ETV Bharat / state

ଗୁଣବତ୍ତା ହରାଉଛି ମାଟି, ଚାଷୀଙ୍କୁ ସଚେତନ କଲେ ପଦ୍ମଶ୍ରୀ କମଳା ପୂଜାରୀ - paddy conserverter

ଜମିରେ ରାସାୟନିକ ନୁହେଁ, ବ୍ୟବହାର କରନ୍ତୁ ଜୈବିକ ସାର । ଅଧିକ ଶସ୍ୟ ଉତ୍ପାଦନ ହେବା ପାଇଁ ବ୍ୟବହାର ହେଉଥିବା ରାସାୟନିକ ପଦାର୍ଥ ବ୍ୟବହାର ଦ୍ବାରା ହଜିଯାଉଛି ମାଟିର ଗୁଣବତ୍ତା । ଏଭଳି କିଛି ତଥ୍ୟ ନେଇ କୋରାପୁଟ ଚାଷୀଙ୍କୁ ସଚେତନତା କରିଛି ଜିଲ୍ଲାର ଏକତା ସ୍ବେଚ୍ଛାସେବୀ ସଙ୍ଗଠନ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ
author img

By

Published : May 11, 2019, 11:53 AM IST

କୋରାପୁଟ: ଦିନକୁ ଦିନ ବିଷ ପାଲଟୁଛି ଖାଦ୍ୟପଦାର୍ଥ । ରାସାୟନିକ ପଦ୍ଧତିରେ ଅଧିକ ଉପାର୍ଜନ କରିବାକୁ ଯାଇ ଭୋଗୁବାକୁ ପଡୁଛି ନାନା ରୋଗ । ତେଣୁ ରସାୟନ ପଦ୍ଧତି ନୁହେଁ ପାରମ୍ପରିକ ଉପାୟରେ ବିହନ ସଂରକ୍ଷଣ କରାଯାଉ । ଏନେଇ ଚାଷୀଙ୍କୁ ସଚେତନତା କରିବାକୁ ଯାଇ କୋରାପୁଟରେ ଏକତା ସ୍ବେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ଆୟୋଜିତ ହୋଇଥିଲା ବିହନ ମେଳା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

କୋରାପୁଟ ଆଦିବାସୀ ସଂଗ୍ରହାଳୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କୋରାପୁଟ ଓ ନବରଙ୍ଗପୁର ଅଞ୍ଚଳର ବହୁ ଚାଷୀ ଭାଗ ନେଇଥିଲେ । ଯେଉଁଥିରେ ସେମାନଙ୍କୁ ସଚେତନତା କରିବାକୁ ଆସିଥିଲେ ପଦ୍ମଶ୍ରୀ କମଳା ପୂଜାରୀ ଓ ନବରଙ୍ଗପୁର ଜିଲ୍ଲାରେ 400ଶହରୁ ଊର୍ଦ୍ଧ୍ବ ପାରମ୍ପରିକ ଧାନ ସଂରକ୍ଷକ କରିପାରିଥିବା ଶଙ୍କର ପ୍ରସାଦ ପଟ୍ଟନାୟକ ।

ରାସାୟନିକ ପଦାର୍ଥ ବ୍ୟବହାର ଦ୍ବାରା ମାଟିର ଗୁଣବତ୍ତା ନଷ୍ଟ ହେଉଥିବାବେଳେ ନାନାଦି ରୋଗର ଶିକାର ହେବାକୁ ପଡୁଛି । ତେବେ ଯେତିକି ଜୈବିକ ପଦାର୍ଥ ବ୍ୟବହାର କରି ଚାଷ କରିପାରିଲେ ବିଭିନ୍ନ ଗୁଣବତ୍ତା ସାଙ୍ଗକୁ ଉନ୍ନତମାନର ଶସ୍ୟ ଉତ୍ପାଦନ ହେବ ବୋଲି ଶଙ୍କର ପ୍ରସାଦ କହିଛନ୍ତି । ସେପଟେ, କମଳା ପୂଜାରୀଙ୍କ ଉଦ୍ୟମ ସାରା ଦେଶରେ ସମ୍ମାନିତ କରାଯାଇଥିବାବେଳେ ଚାଷୀଙ୍କୁ ଅତି ନିକଟରୁ ନିଜ ଅଭିଜ୍ଞତା ବାଣ୍ଟି ବେଶ ଉତ୍ସାହିତ ଅନୁଭବ କରିଛନ୍ତୁ ପଦ୍ମଶ୍ରୀ କମଳା ।

ଚାଷୀ, ଗବେଷକ ଓ ସ୍ବେଚ୍ଛାସେବୀଙ୍କ ମଧ୍ୟରେ ଏହି ଆଶଙ୍କାର ଭାବ ସୀମିତ ନ ରହି ଏହି କଥା ସରକାରୀ ଯୋଜନାରେ ସ୍ଥାନ ପାଇଲେ ଚାଷୀକୂଳ ଉପକୃତ ହୋଇପାରନ୍ତେ ବୋଲି ଏକତା ସଙ୍ଗଠନର ସମ୍ପାଦକ ଜଗନ୍ନାଥ ମିଶ୍ର ମତ ରଖିଛନ୍ତି ।

କୋରାପୁଟରୁ ସିଏଚ.ଶାନ୍ତାକାର, ଇଟିଭି ଭାରତ

Intro:Body:

sds

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.