ETV Bharat / state

ପଟ୍ଟାଙ୍ଗି ତହସିଲରେ ଆର୍ଥିକ ହେରଫେର, ତହସିଲଦାର-ଉପ ତହସିଲଦାର ନିଲମ୍ବିତ

author img

By

Published : Mar 10, 2022, 8:01 AM IST

ପଟ୍ଟାଙ୍ଗି ତହସିଲରେ ୪ କୋଟି ଟଙ୍କାର ଷ୍ଟାମ୍ପ ଡ୍ୟୁଟି ହେରଫେର ଅଭିଯୋଗରେ ତହସିଲଦାର ହରିପଦ ମଣ୍ଡଳ ଓ ଅତିରିକ୍ତ ତହସିଲଦାର ମହାଦେବ ଭତ୍ରାଙ୍କୁ କୋରାପୁଟ ଜିଲ୍ଲାପାଳ ଅବଦଲ ଅକ୍ତର ଚାକିରିରୁ ନିଲମ୍ବିତ କରିଛନ୍ତି । ଅଧିକ ପଢନ୍ତୁ

ପଟ୍ଟାଙ୍ଗି ତହସିଲରେ ଆର୍ଥିକ ହେରଫେର
ପଟ୍ଟାଙ୍ଗି ତହସିଲରେ ଆର୍ଥିକ ହେରଫେର

କୋରାପୁଟ: ରାଜ୍ୟ ସରକାରଙ୍କ ଦୁର୍ନୀତି ଦମନ ଅଭିଯାନର ଶିକାର ହୋଇଛନ୍ତି ସରକାରୀ ଅଧିକାରୀ । ପଟ୍ଟାଙ୍ଗି ତହସିଲରେ ୪ କୋଟି ଟଙ୍କାର ଷ୍ଟାମ୍ପ ଡ୍ୟୁଟି ହେରଫେର ଅଭିଯୋଗରେ ତହସିଲଦାର ହରିପଦ ମଣ୍ଡଳ ଓ ଅତିରିକ୍ତ ତହସିଲଦାର ମହାଦେବ ଭତ୍ରାଙ୍କୁ କୋରାପୁଟ ଜିଲ୍ଲାପାଳ ଅବଦଲ ଅକ୍ତର ଚାକିରିରୁ ନିଲମ୍ବିତ କରିଛନ୍ତି । ଆର୍ଥିକ ଅନିୟମିତତାରେ ଲିପ୍ତ ଥିବା ଅଭିଯୋଗର ପ୍ରମାଣ ମିଳିବା ପରେ ସରକାରଙ୍କ ରାଜସ୍ବ ଓ ବିପର୍ଯ୍ୟୟ ବିଭାଗ ପକ୍ଷରୁ ୨ ଜଣ ଅଧିକରୀଙ୍କୁ ନିଲମ୍ବନ କରାଯାଇଛି ।

ସୂଚନାଅନୁସାରେ, ପଟ୍ଟାଙ୍ଗି ତହସିଲରେ ଥିବା ସବରେଜିଷ୍ଟ୍ରେସନ କାର୍ଯ୍ୟାଳୟରେ କୌଣସି ସବରେଜିଷ୍ଟ୍ରେସରଙ୍କୁ ନିଯୁକ୍ତି ନ ଦିଆଯାଇ ତହସିଲଦାରଙ୍କୁ ଉକ୍ତ ଦାୟିତ୍ବ ନିର୍ବାହ ପାଇଁ ନିର୍ଦ୍ଦେଶ ରହିଛି । ଫଳରେ ସବରେଜିଷ୍ଟ୍ରେସନ କାର୍ଯ୍ୟ ତହସିଲଦାରଙ୍କ ଦ୍ବାରା ସମ୍ପର୍ଣ୍ଣ ହେଉଛି । ୪ କୋଟି ଟଙ୍କାର ଷ୍ଟାମ୍ପ ଡ୍ୟୁଟି ହେରଫେର ହୋଇଥିବା ଅଭିଯୋଗରେ ବୁଧବାର ପଟ୍ଟାଙ୍ଗି ତହସିଲଦାର ଓ ଅତିରିକ୍ତ ତହସିଲଦାରଙ୍କୁ କୋରାପୁଟ ଜିଲ୍ଲାପାଳ ଚାକିରିରୁ ନିଲମ୍ବିତ କରିଛନ୍ତି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ପ୍ରେରଣ କରାଯାଇଥିବା ନିଲମ୍ବନ ଆଦେଶ ପତ୍ରରେ ପଟ୍ଟାଙ୍ଗୀ ବିଡ଼ିଓ ସୌମ୍ୟ ସାର୍ଥକ ମିଶ୍ରଙ୍କୁ ତହସିଲଦାର କାର୍ଯ୍ୟ ତୁଲାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।

କୋରାପୁଟରୁ ସିଏଚ ଶାନ୍ତାକାର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.