ETV Bharat / state

ବିଧାୟକଙ୍କ ମନ୍ତବ୍ୟକୁ ନେଇ ତେଜିଲା ଆନ୍ଦୋଳନ, ମନ୍ତ୍ରୀ ଓ ବିଧାୟକଙ୍କୁ ବାସନ୍ଦ ଚେତାବନୀ

author img

By

Published : Jan 2, 2020, 9:03 PM IST

ପଟ୍ଟାଙ୍ଗୀ ବିଧାୟକଙ୍କ ମନ୍ତବ୍ୟକୁ ନେଇ ତେଜିଲା ଆନ୍ଦୋଳନ । ଆନ୍ଦୋଳନକୁ ଓହ୍ଲାଇଛନ୍ତି ସେରୁବନ୍ଧ ପର୍ବତ ସୁରକ୍ଷା ସମିତି । ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ...

protest on mla reaction
ବିଧାୟକଙ୍କ ମନ୍ତବ୍ୟକୁ ନେଇ ତେଜିଲା ଆନ୍ଦୋଳନ

କୋରାପୁଟ: ବିଧାୟକଙ୍କ ମନ୍ତବ୍ୟକୁ ନେଇ ତେଜିଲା ଆନ୍ଦୋଳନ । ନାଲକୋ କମ୍ପାନୀ ଦ୍ବାରା ସେରୁବନ୍ଧ ପର୍ବତରେ ପ୍ରସ୍ତାବିତ ଖଣି ଖନନକୁ ସମର୍ଥନ କରୁନଥିବା ଲୋକଙ୍କୁ ବାହାର ଲୋକ ବୋଲି ଗତ କିଛିଦିନ ତଳେ ମନ୍ତବ୍ୟ ଦେଇଥିଲେ ପଟ୍ଟାଙ୍ଗୀ ବିଧାୟକ ପ୍ରିତମ ପାଢୀ । ଆଉ ବିଧାୟକଙ୍କ ଏହି ମନ୍ତବ୍ୟକୁ ସମର୍ଥନ ଜଣାଇଥିଲେ ଖଣି ମନ୍ତ୍ରୀ ପ୍ରଫୁଲ ମଲ୍ଲିକ । ଯାହାକୁ ନେଇ ବିବାଦ ମୁଣ୍ଡ ଟେକିଛି ।

ବିଧାୟକଙ୍କ ମନ୍ତବ୍ୟକୁ ନେଇ ତେଜିଲା ଆନ୍ଦୋଳନ

ଯାହାକୁ ନେଇ ସେରୁବନ୍ଧ ପର୍ବତ ସୁରକ୍ଷା ସମିତିର ସଦସ୍ୟ ମାନେ ଏକ ବିଶାଳ ଶୋଭାଯାତ୍ରାରେ ଆସି ମନ୍ତ୍ରୀ ଓ ବିଧାୟକଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ । ଏହାସହ ତହସିଲଦାରଙ୍କ ଜରିଆରେ ରାଜ୍ୟପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଏଥିରେ ବିଧାୟକ ଓ ମନ୍ତ୍ରୀ ନାଲକୋ ସପକ୍ଷରେ ଦେଇଥିବା ମିଥ୍ୟା ଓ କପୋଳକଳ୍ପିତ ମନ୍ତବ୍ୟକୁ ପ୍ରତ୍ୟାହାର କରି ସାର୍ବଜନୀନ ଭାବେ କ୍ଷମାଭିକ୍ଷା କରିବା ପାଇଁ ଦାବି କରାଯାଇଛି । ଏପରି ନକଲେ ସେମାନେ ନିଜ ନିଜ ପଦବୀରୁ ଇସ୍ତଫା ଦେବା ପାଇଁ ମଧ୍ୟ ଦାବି ହୋଇଛି । ଏପରିକି ଯେତେପର୍ଯ୍ୟନ୍ତ ସେମାନେ ଦାବି ମାନି ନାହାନ୍ତି ସେହିଦିନ ପର୍ଯ୍ୟନ୍ତ ପ୍ରଭାବିତ ପଟ୍ଟାଙ୍ଗି ଅଞ୍ଚଳରେ ଉଭୟଙ୍କୁ ସାମାଜିକ ବାସନ୍ଦ କରାଯିବ ବୋଲି ସୁରକ୍ଷା ସମିତି ଚେତାବନୀ ଦେଇଛନ୍ତି ।

ପ୍ରକାଶ ଯେ, ନାଲକୋ ଦ୍ବାରା ସେରୁବନ୍ଧ ପର୍ବତ ଅଞ୍ଚଳରେ ଖଣି ଖନନ କରିବା ପାଇଁ ହୋଇଥିବା ଆବେଦନକୁ ଆଖି ଆଗରେ ରଖି, ପରିବେଶ ବୋର୍ଡ ଦ୍ବାରା ଗତ ଡିସେମ୍ବର 17 ତାରିଖ ଦିନ ପଟ୍ଟାଙ୍ଗି ଠାରେ ଏକ ଜନଶୁଣାଣୀ କରାଯାଇଥିଲା । ବିଧାୟକଙ୍କ ନାଲକୋକୁ କିପରି ସମର୍ଥନ କରି ଏଭଳି ଏପରି ମନ୍ତବ୍ୟ ଦେଲେ ବୋଲି ସୁରକ୍ଷା ସମିତିର ସଭାପତି ଭଗବାନ ଗୋଲାରି ପ୍ରଶ୍ନ କରିଥିଲେ । ପଞ୍ଚମ ତହସିଲ ଅଞ୍ଚଳର ଆଦିବାସୀଙ୍କ ସ୍ବାସ୍ଥ୍ୟକୁ ଜଳାଞ୍ଜଳି ଦେଇ ବେଆଇନ ଭାବେ ନାଲକୋକୁ ସେରୁବନ୍ଧ ପର୍ବତରୁ ବକ୍ସାଇଟ ଖୋଳି ନେବା ପାଇଁ ହସ୍ତାନ୍ତର କରିବା ପାଇଁ ରାଜ୍ୟ ସରକାର ଚଳାଇଥିବା ହୀନ ଚକ୍ରାନ୍ତକୁ ଦୃଢ ନିନ୍ଦା କରାଯାଇଛି । ଏହାକୁ ତୁରନ୍ତ ବନ୍ଦ ନ କଲେ ଆନ୍ଦୋଳନ ଆହୁରି ତିବ୍ରତର କରିବାକୁ ଚେତାବନୀ ଦେଇଛନ୍ତି ।

କୋରାପୁଟରୁ ସିଏଚ.ଶାନ୍ତାକାର, ଇଟିଭି ଭାରତ

Intro:ଗତ କିଛିଦିନପୂର୍ବେ ଦାମନଯୋଡିସ୍ଥିତ ନାଲକୋ ସଭାଗୃହରେ ପଟ୍ଟାଙ୍ଗି ବିଧାୟକ ପିତମ ପାଢ଼ୀ ପଟ୍ଟାଙ୍ଗି ଠାରେ ଆୟୋଜିତ ଜନ ଶୁଣାଣି ରେ ପ୍ରଭାବିତ ଛଅ ଟି ପଂଚାୟତର ଲୋକ ନାଲକୋ କମ୍ପାନୀ ଦ୍ୱାରା ସେରୁବନ୍ଧ ପର୍ବତରେ ପ୍ରସ୍ତାବିତ ଖଣି ଖନନକୁ ସମର୍ଥନ କରିଥିବା ଓ ଯେଉଁମାନେ ବିରୋଧ କରିଥିଲେ ସେମାନେ ବାହାରର ଲୋକ ବୋଲି ସାମ୍ବାଦିକଙ୍କୁ ଦେଇଥିବା ମନ୍ତବ୍ୟକୁ ନେଇ ତୀବ୍ର ଜନ ଅସନ୍ତୋଷ ଦେଖାଦେଇଛି ।Body:ତାଙ୍କର ଏହି ମନ୍ତବ୍ୟ ଦେବା ଓ ସେହି ମନ୍ତବ୍ୟକୁ ରାଜ୍ୟର ଖଣି ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ସମର୍ଥନ କରିବା ସେରୁବନ୍ଧ ରେ ଯେକୌଣସି ଖଣି ଖନନ କୁ ତୀବ୍ର ବିରୋଧ କରିଆସୁଥିବା ଛଅ ଟି ପଂଚାୟତର ଲୋକେ ସହଜରେ ଗ୍ରହଣ କରିପାରିନାହାନ୍ତି । ଆଜି ପଟ୍ଟାଙ୍ଗି ଠାରେ ପ୍ରତିକୂଳ ପାଗ ସତ୍ତ୍ୱେ ସେରୁବନ୍ଧ ପର୍ବତ ସୁରକ୍ଷା ସମିତିର ସଦସ୍ୟ ମାନେ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ନଗର ପରିକ୍ରମା କରିବା ସହ ବିଧାୟକ ଶ୍ରୀ ପାଢ଼ୀ ଓ ଖଣି ମନ୍ତ୍ରୀ ଶ୍ରୀ ମଲ୍ଲିକଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ । ତହସିଲଦାରଙ୍କ ମାଧ୍ୟମରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ପ୍ରେରଣ କରିଥିବା ଦାବି ପତ୍ରରେ ଆନ୍ଦୋଳନକାରୀ ଜନତା , ନାଲ୍କୋ ନଗରୀରେ ବିଧାୟକ ଓ ମନ୍ତ୍ରୀ ନାଲ୍କୋ ସପକ୍ଷରେ ଦେଇଥିବା ମିଥ୍ୟା ଓ କପୋଳକଳ୍ପିତ ମନ୍ତବ୍ୟ କୁ ପ୍ରତ୍ୟାହାର କରି ସାର୍ବଜନୀନ ଭାବେ କ୍ଷମାଭିକ୍ଷା କରିବା ପାଈଁ ଦାବି କରିଛନ୍ତି । ଏପରି ନକରିବା ସ୍ଥଳେ ସେମାନେ ନିଜ ନିଜ ପଦବୀରୁ ଇସ୍ତଫା ଦେବା ପାଇଁ ଦାବିକୁ କରିଛନ୍ତି । ପଟ୍ଟାଙ୍ଗି ବାସୀଙ୍କ ଦାବିକୁ ଉଭୟ ଯେତେପର୍ଯ୍ୟନ୍ତ ମାନି ନାହାନ୍ତି ସେହିଦିନ ପର୍ଯ୍ୟନ୍ତ ପ୍ରଭାବିତ ପଟ୍ଟାଙ୍ଗି ଅଂଚଳରେ ଉଭୟଙ୍କୁ ସାମାଜିକ ବାସନ୍ଦ କରାଯିବ ବୋଲି ସୁରକ୍ଷା ସମିତି ସୂଚନା ଦେଇଛି । ନାଲ୍କୋ ଦ୍ୱାରା ସେରୁବନ୍ଧ ପର୍ବତ ଅଂଚଳରେ ଖଣି ଖନନ କରିବା ପାଈଁ ହୋଇଥିବା ଆବେଦନକୁ ଆଖିରେ ରଖି ପରିବେଶ ବୋର୍ଡ ଦ୍ୱାରା ଗତ ମାସ 17 ତାରିଖ ଦିନ ପଟ୍ଟାଙ୍ଗି ଠାରେ ଏକ ଜନଶୁଣାଣୀ କରାଯାଇଥିଲା । ଏହି ଜନ ଶୁଣାଣୀରେ ସ୍ଥାନୀୟ ଲୋକେ ସ୍ପଷ୍ଟ ଭାବେ ବିରୋଧ କରିଥିବା ବେଳେ ସେହି ସଭାକୁ ଜାଣି ଜାଣି ନଆସି ପଳାତକ ଭଳି ଲୁଚିଜାଇଥିବା ବିଧାୟକ ଶ୍ରୀ ପାଢ଼ୀ ଲୋକେ ନାଲ୍କୋକୁ ସମର୍ଥନ କରିଛନ୍ତି ବୋଲି କିପରି ମନ୍ତବ୍ୟ ଦେଇପାରିଲେ ବୋଲି ସୁରକ୍ଷା ସମିତିର ସଭାପତି ଭଗବାନ ଗୋଲରି କ୍ଷୋଭ ପ୍ରକାଶ କରିଛନ୍ତି । ପଞ୍ଚମ ତଫସିଲ ଅଂଚଳରେ ଆଦିବାସୀଙ୍କ ସ୍ବାସ୍ଥ୍ୟକୁ ଜଳାଞ୍ଜଳି ଦେଇ ବେଆଇନ ଭାବେ ନାଲ୍କୋକୁ ସେରୁବନ୍ଧ ପର୍ବତରୁ ବକ୍ସାଇଟ ଖୋଳି ନେବା ପାଇଁ ହସ୍ତାନ୍ତର କରିବା ପାଇଁ ରାଜ୍ୟ ସରକାର ଚଳାଇଥିବା ହୀନ ଚକ୍ରାନ୍ତକୁ ତୁରନ୍ତ ବନ୍ଦ ନ କଲେ ଆନ୍ଦୋଳନ ଆହୁରି ତୀବ୍ରତର ହେବ ବୋଲି ସୁରକ୍ଷା ସମିତି ଚେତାବନୀ ଶୁଣାଇଛି । ଆଜିର ଏହି ଆଂନ୍ଦୋଳନକୁ ନିୟନ୍ତ୍ରଣ କରିବା ପାଇଁ ଏକ ପ୍ଲାଟୁନ ପୋଲିସ ମୁତୟନ କରାଯାଇଥିଲା ବୋଲି ସୁନାବେଡା ଏସଡିପିଓ ନିରଞ୍ଜନ ବେହେରା ଜଣାଇଛନ୍ତି ।Conclusion:ବାଇଟ : ରବି ଖରା , ସଦସ୍ୟ (black jacket)
ବାଇଟ : ନନ୍ଦିବାଲି ଚୈତନ୍ୟ , ସଦସ୍ୟ
ବାଇଟ : ନିରଞ୍ଜନ ବେହେରା , ଏସଡିପିଓ
........
ଶାନ୍ତାକାର
କୋରାପୁଟ
.........
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.