିଙ୍କ ସହ ପାଖ ପଡୋଶୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଏପରି ଘଟଣା ଘଟିଛି ଜିଲ୍ଲାର ସୁନାବେଡ଼ା ଅଞ୍ଚଳରେ । ସୁନାବେଡା ଏଇଏଫ କଲୋନୀରେ ଏକ ଦୋକାନ ଖୋଲି ଜୀବିକା ନିର୍ବାହ କରୁଥିବା ବ୍ୟକ୍ତି ଜଣକ ଗଞ୍ଜାମରୁ ଫେରିବା ପରେ ତାଙ୍କ ସ୍ବାବ ନମୁନା ପରୀକ୍ଷା କରାଯାଇଥିଲା । ତେବେ ତାଙ୍କ ନମୁନାରେ କୋରୋନା ଲକ୍ଷଣ ନଥିବା କହି ତାଙ୍କୁ କର୍ତୃପକ୍ଷ ଘରକୁ ଫେରିଯିବା ପାଇଁ କହିଥିଲେ । ପରେ ସେ ନିଜ ଦୋକାନ ଖୋଲି ବ୍ୟବସାୟ ଆରମ୍ଭ କରିଥିଲେ ।

ତେବେ ଆଜି ହଠାତ ପତ୍ନୀଙ୍କ ସହ ଉକ୍ତ ବ୍ୟକ୍ତିଙ୍କ ସ୍ବାବ ନମୁନା ପଜିଟିଭି ଥିବା କହି ଘର ସାମନାରେ ଆମ୍ବୁଲାନ୍ସ ଆସି ପହଞ୍ଚିବା ପରେ ପରିସ୍ଥିତି ଅସମ୍ଭାଳ ହୋଇଥିଲା । ଦୋକାନକୁ ଆସି ଜିନିଷ କିଣିଥିବା ପରିବାର ଲୋକେ, ପଡୋଶୀ ଓ ସାହି ବାସିନ୍ଦା ପ୍ରଶାସନର ଏପରି ବେପରୁଆ ମନୋଭାବକୁ ବିରୋଧ କରିଥିଲେ ।

ଏଥିସହିତ ପରିବାରର ନମୁନାରେ ସଂକ୍ରମଣ ଥିବା ଲିଖିତ ରିପୋର୍ଟ ଦେଖାଇବା ପାଇଁ କହିଥିଲେ । କିନ୍ତୁ ଆମ୍ବୁଲାନ୍ସରେ ଆସିଥିବା କର୍ତୃପକ୍ଷ କୌଣସି ରିପୋର୍ଟ ଦେଖାଇ ନପାରିବାରୁ ସେଠାରୁ ଖାଲିହାତରେ ଫେରିଯାଇଥିଲେ । ପ୍ରଶାସନ ପକ୍ଷରୁ ରିପୋର୍ଟ ଠିକ ଭାବେ ଦିଆଯାଉନଥିବା ଯୋଗୁଁ ବାରମ୍ବାର ଏହିପରି ଦ୍ଵନ୍ଦ୍ବ ସୃଷ୍ଟି ହେଉଥିବା ସାହି ବାସିନ୍ଦା ଅଭିଯୋଗ କରିଛନ୍ତି ।

ଅନ୍ୟପଟେ ଚିକିତ୍ସିତ ହୋଇ ଫେରିଥିବା ପରିବାରକୁ ମଧ୍ୟ ସାହି ବାସିନ୍ଦା ସମ୍ପୂର୍ଣ୍ଣ ଭରସା କରିପାରୁନଥିବା ଅନ୍ୟଏକ ପରିବାର କ୍ଷୋଭ ପ୍ରକାଶ କରିଛନ୍ତି । କୋରୋନା ପଜିଟିଭ ଓ ନେଗେଟିଭର ନିର୍ଣ୍ଣୟ ସଠିକ ଭାବେ କରିବାକୁ ସାଧାରଣରେ ଦାବି ହୋଇଛି ।

କୋରାପୁଟରୁ ସି ଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.