ETV Bharat / state

'ବିନା ଭିତ୍ତିଭୂମିରେ କୋରାପୁଟରେ ୨୫ ବର୍ଷ ହେବ ଚାଲିଛି ଧାନକିଣା'

ସରକାର ଚାଷୀଙ୍କ ଠାରୁ ଆରଏମସି ମାଧ୍ୟମରେ ଧାନ କିଣୁଥିବାଲେ ସୁଦ୍ଧା କୋରାପୁଟ ଜିଲ୍ଲାରେ ଏପର୍ଯ୍ୟନ୍ତ ସୁଧୁରି ପାରିନି ଧାନ ମଣ୍ଡିର ଅବସ୍ଥା। ଯାହା ଅତ୍ୟନ୍ତ ଦୁଖର ବିଷୟ ବୋଲି କୃଷକ କଲ୍ୟାଣ ମଞ୍ଚର ସଭାପତି ନରେନ୍ଦ୍ର କୁମାର ପ୍ରଧାନ କହିଛନ୍ତି।

author img

By

Published : Oct 30, 2019, 10:30 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

କୋରାପୁଟ: ଜିଲ୍ଲାରେ ବିଗତ ୨୫ ବର୍ଷ ହେବ ବିନା ଭିତ୍ତିଭୂମିରେ ଚାଲିଛି ଧାନକିଣା। ସରକାର ଚାଷୀଙ୍କ ଠାରୁ ଆରଏମସି ମାଧ୍ୟମରେ ଧାନ କିଣୁଥିବାଲେ ସୁଦ୍ଧା ଏପର୍ଯ୍ୟନ୍ତ ସୁଧୁରି ପାରିନି ଧାନ ମଣ୍ଡି ଗୁଡିକର ଅବସ୍ଥା । ଯାହା ଅତ୍ୟନ୍ତ ଦୁଖର ବିଷୟ ବୋଲି କହିଛନ୍ତି କୃଷକ କଲ୍ୟାଣ ମଞ୍ଚର ସଭାପତି ନରେନ୍ଦ୍ର କୁମାର ପ୍ରଧାନ ।

ବୁଧବାର ଖରିଫ ଧାନ କ୍ରୟ ନିମନ୍ତେ ଜିଲ୍ଲାପ୍ରଶାସନ, ମିଲର, ଚାଷୀ ଏବଂ ସ୍ବୟଂସହାୟକ ଗୋଷ୍ଠୀ ମଧ୍ୟରେ ହୋଇଥିବା ସମନ୍ବୟ ବୈଠକରେ ଯୋଗଦେଇଥିଲେ ନରେନ୍ଦ୍ର ପ୍ରଧାନ । ବୈଠକ ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି, ବିକ୍ରି ହୋଇଥିବା ଧାନ ବିନିମୟରେ ସରକାରଙ୍କଠାରୁ ପାଇବାକୁ ଥିବା ଅର୍ଥ, ଚାଷୀ ଠିକ ସମୟରେ ପାଇ ପାରୁନାହାଁନ୍ତି । ଯାହା ଫଳରେ ସେମାନେ ମୁକ୍ତ ବଜାରରେ ଦଲାଲଙ୍କ ହାତକୁ ନିଜ ଉତ୍ପାଦକୁ ଅତି କମ ଦାମରେ ବିକ୍ରି କରିଦେଉଥିବା ଅଭିଯୋଗ କରିଛନ୍ତି ସେ ।

ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ମଧ୍ୟ ଅନୁରୂପ ଅଭିଯୋଗ ଆଣି କହିଛନ୍ତି, ଜୟପୁର ନିୟନ୍ତ୍ରିତ ବଜାର କମିଟି ( ଆରଏମସି) ପ୍ରତି ବର୍ଷ ୧୦ କୋଟି ଟଙ୍କା ଅର୍ଜନ କରୁଛି । କିନ୍ତୁ ମଣ୍ଡିର ମାନ କାହିଁକି ବୃଦ୍ଧି କରାଯାଉ ନାହିଁ ବୋଲି ପ୍ରଶ୍ନ କରିଛନ୍ତି ସେ । ସେ ଆହୁରି କହିଛନ୍ତି, ଧାନର ଏଫଏକ୍ୟୁ ମାପ କରିବା ପାଇଁ ଉଦ୍ଦିଷ୍ଟ ଥିବା ମେସିନ ନ ଆଣି ଚାଷୀଙ୍କୁ ହଇରାଣ କରିବା ନିନ୍ଦନୀୟ ଘଟଣା।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

ସେପଟେ ଚଳିତ ବର୍ଷ ଖରିପ ଧାନ ବିକ୍ରୟ ପାଇଁ 26,830 ଜଣ ଚାଷୀ ପଞ୍ଜିକୃତ ହୋଇଥିବା ଜିଲ୍ଲା ଯୋଗାଣ ଅଧିକାରୀ ତୁଳାରାମ ନାୟକ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଜିଲ୍ଲାରେ ଚାଷୀଙ୍କ ପାଇଁ ଖୋଲାଯାଇଥିବା ମଣ୍ଡି ଗୁଡିକ ନଭେମ୍ବର 15 ତାରିଖରୁ ଆରମ୍ଭ ହୋଇ ଆସନ୍ତା ବର୍ଷ ମାର୍ଚ୍ଚ 31 ପର୍ଯ୍ୟନ୍ତ ଖୋଲା ରହିବ । ମଣ୍ଡି ଗୁଡିକରୁ ସମୁଦାୟ କେତେ ଧାନ କ୍ରୟ କରାଯିବ ତାହା ଚୂଡାନ୍ତ ହୋଇନଥିଲେ ମଧ୍ୟ ଚାଷୀଙ୍କ ଠାରୁ ମୋଟା ଧାନ କ୍ବିଣ୍ଟାଲ ପିଛା 1815 ଟଙ୍କା ଓ ଗ୍ରେଡ-ଏ ଧାନ କ୍ବିଣ୍ଟାଲ ପିଛା 1835 ଟଙ୍କା ଦେଇ କିଣିବାକୁ ନିଷ୍ପତ୍ତି ନିଆଯାଇଥିବା ସେ ସ୍ପଷ୍ଟ କରିଛନ୍ତି ।

କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ

Intro:କୋରାପୁଟ ଜିଲ୍ଲାରେ ଗତ ୨୫ ବର୍ଷ ଧରି ଚାଷୀଙ୍କ ଠାରୁ ଆରଏମସି ମାଧ୍ୟମରେ ସରକାର ଧାନ କିଣୁଥିବା ବେଳେ ଏ ପର୍ଯ୍ୟନ୍ତ ମଣ୍ଡି ଗୁଡିକର ଅବସ୍ଥା ସୁଧୁରୀ ନ ପାରିବା ପରିତାପର ବିଷୟ ବୋଲି ଆଜି ଖରିଫ ଧାନ କ୍ରୟ କରିବା ନିମନ୍ତେ ଜିଲ୍ଲାପ୍ରଶାସନ , ମିଲର , ଚାଷୀ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ମଧ୍ୟରେ ହୋଇଥିବା ସମନ୍ୱୟ ବୈଠକରେ ଯୋଗଦେଇ କୃଷକ କଲ୍ୟାଣ ମଂଚର ସଭାପତି ନରେନ୍ଦ୍ର କୁମାର ପ୍ରଧାନ କ୍ଷୋଭ ପ୍ରକାଶ କରିଛନ୍ତି । Body:ଚାଷୀଙ୍କୁ ଠିକ ସମୟରେ ବିକ୍ରି ହୋଇଥିବା ଧାନ ବିନିମୟରେ ସରକାରଙ୍କଠାରୁ ପାଇବାକୁ ଥିବା ଅର୍ଥ ଆବଶ୍ୟକ ହେଉଥିବା ସମୟରେ ମିଳୁନଥିବା ଯୋଗୁଁ ଚାଷୀ ଗାଁ ଗଣ୍ଡାରେ ମୁକ୍ତ ବଜାରରେ ଦଲାଲଙ୍କ ହାତକୁ ନିଜ ଉତ୍ପାଦକୁ ଅତି କମ ଦାମରେ ବିକ୍ରି କରୁଥିବା ସେ ଅଭିଯୋଗ କରିଛନ୍ତି । ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ମଧ୍ୟ ଅନୁରୂପ ଅଭିଯୋଗ ଆଣି ଜୟପୁର ନିୟନ୍ତ୍ରିତ ବଜାର କମିଟି ( ଆରଏମସି) ପ୍ରତି ବର୍ଷ ୧୦ କୋଟି ଟଙ୍କା ଅର୍ଜନ କରୁଥିବା ବେଳେ ମଣ୍ଡି ର ମାନ କାହିଁକି ବୃଦ୍ଧି କରିନାହିଁ ବୋଲି ପ୍ରଶ୍ନ କରିଥିଲେ ।ଧାନର ଏଫଏକ୍ୟୁ ମାପ କରିବା ପାଇଁ ଉଦ୍ଦିଷ୍ଟ ଥିବା ମେସିନ ନ ଆଣି ଚାଷୀଙ୍କୁ ହଇରାଣ କରିବା ନିନ୍ଦନୀୟ ଘଟଣା ବୋଲି ଶ୍ରୀ ବାହିନୀପତି ମତ ରଖିଛନ୍ତି । ତେବେ ଆରୋପ ପ୍ରତ୍ୟାରୋପ ମଧ୍ୟରେ ଚାଲିଥିବା ବୈଠକରେ ଚଳିତ ବର୍ଷ ଖରିପ ଧାନ ବିକ୍ରୟ କରିବା ପାଇଁ 26,830 ଜଣ ଚାଷୀ ପଞ୍ଜିକୃତ ହୋଇଥିବା ଜିଲ୍ଲା ଯୋଗାଣ ଅଧିକାରୀ ତୁଳାରାମ ନାୟକ ସୂଚନା ଦେଇଛନ୍ତି ।Conclusion:ଜିଲ୍ଲାରେ ସେମାନଙ୍କ ପାଇଁ ଖୋଲାଯାଇଥିବା ମଣ୍ଡି ଗୁଡିକ ଆସନ୍ତା ନଭେମ୍ବର ମାସ 15 ତାରିଖରେ ଆରମ୍ଭ ହୋଇ ଆସନ୍ତା ବର୍ଷ ମାର୍ଚ୍ଚ ମାସ 31 ତାରିଖରେ ବନ୍ଦ ହେବ ବୋଲି ସେ ଜଣାଇଛନ୍ତି । ତେବେ ମଣ୍ଡି ଗୁଡିକରୁ ସମୁଦାୟ କେତେ ଧାନ କ୍ରୟ କରାଯିବ ତାହା ଚୂଡାନ୍ତ ହୋଇନଥିଲେବି ଚାଷୀଙ୍କ ଠାରୁ ମୋଟା ଧାନ କ୍ୱିଣ୍ଟାଲ ପିଛା 1815 ଟଙ୍କା ଓ ଗ୍ରେଡ-ଏ ଧାନ କ୍ୱିଣ୍ଟାଲ ପିଛା 1835 ଟଙ୍କା ଦେଇ କିଣିବାକୁ ନିଷ୍ପତ୍ତି ନିଆଯାଇଥିବା ସେ ସ୍ପଷ୍ଟ କରିଛନ୍ତି ।
.........
Byte :ନରେନ୍ଦ୍ର କୁମାର ପ୍ରଧାନ
ସଭାପତି , କୃଷକ କଲ୍ୟାଣ ମଂଚ
Byte :ତାରାପ୍ରସାଦ ବାହିନୀପତି , ବିଧାୟକ , ଜୟପୁର
Byte : ତୁଲାରାମ ନାୟକ , ଜିଲ୍ଲା ଯୋଗାଣ ଅଧିକାରୀ
.........
ଶାନ୍ତାକାର
କୋରାପୁଟ
........
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.