ETV Bharat / state

ବିଦ୍ୟାଳୟ ବନ୍ଦ ହେଲେ ପାଠ ଛାଡିବେ ଆଦିବାସୀ ପିଲା

author img

By

Published : Nov 1, 2020, 4:16 PM IST

କୋରାପୁଟ ଲମତାପୁଟ ବ୍ଲକ ଅନ୍ତର୍ଗତ ଚିକିନିପୁଟ ପଞ୍ଚାୟତର ଡେଙ୍ଗସେମିଳି ଗାଁରେ ଥିବା ପ୍ରାଥମିକ ବିଦ୍ୟାଳୟ ବନ୍ଦ ହେବ । ଗାଁରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା କମ ଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଏହି ନିଷ୍ପତ୍ତିକୁ ବିରୋଧ କରି ଗ୍ରାମବାସୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ଅଭିଯୋଗପତ୍ର ଦାଖଲ କରିଛନ୍ତି । ଅଧିକ ପଢନ୍ତୁ...

ବିଦ୍ୟାଳୟ ବନ୍ଦ ହେଲେ ପାଠ ଛାଡିବେ ଆଦିବାସୀ ପିଲାଏ

କୋରାପୁଟ: ବନ୍ଦ ହେବ କୋରାପୁଟ ଲମତାପୁଟ ବ୍ଲକ ଅନ୍ତର୍ଗତ ଚିକିନିପୁଟ ପଞ୍ଚାୟତର ଡେଙ୍ଗସେମିଳି ଗାଁରେ ଥିବା ପ୍ରାଥମିକ ବିଦ୍ୟାଳୟ । ଗାଁରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା କମ ଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ସେପଟେ କମ ଛାତ୍ରଛାତ୍ରୀ ଏବଂ ଉପସ୍ଥାନ ଥିବା ସ୍କୁଲ ବନ୍ଦ କରି ଅନ୍ୟ ସ୍କୁଲ ମିଶ୍ରଣକୁ ବିରୋଧ କରିଛନ୍ତି ଗ୍ରାମବାସୀ । ଏନେଇ ଗ୍ରାମବାସୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ଅଭିଯୋଗପତ୍ର ଦାଖଲ କରିଛନ୍ତି ।

ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ଡେଙ୍ଗସେମିଳି ଠାରୁ ମାଛକୁଣ୍ଡ 5 କିଲୋମିଟର ଦୂର । ଆଉ ଦୂରତ୍ୱ ଅନୁଯାୟୀ ଡେଙ୍ଗସେମିଳି ଠାରୁ ଗୋଡିପୁଟର ଦୂରତ୍ବ କମ ରହିଛି । ତେଣୁ ଉକ୍ତ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ଗୋଡିପୁଟ ବିଦ୍ୟାଳୟକୁ ପିଲାଙ୍କୁ ପଠାଇବା ପାଇଁ ପ୍ରଶାସନ ପକ୍ଷରୁ କୁହାଯାଇଛି । କିନ୍ତୁ ବାସ୍ତବିକ ସ୍ଥିତିକୁ ଦେଖିଲେ ଡେଙ୍ଗସେମିଳି ଓ ଗୋଡିପୁଟ ମଧ୍ୟରେ ନାଳ ପଡୁଛି ଯାହାକୁ ଅତିକ୍ରମ କରି ବଡ ଲୋକମାନଙ୍କ ପାଇଁ କଷ୍ଟକର ଥିବାବେଳେ କୁନି କୁନି ପିଲାମାନେ କିଭଳି ଏହି ନାଳକୁ ପାର କରି ସ୍କୁଲ ଯିବେ ତାହା ସେମାନେ ପ୍ରଶ୍ନ କରିଛନ୍ତି ।

ସରକାର ତୁରନ୍ତ ନିଜ ନିଷ୍ପତ୍ତି ବଦଳାଇ ଗାଁରେ ଥିବା ବିଦ୍ୟାଳୟକୁ ଖୋଲିବା ସହ ଉପଯୁକ୍ତ ସଂଖ୍ୟକ ଶିକ୍ଷକ ଯୋଗାଇଦେବା ପାଇଁ ଦାବି କରିଛନ୍ତି ଗ୍ରାମବାସୀ । ନଚେତ ପିଲା ଅଧାରୁ ପାଠଛାଡ଼ି ଗାଈଗୋରୁ ଚରାଇବା ଓ ମାଟିକାମ କରିବାରେ ନିୟୋଜିତ ହେବା ପାଇଁ ବାଧ୍ୟ ହେବେ ବୋଲି ସେମାନେ ଜଣାଇଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.