କୋରାପୁଟ: ତେଲେଙ୍ଗାନାରେ କିଲେ ପ୍ଲାଷ୍ଟିକ ବଦଳରେ କିଲେ ଚାଉଳ ଦେବାର ଅଭିନବ ପ୍ରୟାସ କରାଯାଇଛି । କୋରାପୁଟ ଜିଲ୍ଲାର କୋଟପାଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନଏସି) ତରଫରୁ ମଧ୍ୟ ଅନୁରୂପ କାର୍ଯ୍ୟକ୍ରମର ଆରମ୍ଭ କରାଯାଇଛି । ଏନଏସି ପକ୍ଷରୁ ଏକ କିଗ୍ରା ପ୍ଲାଷ୍ଟିକ ବଦଳରେ ଗୋଟିଏ ଆହାର କୁପନ ଦିଆଯାଉଛି।
ସୋମବାର ଠାରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ଆଜି ପର୍ଯ୍ୟନ୍ତ 61 କିଲୋ ପ୍ଲାଷ୍ଟିକ ସଂଗ୍ରହ କରାଯାଇଛି ବୋଲି ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ଆଲୋକ ରଞ୍ଜନ ସାମନ୍ତରାୟ ଜଣାଇଛନ୍ତି । ଜମା ହୋଇଥିବା ପ୍ଲାଷ୍ଟିକକୁ ଏନଏସି ସଂଗ୍ରହ କରିବା ପରେ ଉଚିତ ପ୍ରକ୍ରିୟାରେ ଏହାକୁ ନଷ୍ଟ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ