କୋରାପୁଟ: ଗଛରେ ଝୁଲୁଛି ଓଏସଏପି ଯବାନଙ୍କ ମୃତଦେହ(osap jawan suicide) । ଆଜି(ଗୁରୁବାର) ସକାଳେ ସର୍କିଟ ହାଉସ ନିକଟ ଜଙ୍ଗଲରେ ଜଣେ ବ୍ୟକ୍ତିଙ୍କ ମୃତଦେହ ଝୁଲିଥିବା ଦେଖାଯାଇଥିଲା । ପରେ ମୃତ ଯୁବକ ଜଣକ ଓଏସଏପିର ଜଣେ ସିପାହୀ, ଯାହାଙ୍କ ନାମ ଦୀପକ ଡୁଙ୍ଗ ଡୁଙ୍ଗ ଏବଂ ତାଙ୍କ ଘର ସୁନ୍ଦରଗଡ ଜିଲ୍ଲାର ତଳସରା ଥାନା ଅନ୍ତର୍ଗତ ଟାଙ୍ଗରା ଗାଁରେ ବୋଲି ଜଣାପଡିଥିଲା ।
ଗତ ବୁଧବାରଠାରୁ ସେ ନିଖୋଜ ଥିବାବେଳେ ଆଜି ଗଛରେ ଝୁଲୁଥିବା ଅବସ୍ଥାରେ ତାଙ୍କ ମୃତଦେହ ଦେଖିବାକୁ ମିଳିଥିଲା । ସୂଚନାପାଇ ଘଟଣାସ୍ଥଳରେ କୋରାପୁଟ ଟାଉନ ଥାନା ପୋଲିସ ପହଞ୍ଚି ମୃତଦେହକୁ ଜବତ କରିଛି । ତେବେ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ଥିବା ବେଳେ ଏନେଇ ତଦନ୍ତ କରୁଛି ପୋଲିସ ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ