ETV Bharat / state

କୋରାପୁଟରେ ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ଆରମ୍ଭ, ଜାରି ହେଲା ସଂରକ୍ଷଣ ତାଲିକା

ଶୁକ୍ରବାର କୋରାପୁଟ ଜିଲ୍ଲାରେ ପଞ୍ଚାୟତ ନିର୍ବାଚନ ନିମନ୍ତେ ସ୍ଥାନ ସଂରକ୍ଷଣ ଚିଠା ତାଲିକା ପ୍ରକାଶ ପାଇଛି । ଅକ୍ଟୋବର 16 ଓ 18 ତାରିଖ ପର୍ଯ୍ୟନ୍ତ କୌଣସି ଅଭିଯୋଗ ଥିଲେ କରିବେ ସାଧାଣ ଲୋକେ । ଅଧିକ ପଢନ୍ତୁ...

panchayat election draft list of koraput
କୋରାପୁଟରେ ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ଆରମ୍ଭ, ଜାରି ହେଲା ଚିଠା ତାଲିକା
author img

By

Published : Oct 8, 2021, 10:40 PM IST

କୋରାପୁଟ: ପଞ୍ଚାୟତ ନିର୍ବାଚନ ପାଇଁ ପ୍ରକାଶ ପାଇଲା ସଂରକ୍ଷଣ ଚିଠା ତାଲିକା । ଶୁକ୍ରବାର କୋରାପୁଟ ଜିଲ୍ଲାରେ ପଞ୍ଚାୟତ ନିର୍ବାଚନ ନିମନ୍ତେ ସ୍ଥାନ ସଂରକ୍ଷଣ ଚିଠା ତାଲିକା ପ୍ରକାଶ ପାଇଥିବା ଜିଲ୍ଲା ପଞ୍ଚାୟତ ଅଧିକାରୀ ସୁଦେଶ ପଟ୍ଟନାୟକ ସୂଚନା ଦେଇଛନ୍ତି ।

କୋରାପୁଟରେ ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ଆରମ୍ଭ, ଜାରି ହେଲା ଚିଠା ତାଲିକା

ରାଜ୍ୟ ସରକାର ଆରମ୍ଭ କରିଛନ୍ତି ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି । ରାଜ୍ୟରେ ନୂତନ ସଂରକ୍ଷଣ ତାଲିକା ପାଇଁ ଆଜି ପ୍ରକାଶ ପାଇଛି ଚିଠା ତାଲିକା । ଏହି ପ୍ରକ୍ରିୟାରେ କୋରାପୁଟ ଜିଲ୍ଲାର ମୋଟ 2973 ୱାର୍ଡ ସଭ୍ୟ , 240 ସରପଞ୍ଚ , 240 ସମିତି ସଭ୍ୟ , 29 ଜିଲ୍ଲା ପରିଷଦ ସଭ୍ୟ ଓ 14 ଜଣ ବ୍ଲକ ଅଧ୍ୟକ୍ଷ ପଦବୀ ପାଇଁ ପ୍ରାଥମିକ ଚିଠା ତାଲିକା ପ୍ରସ୍ତୁତ କରାଯାଇଛି ।

ଏହି ବିଜ୍ଞପ୍ତି ଜିଲ୍ଲାର ପଞ୍ଚାୟତ କାର୍ଯ୍ୟାଳୟଠାରୁ ଆରମ୍ଭ କରି ଜିଲ୍ଲା କାର୍ଯ୍ୟାଳୟ ପର୍ଯ୍ୟନ୍ତ ସବୁଠାରେ ସୂଚନା ଦିଆଯାଇଛି । ଏ ସଂକ୍ରାନ୍ତରେ କାହାରି ଆପତ୍ତି ଅଭିଯୋଗ ଥିଲେ ଆସନ୍ତା 16 ଓ 18 ତାରିଖ ପର୍ଯ୍ୟନ୍ତ ପ୍ରଦତ୍ତ ଫର୍ମ ଭର୍ତ୍ତି କରି ଜିଲ୍ଲାପାଳଙ୍କ ପାଖରେ ଦାଖଲ କରିପାରିବେ ବୋଲି ସେ ସୂଚନା ଦେଇଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.