ETV Bharat / state

ଅପ୍ରେଲ ୧୪ରୁ କୋରାପୁଟରେ ପଲ୍ଲିଶ୍ରୀ ମେଳା, ଲାଗିବ ୨୦୦ଟି ଷ୍ଟଲ୍‌

author img

By

Published : Apr 5, 2022, 10:29 PM IST

ଅପ୍ରେଲ 14 ତାରିଖ ମହାବିଷୁବ ସଂକ୍ରାନ୍ତି ଦିନଠାରୁ ୫ଦିନ ପାଇଁ ଜିଲ୍ଲାସ୍ତରୀୟ ପଲ୍ଲୀଶ୍ରୀ ମେଳା ଆୟୋଜିତ ହେବ । ଅଧିକ ପଢ଼ନ୍ତୁ

ଅପ୍ରେଲ ୧୪ରୁ କୋରାପୁଟରେ ପଲ୍ଲିଶ୍ରୀ ମେଳା, ଲାଗିବ ୨୦୦ଟି ଷ୍ଟଲ୍‌
ଅପ୍ରେଲ ୧୪ରୁ କୋରାପୁଟରେ ପଲ୍ଲିଶ୍ରୀ ମେଳା, ଲାଗିବ ୨୦୦ଟି ଷ୍ଟଲ୍‌

କୋରାପୁଟ: ଅପ୍ରେଲ 14 ତାରିଖ ମହାବିଷୁବ ସଂକ୍ରାନ୍ତି ଦିନଠାରୁ ୫ଦିନ ପାଇଁ ଜିଲ୍ଲା ସ୍ତରୀୟ ପଲ୍ଲୀଶ୍ରୀ ମେଳା ଆୟୋଜିତ ହେବ । କୋରାପୁଟ ରେଳ ପଡ଼ିଆରେ ଏହି ମେଳା ଆୟୋଜିତ ହେବାନେଇ ଓରମାସର ଜିଲ୍ଲା ଅଧିକାରୀ ରୋଶନ କାର୍ତ୍ତିକ ସୂଚନା ଦେଇଛନ୍ତି । ରାଜ୍ୟ ସ୍ତରୀୟ ଆଦିବାସୀ ମହୋତ୍ସବ ପରବରେ ଏକ ଅଂଶ ଭାବେ ଗତ 25 ବର୍ଷ ଧରି ପଲ୍ଲୀଶ୍ରୀ ମେଳା ଅନୁଷ୍ଠିତ ହେଉଥିଲା ।

ତେବେ ଚଳିତ ବର୍ଷ ଏହା ସ୍ବତନ୍ତ୍ର ଭାବେ ଆୟୋଜିତ ହେବ । ପରବର୍ତ୍ତୀ ସମୟରେ ପୁଣିଥରେ ପରବ ମହୋତ୍ସବ ସହିତ ଏହି ବାଣିଜ୍ୟ ମେଳା ଅନୁଷ୍ଠିତ ହେବ । ଗତ ଦୁଇବର୍ଷ ଧରି ଏହି ମେଳାରେ ରାଜ୍ୟର ବିଭିନ୍ନ ଅଞ୍ଚଳର ବ୍ୟବସାୟୀ ଷ୍ଟଲ୍ ଲଗାଇବାକୁ ଆଗ୍ରହ ପ୍ରକାଶ କରିଥିଲେ । କୋରାପୁଟ ଜିଲ୍ଲାର ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀଙ୍କ ଦ୍ବାରା ପ୍ରସ୍ତୁତ ବିଭିନ୍ନ ଉତ୍ପାଦକଗୁଡ଼ିକ ପଲ୍ଲିଶ୍ରୀ ମେଳାର ବିଶେଷ ଆକର୍ଷଣ ହେବ ।

ଗତ କିଛି ବର୍ଷ ଧରି କୋରାପୁଟ ସହରରୁ ୬ କିଲୋମିଟର ଦୂରରେ ଲାଣ୍ଡିଗୁଡ଼ାରେ ପରବ ସହିତ ପଲ୍ଲିଶ୍ରୀ ମେଳା ଆୟୋଜିତ ହେଉଥିଲା । ଫଳରେ ସେଠାରେ ପହଞ୍ଚିବା କଷ୍ଟକର ହୋଇ ପଡ଼ୁଥିଲା । ଏଥର ସହର ମଧ୍ୟରେ ରେଳ ପଡ଼ିଆରେ ଏହି ମେଳା ଆୟୋଜିତ ହେଉଥିବା ଯୋଗୁଁ ଗ୍ରାହକଙ୍କୁ ବହୁବିଧ ଜିନିଷ ମିଳିବ । ଫଳରେ ବ୍ୟବସାୟୀ ମଧ୍ୟ ଲାଭବାନ ହେବାର ସୁଯୋଗ ପାଇବେ ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.