ETV Bharat / state

ଷ୍ଟାଫ ନର୍ସଙ୍କୁ ଦୁର୍ବ୍ୟବହାର ଘଟଣା: ସିସିଟିଭି ଫୁଟେଜର ହେବ ତଦନ୍ତ - COMPLAINT

ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲର ଷ୍ଟାଫ ନର୍ସଙ୍କୁ ଦୁର୍ବ୍ୟବହାର ଘଟଣାକୁ ନେଇ ଦୀର୍ଘ 7 ଘଣ୍ଟା ଧରି ହସ୍ପିଟାଲର ମୁଖ୍ୟ ଫାଟକ ସମ୍ମୁଖରେ ଧାରଣାରେ ବସିଥିଲେ ଶତାଧିକ ଷ୍ଟାଫ ନର୍ସ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ
author img

By

Published : Jul 15, 2019, 11:38 PM IST

କୋରାପୁଟ: ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲର ଷ୍ଟାଫ ନର୍ସଙ୍କୁ ଦୁର୍ବ୍ୟବହାର ଘଟଣା । ଉକ୍ତ ଘଟଣାରେ ସୋମବାର ଶତାଧିକ ଷ୍ଟାଫ୍ ନର୍ସ ଡାକ୍ତରଖାନାର ପ୍ରବେଶ ଦ୍ବାର ନିକଟରେ 7 ଘଣ୍ଟା ଧରି ଧାରଣାରେ ବସିଥିଲେ । ଫଳରେ ରୋଗୀ ସେବା ବ୍ୟାହତ ହୋଇଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

ଷ୍ଟାଫ ନର୍ସଙ୍କ ଅଭିଯୋଗକୁ କେନ୍ଦ୍ର କରି ପ୍ରାୟ ଚାରି ଘଣ୍ଟା ଧରି ଡାକ୍ତରଖାନାର ପ୍ରଶାସନିକ ଅଧିକାରୀ ଏବଂ ପୋଲିସ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ବୈଠକ ଅନୁଷ୍ଠିତ ହୋଇଥିଲା । ଡାକ୍ତରଖାନାର ସୁରକ୍ଷା ବ୍ୟବସ୍ଥା କଡାକଡି କରିବା ସହ ୱାର୍ଡ ମଧ୍ୟକୁ ରୋଗୀଙ୍କ ସମ୍ପର୍କୀୟଙ୍କ ପ୍ରବେଶକୁ ନିୟନ୍ତ୍ରଣ କରାଯିବା ପାଇଁ ପ୍ରତିଶ୍ରୁତି ମିଳିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ସେପଟେ ଷ୍ଟାଫ ନର୍ସଙ୍କ ପ୍ରତି କଥିତ ରୂପେ ଦୁର୍ବ୍ୟବହାର କରାଯାଇଥିବା ଅଭିଯୋଗକୁ ଭିତ୍ତି କରି ହସ୍ପିଟାଲର ସିସିଟିଭି ଯାଞ୍ଚ କରାଯିବ ବୋଲି କୋରାପୁଟ ଏସଡିପିଓ ପ୍ରତିଶ୍ରୁତି ଦେଇଛନ୍ତି ।

ସୂଚନାନୁସାରେ, ରବିବାର ରାତିରେ 11ଟାରେ ସର୍ଜରୀ ୱାର୍ଡରେ ରୋଗୀଙ୍କ ସମ୍ପର୍କୀୟ ଏବଂ 2 ଜଣ ପୋଲିସ ୟୁନିଫର୍ମ ପିନ୍ଧିଥିବା ବ୍ୟକ୍ତି କଥିତ ଭାବେ ଷ୍ଟାଫ ନର୍ସଙ୍କୁ ଦୁର୍ବ୍ୟବହାର କରିଥିଲେ ।

କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ

Intro:କୋରାପୁଟ ସ୍ଥିତ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲ ର ଷ୍ଟାଫ ନର୍ସଙ୍କୁ ଗତକାଲି ରାତି ୧୧ ଟା ବେଳେ ସର୍ଜରି ୱାର୍ଡ ରେ ରୋଗୀଙ୍କ ସମ୍ପର୍କୀୟ ଏବଂ ଦୁଇଜଣ ପୋଲିସ ୟୁନିଫର୍ମ ପିନ୍ଧିଥିବା ବ୍ୟକ୍ତିଙ୍କ ଦ୍ୱାରା କଥିତଭାବେ ହୋଇଥିବା ଦୁର୍ବ୍ୟବହାରକୁ ବିରୋଧ କରି ଆଜି ଶତାଧିକ ଷ୍ଟାଫ ନର୍ସ ଡାକ୍ତରଖାନାର ପ୍ରବେଶଦ୍ୱାର ନିକଟରେ ଦୀର୍ଘ ସାତ ଘଣ୍ଟା ଧରି ଧାରଣାରେ ବସିରହିବାରୁ ରୋଗୀ ସେବାରେ ବ୍ୟାଘାତ ସୃଷ୍ଟି ହୋଇଥିଲା । Body:ତେବେ ଡାକ୍ତରଖାନାର ପ୍ରଶାସନିକ ଅଧିକାରୀ ଏବଂ ପୋଲିସ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ଷ୍ଟାଫ ନର୍ସ ମାନଙ୍କ ଅଭିଯୋଗ ସମ୍ପର୍କରେ ପ୍ରାୟ ଚାରି ଘଣ୍ଟା ଧରି ରୂଦ୍ଧଦ୍ୱାରା ବୈଠକ ଅନୁଷ୍ଠିତ ହେବାପରେ ଡାକ୍ତରଖାନାରେ ସୁରକ୍ଷା କଡାକଡି କରିବା ଓ ୱାର୍ଡ ମଧ୍ୟକୁ ରୋଗୀଙ୍କ ସମ୍ପର୍କୀୟଙ୍କ ପ୍ରବେଶକୁ ନିୟନ୍ତ୍ରଣ କରାଜିବା ପାଇଁ ପ୍ରତିଶୃତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା ।Conclusion:ପୋଲିସ ୟୁନିଫର୍ମ ଧାରୀଙ୍କ ଦ୍ୱାରା ଷ୍ଟାଫ ନର୍ସଙ୍କ ପ୍ରତି କଥିତ ରୂପେ ଦୁର୍ବ୍ୟବହାର କରାଯାଇଥିବା ଅଭିଯୋଗକୁ ଭିତ୍ତି କରି ସିସିଟିଭି ଯାଞ୍ଚ କରାଯିବ ବୋଲି କୋରାପୁଟ ଏସଡିପିଓ , ଟି. ଯେ.ରେଡ୍ଡୀ ପ୍ରତିଶ୍ରୁତି ଦେଇଛନ୍ତି ।
.........
Byte : Staff Nurse
Byte : Basudev Chatriya , IIC , Town Police Station , Koraput
..........
ଶାନ୍ତାକାର
କୋରାପୁଟ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.