କୋରାପୁଟ: ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ହେଉଛି କୋରାପୁଟ । ପ୍ରାକୃତିକ ଶୋଭାକୁ ଆହୁରି ଦ୍ବିଗୁଣିତ କରୁଛି ଜିଲ୍ଲାରେ ଥିବା ଡୁଡ଼ୁମା ଜଳପ୍ରପାତ । ଜଳ ପ୍ରପାତ ନିକଟରେ ଆରମ୍ଭ ହୋଇଥିବା ନିର୍ମାଣ କାର୍ଯ୍ୟ ମଧ୍ୟ ଠପ ହୋଇ ପଡିଛି । ଏଠାରେ ରହୁଥିହା ଆଦିବାସୀଙ୍କ ଜୀବନ ଧାରା , ହାଟ , ବଜାରକୁ ଦେଖିବା ପାଇଁ ବହୁ ପର୍ଯ୍ୟଟକଙ୍କ ଭିଡ ବଢିଥାଏ । ହେଲେ କୋରୋନା କଟକଣା ଯୋଗଁ ଆଉ ଜମୁନି ପର୍ଯ୍ୟଟକଙ୍କ ଭିଡ । ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ରାଜ୍ୟ ସରକାରଙ୍କ କୌଣସି ସ୍ବତନ୍ତ୍ର ଯୋଜନା କୋରାପୁଟ ପାଇଁ ନ ଥିବାରୁ ପର୍ଯ୍ୟଟକଙ୍କ ସଂଖ୍ୟା କମୁଛି । ପଡୋଶୀ ରାଜ୍ୟ ଛତିଶଗଡ ସରକାର ଜଗଦଲପୁରରେ ବିମାନ ବନ୍ଦର କାର୍ଯ୍ୟକ୍ଷମ କରିସାରିଥିଲେ ମଧ୍ୟ ଜୟପୁର ସ୍ଥିତ ବିମାନ ବନ୍ଦର ହୋଇ ପାରିନାହିଁ । ଯାହା ପର୍ଯ୍ୟଟନ ଶିଳ୍ପକୁ ପ୍ରଭାବିତ କରୁଛି ।
ତେଣୁ ରାଜ୍ୟ ସରକାର ଏ ଦିଗରେ ତତ୍ପରତା ପ୍ରକାଶ କରି ଜୟପୁର ବିମାନ ବନ୍ଦରକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ସହିତ ଏଠାରୁ ବିଭିନ୍ନ ସ୍ଥାନକୁ ବିମାନସେବା ଆରମ୍ଭ କରିବା ପାଇଁ ଦାବି ହୋଇଛି ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ