ETV Bharat / state

ପଦ୍ମଶ୍ରୀ କମଳା ପୂଜାରୀ ଗୁରୁତର, SCB ସ୍ଥାନାନ୍ତର, ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ

author img

By

Published : Aug 24, 2022, 12:19 PM IST

Updated : Aug 24, 2022, 5:11 PM IST

ପଦ୍ମଶ୍ରୀ କମଳା ପୂଜାରୀ ଗୁୁରୁତର । ତାଙ୍କୁ ଚିକିତ୍ସା ପାଇଁ ଜୟପୁର ମୁଖ୍ୟ ଚିକିତ୍ସାଳୟରୁ କଟକ ବଡ ମେଡିକାଲ ସ୍ଥାନାନ୍ତରିତ କରାଯାଇଛି । ଅଧିକ ପଢନ୍ତୁ

ପଦ୍ମଶ୍ରୀ କମଳା ପୁଜାରୀ ଗୁରୁତର, SCB ସ୍ଥାନାନ୍ତର

କୋରାପୁଟ: ପଦ୍ମଶ୍ରୀ କମଳା ପୂଜାରୀ ଅବସ୍ଥା ଗୁରୁତର । ତାଙ୍କୁ ଚିକିତ୍ସା ପାଇଁ ଜୟପୁର ମୁଖ୍ୟ ଚିକିତ୍ସାଳୟରୁ କଟକ ବଡ ମେଡିକାଲ ସ୍ଥାନାନ୍ତରିତ କରାଯାଇଛି । ରବିବାର ଗୁରୁତର ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ । ଗତକାଲି ତାଙ୍କ ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିଥିବା ସୂଚନା ଦେଇଥିଲେ କୋରାପୁଟ ସିଡିଏମଓ । ମାତ୍ର ଆଜି ତାଙ୍କ ସ୍ବାସ୍ଥ୍ୟବସ୍ଥା ପୁଣି ବିଗିଡି ଥିବାରୁ ତାଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତରିତ କରାଯାଇଛି । ଏପଟେ ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ ।

  • ପଦ୍ମଶ୍ରୀ ସମ୍ମାନପ୍ରାପ୍ତ ମା' କମଳା ପୂଜାରୀ ଅସୁସ୍ଥତା କାରଣରୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତରିତ ହୋଇଥିବା ବିଷୟରେ ଅବଗତ ହେଲି। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ତାଙ୍କର ଆଶୁ ଆରୋଗ୍ୟ ଓ ଉତ୍ତମ ସ୍ୱାସ୍ଥ୍ୟ କାମନା କରୁଛି।

    — Naveen Patnaik (@Naveen_Odisha) August 24, 2022 " class="align-text-top noRightClick twitterSection" data=" ">

ଅଧିକ ଚିକିତ୍ସା ଆବଶ୍ୟକ ପଡୁଥିବାରୁ ଜିଲ୍ଲା ମୁଖ୍ୟ ଚିିତ୍ସାଳୟ ଡାକ୍ତରୀ ଟିମ୍ ଓ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି କ୍ରମେ ଏହି ପଦକ୍ଷେପ ନିଆଯାଇଥିବା ଡାକ୍ତର ସୂଚନା ଦେଇଛନ୍ତି । ଗତ କିଛିଦିନ ପୂର୍ବେ କମଳା ପୂଜାରୀଙ୍କୁ ଜ୍ଵର ଝାଡା ହୋଇଥିଲା । ବୟସ ଅଧିକ ହୋଇଥିବାରୁ ସ୍ବାସ୍ଥ୍ୟ ଅସୁସ୍ଥ ପାଇଁ ଦୁର୍ବଳ ଅନୁଭବ ହେବାରୁ ତାଙ୍କୁ ଡାକ୍ତରଖାନରେ ଭର୍ତ୍ତି କରାଯାଇଥିଲା । ତେବେ ଚିକିତ୍ସା ପରେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ଉନ୍ନତି ପରିଲକ୍ଷିତ ହୋଇଥିଲା ଏବଂ ଝାଡା ଜ୍ଵର କମିଯାଇଥିଲା । କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ଜୟପୁର ଉପଜିଲ୍ଲାପାଳ ବେଦବର ପ୍ରଧାନ ମଧ୍ୟ ଚିକିତ୍ସାଳୟକୁ ଯାଇ କମଳାଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ । ଗତକାଲି (ମଙ୍ଗଳବାର) କମଳା ପୂଜାରୀଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ଥିବା ସୂଚନା ଦେଇଥିଲେ କୋରାପୁଟ ସିଡିଏମଓ । ଆଜି ପୁଣି ତାଙ୍କ ଅବସ୍ଥା ଗୁରୁତର ହୋଇଛି । ଅଧିକ ଚିକିତ୍ସା ପାଇଁ ତାଙ୍କୁ ଏସସିବି ସ୍ଥାନାନ୍ତରିତ କରାଯାଇଛି ।

ପଦ୍ମଶ୍ରୀ କମଳା ପୂଜାରୀ ଗୁରୁତର, SCB ସ୍ଥାନାନ୍ତର

ଏହା ବି ପଢନ୍ତୁ...ଫ୍ଲୋର ଟେଷ୍ଟ ପୂର୍ବରୁ RJD ନେତାଙ୍କ ଘରେ ପଶିଲା ସିବିଆଇ

ସବୁ ସମସ୍ୟାରୁ ଉପଶମ ମିଳିଥିଲେ ବି ତାଙ୍କର ୟୁରିଆ କ୍ରିୟଟିନ ଅଧିକ ରହୁଥିବା ଯୋଗୁଁ ତାର ପରୀକ୍ଷା ଓ ସ୍ବତନ୍ତ୍ର ଚିକିତ୍ସା ପାଇଁ ତାଙ୍କୁ କଟକ SCB କୁ ସ୍ଥାନାନ୍ତର କରଯାଇଥିବା ଡ଼ାକ୍ତର ସୂଚନା ଦେଇଛନ୍ତି । ତେବେ ବିଗତ ଦିନରେ ତାଙ୍କ କିଡନୀରେ ସମସ୍ୟା ଦେଖାଯାଇଥିଲା । କୋରାପୁଟ ସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା । ଏ ଦିଗରେ ପଦ୍ମଶ୍ରୀ କମଳା ପୂଜାରୀଙ୍କୁ ସ୍ବତନ୍ତ୍ର ଚିକିତ୍ସା ପ୍ରଦାନ କରିବାରେ ସରକାର ତତ୍ପରତା ଉପରେ ପ୍ରଶ୍ନ ଉଠିଛି । କୋରାପୁଟ ଜିଲ୍ଲାକୁ ଏୟାର ଆମ୍ବୁଲାନ୍ସ ବ୍ୟବସ୍ଥାର ଶୁଭାରମ୍ଭ ହୋଇଥିଲେ ବି ଏହାର ସୁବିଧା ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଥିବା କମଳା ପୂଜାରୀଙ୍କ ଭଳି ଜଣେ ଆଦିବାସୀ ମହିଳାଙ୍କୁ ଦିଆନଯିବାକୁ ନେଇ ବୁଦ୍ଧିଜୀବୀ ମହଲରେ କ୍ଷୋଭ ପ୍ରକାଶ ପାଇଛି ।

ପ୍ରକାଶ ଥାଉ କି, କୋରାପୁଟ ଜିଲ୍ଲାର ପାତ୍ରପୁଟରେ 300ରୁ ଅଧିକ ପାରମ୍ପରିକ ଧାନ ବିହନ ସଂରକ୍ଷଣ କରି ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିଲେ କମଳା ପୂଜାରୀ ।

ଇଟିଭି ଭାରତ, କୋରାପୁଟ

Last Updated : Aug 24, 2022, 5:11 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.