ETV Bharat / state

କୋରାପୁଟରେ ଆଦିବାସୀ ସାଂସ୍କୃତିକ କାର୍ଯ୍ୟକ୍ରମ, ହୀରା ମାଝୀଙ୍କୁ ଶାବରୀ ସୁକନ୍ୟା ସମ୍ମାନ

ଚଳିତ ବର୍ଷର ଶାବରୀ ସୁକନ୍ୟା ସମ୍ମାନରେ ସମ୍ମାନିତ ହେଲେ ବୈପାରୀଗୁଡା ବ୍ଲକ ଶିରିବେଡ଼ା ଗ୍ରାମସ୍ଥିତ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ହୀରା ମାଝୀ । ଅଧିକ ପଢ଼ନ୍ତୁ

author img

By

Published : Apr 17, 2022, 9:57 PM IST

ପରଜା ଝିଅ ହୀରା ମାଝୀଙ୍କୁ ଶାବରୀ ସୁକନ୍ୟା ସମ୍ମାନ

କୋରାପୁଟ: ଚଳିତ ବର୍ଷର ଶାବରୀ ସୁକନ୍ୟା ସମ୍ମାନରେ ସମ୍ମାନିତ ହେଲେ ବୈପାରୀଗୁଡା ବ୍ଲକ ଶିରିବେଡ଼ା ଗ୍ରାମସ୍ଥିତ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ହୀରା ମାଝୀ । ଆଜି କୋରାପୁଟ ଆଦିବାସୀ ସଂଗ୍ରହାଳୟରେ ଜିଲ୍ଲା ସଂସ୍କୃତି ପରିଷଦ, ଆଦିବାସୀ ସଂସ୍କୃତି ଗବେଷଣା କେନ୍ଦ୍ର, କୋଟସ ଏବଂ ଜୟପୁରର ତରୁଣ ପ୍ରଜ୍ଞା ଭାରତୀ ଅନୁଷ୍ଠାନର ମିଳିତ ଆନୁକୂଲ୍ୟରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏଥିରେ କୋରାପୁଟ ଜିଲ୍ଲାର ପରଜା, ଗଦବା ଓ ଦୁରୂଆ ଆଦିବାସୀ ଜନଜାତିର ବାଳିକାଙ୍କ ସମେତ ମାଲକାନଗିରି ଜିଲ୍ଲାର କୋୟା ଓ ରାୟଗଡ଼ା ଜିଲ୍ଲାର ଡଙ୍ଗରିଆ କନ୍ଧ ଜନଜାତିର ବାଳିକା ଭାଗ ନେଇଥିଲେ ।

ଏହି ପ୍ରତିଯୋଗିତାମୂଳକ ଉତ୍ସବରେ ଏହି ସମସ୍ତ ବାଳିକା କଳାକାର ନିଜ ଆଦିବାସୀ ଜନଜାତିର ପାରମ୍ପରିକ ନୃତ୍ୟ ପରିବେଷଣ କରିଥିଲେ । ଏହାସହ ସେମାନଙ୍କ ଜୀବନ ଧାରା ଓ ସାଂସ୍କୃତିକ ପରମ୍ପରା ସମ୍ପର୍କରେ ବିଚାରକ ମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ । ସେମାନଙ୍କ ମଧ୍ୟରୁ ପ୍ରତି ଆଦିବାସୀ ଜନଜାତିରୁ ଜଣକୁ ସ୍ବତନ୍ତ୍ର ମୁକୁଟ ପିନ୍ଧାଇ ସମ୍ମାନିତ କରାଯାଇଥିଲା । ସାମଗ୍ରିକ ଉପସ୍ଥାପନା କ୍ଷେତ୍ରରେ ସର୍ବାଧିକ ଅଙ୍କ ପାଇଥିବା ପରଜା ଜନଜାତିର ହୀରା ମାଝୀଙ୍କୁ ଚଳିତ ବର୍ଷର ଶାବରୀ ସୁକନ୍ୟା ଭାବେ ସମ୍ମାନିତ କରାଯାଇଛି ।

ଆଦିବାସୀ ବହୁଳ କୋରାପୁଟ ଜିଲ୍ଲାରେ ଆଦିବାସୀ ଜନଜାତିଙ୍କ ମଧ୍ୟରେ ନିଜ ସଂସ୍କୃତିକୁ ସମ୍ମାନ ଜଣାଇବା ପାଇଁ ପ୍ରଥମ ଥର ଏଭଳି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଏଭଳି ଏକ ଉତ୍ସବ ଛାତ୍ରଛାତ୍ରୀ ଓ ଯୁବପିଢ଼ି ମଧ୍ୟରେ ଆଦିବାସୀ ପରମ୍ପରାକୁ ପ୍ରୋତ୍ସାହନ ଯୋଗାଇବା ପାଇଁ ସହାୟକ ହେବ । ଆଦିବାସୀ ସଂସ୍କୃତି ଓ ପରମ୍ପରା ପ୍ରତି ସମ୍ମାନ ଦିଗରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ସମ୍ମାନିତ ଅତିଥି କହିଛନ୍ତି । ଶାବରୀ ସୁକନ୍ୟା ସମ୍ମାନରେ ସମ୍ମାନିତ ହେବାପରେ ଖୁସି ଜାହିର କରି ଏହା ତାଙ୍କୁ ପ୍ରେରଣା ଯୋଗାଇବ ବୋଲି କହିଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.