ETV Bharat / state

କୋଭିଡ ଲକଡାଉନ ଯୋଗୁଁ ତୈଳ ଦରବୃଦ୍ଧି ପାଉଥିଲେ ସୁଦ୍ଧା ବାଇକ୍ ଚାଳନାରେ ଲାଗୁନି ରୋକ୍ - Corona

କୋଭିଡ କଟକଣା ସତ୍ତ୍ବେ ବୃଦ୍ଧି ପାଇବାରେ ଲାଗିଛି ତୈଳଦର । ତୈଳଦର ବୃଦ୍ଧି ସତ୍ତ୍ବେ ଦୁଇଚକିଆ କିମ୍ବା ଚାରିଚକିଆ ଯାନରେ ଲାଗୁନି ରୋକ୍ । ଅଧିକ ପଢନ୍ତୁ...

କୋଭିଡ ଲକଡାଉନ ଯୋଗୁଁ ତୈଳ ଦରବୃଦ୍ଧି ପାଉଥିଲେ ସୁଦ୍ଧା ବାଇକ୍ ଚାଳନାରେ ଲାଗୁନି ରୋକ୍

author img

By

Published : Jun 7, 2021, 8:10 PM IST

କୋରାପୁଟ: କୋଭିଡ କଟକଣା ସମୟରେ ସାଧାରଣ ପରିବହନ ବ୍ୟବସ୍ଥା ସମ୍ପୂର୍ଣ ଭାବେ ଠପ୍ ଥିବା ବେଳେ ପେଟ୍ରୋଲ ଦରକୁ କ୍ରମାଗତ ଭାବେ ବୃଦ୍ଧି କରି ସରକାର ସାଧାରଣ ଲୋକଙ୍କୁ ଶୋଷଣ କରୁଛନ୍ତି ବୋଲି କୋରାପୁଟ ଓକିଲ ସଂଘର ସଭାପତି ଅଜିତ ପାତ୍ର ଅଭିଯୋଗ କରିଛନ୍ତି । କୋଭିଡ କଟକଣା ଲାଗିଥିବା ସମୟରେ ସାଧାରଣ ପରିବହନ ବ୍ୟବସ୍ଥା ନଥିବା ଯୋଗୁଁ ଲୋକେ ନିଜ ପାଖରେ ଥିବା ଦୁଇଚକିଆ କିମ୍ବା ବ୍ୟକ୍ତିଗତ ଚାରିଚକିଆ ଯାନରେ ବିଭିନ୍ନ ସ୍ଥାନକୁ ଯା ଆସ କରୁଛନ୍ତି ।

କୋଭିଡ ଲକଡାଉନ ଯୋଗୁଁ ତୈଳ ଦରବୃଦ୍ଧି ପାଉଥିଲେ ସୁଦ୍ଧା ବାଇକ୍ ଚାଳନାରେ ଲାଗୁନି ରୋକ୍

ତେଣୁ ବର୍ଦ୍ଧିତ ହୋଇଥିବା ପେଟ୍ରୋଲ ଦରର ପ୍ରଭାବ ସାଧାରଣ ଲୋକଙ୍କ ଆର୍ଥିକ ସ୍ଥିତିକୁ ଦୁର୍ବଳ କରୁଥିଲେବି ତାକୁ ନୀରବରେ ସହ୍ୟ କରିବାକୁ ବାଧ୍ୟ ହେଉଥିବା ସେ ମତ ବ୍ୟକ୍ତ କରିଛନ୍ତି । ସେପଟେ ପେଟ୍ରୋଲ ଟାଙ୍କିରେ ପ୍ରତ୍ୟେକ ଦିନର ଦର ଜନସାଧାରଣ କିଭଳି ଜାଣିପାରିବେ ସେନେଇ ଅବଗତ କରାଯାଉନଥିବା ଯୋଗୁଁ ପ୍ରଶାସନ ତରଫରୁ ଏଥିପ୍ରତି ନଜର ଦେବା ପାଇଁ ସେ ଦାବି କରିଛନ୍ତି ।

ଗତ ତିନିଦିନରେ କୋରାପୁଟରେ ପେଟ୍ରୋଲ ଦର 99.93 ଟଙ୍କାରୁ ବୃଦ୍ଧିପାଇ ଆଜି 100.49 ଟଙ୍କା ରେ ପହଞ୍ଚିଥିବା ପେଟ୍ରୋଲ ଟାଙ୍କିର ମାଲିକ କିରଣ କୁମାର ଜଣାଇଛନ୍ତି । କୋରାପୁଟକୁ ତୈଳ ବିଶାଖାପାଟଣା ରୁ ଆସୁଥିବା ବେଳେ ଦରଦାମ ସମ୍ବଲପୁରରୁ ଦୂରତା ଅନୁଯାଇ ନିର୍ଧାରଣ କରାଯାଉଥିବା ସେ ସୂଚନା ଦେଇଛନ୍ତି ।

କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.