ETV Bharat / state

ବାହୁଡ଼ାଯାତ୍ରାରେ ଅଘଟଣ: ବିଦ୍ୟୁତ ତାର ଲାଗି ଜଣେ ମୃତ, ଜଣେ ଆହତ

author img

By

Published : Jun 28, 2023, 8:20 PM IST

Updated : Jun 28, 2023, 9:12 PM IST

କୋରାପୁଟ ଜିଲ୍ଲା କୋଲାବ ନଗରରେ ଆଜି ବାହୁଡା଼ ଯାତ୍ରା ସମୟରେ ଏଭଳି ଅଘଟଣ ଘଟିଛି। ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଆହତ ହୋଇଛନ୍ତି । ଅଧିକ ପଢନ୍ତୁ

କୋରାପୁଟ ରଥଯାତ୍ରାରେ ଅଘଟଣ
କୋରାପୁଟ ରଥଯାତ୍ରାରେ ଅଘଟଣ
କୋଲାବ ରଥଯାତ୍ରାରେ ଅଘଟଣ

କୋରାପୁଟ: ରଥ ଟାଣିବା ସମୟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଆହତ ହୋଇଛନ୍ତି । କୋରାପୁଟ ଜିଲ୍ଲା କୋଲାବ ବହୁମୁଖୀ ଜଳ ବିଦ୍ୟୁତ ଯୋଜନାର ଡ୍ୟାମ ସାଇଟରେ ଥିବା କୋଲାବ ନଗରରେ ଆଜି ବାହୁଡା଼ ଯାତ୍ରା ସମୟରେ ଏଭଳି ଅଘଟଣ ଘଟିଛି। ତିନି ଠାକୁରଙ୍କ ଲୁହାର ରଥ ରାସ୍ତା ଉପର ଦେଇ ଯାଉଥିବାବେଳେ ରଥରେ ବିଦ୍ୟୁତ ତାର ଲାଗିଥିଲା । ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବା ଯୋଗୁ ଜଣେ ଯୁବକଙ୍କ ବିଦ୍ୟୁତ ତାର ଲାଗି ମୃତ୍ୟୁ ଘଟିଥିବାବେଳେ ଆଉ ଜଣେ ପ୍ରକଳ୍ପ କର୍ମଚାରୀ ଗୁରୁତର ହୋଇ କୋରାପୁଟ ସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

ତେବେ ଅନେକ ବର୍ଷ ଧରି ରଥଯାତ୍ରାରେ ସାମିଲ ହେଉଥିବା ଏହି ରଥ ସମ୍ପୂର୍ଣ୍ଣ ରୂପେ ଲୁହାରେ ତିଆରି ହୋଇଥାଏ ପ୍ରତି ବର୍ଷ ରତଯାତ୍ରା ସମୟରେ ରାସ୍ତା ଉପର ଦେଇଯାଇଥିବା ବିଦ୍ୟୁତ ତାରକୁ କାଢି ଦିଆଯାଏ । କିନ୍ତୁ ଆଜି ଟାଟା କମ୍ପାନୀର କର୍ମଚାରୀ ବିଦ୍ୟୁତ ତାରକୁ କାଢି ନଥିବା ଯୋଗୁ ଭକ୍ତମାନେ ରଥକୁ ଟାଣିବା ସମୟରେ ରଥରେ ବିଦ୍ୟୁତ ତାର ଲାଗିଯାଇଥିଲା । ଫଳରେ ରଥଟି ଚାର୍ଜ ହୋଇଯାଇଥିଲା। ଆଉ ରଥର ବ୍ରେକ୍ ଚାଳନା କରୁଥିବାବେଳେ 28 ବର୍ଷୀୟ ଯୁବକ ବାବୁଲା ନାହାକ ପ୍ରଚଣ୍ଡ ବିଦ୍ୟୁତ ଆଘାତ ପାଇ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିଲେ । ରଥର ଉପର ଭାଗରେ ରଥ ପରିଚାଳନା କରୁଥିବା ସମୟରେ ଆଉ ଜଣେ ବୟସ୍କ ବ୍ୟକ୍ତି କ୍ରିଷ୍ଣା ରାଓ ମଧ୍ୟ ବିଦ୍ୟୁତ ଝଟକା ଯୋଗୁ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ କୋରାପୁଟ ସ୍ଥିତ ମେଡିକାଲ କଲେଜର ଆଇସିୟୁରେ ଭର୍ତ୍ତି କରାଯାଇଛି।

ଏହା ମଧ୍ୟ ପଢନ୍ତୁ... ବରଯାତ୍ରୀଙ୍କ ଉପରେ ଟ୍ରକ ମାଡିଯିବାରୁ 6 ମୃତ, 3ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା

ଶ୍ରୀଗୁଣ୍ଡିଚା ଯାତ୍ରା ଦିନ ମଧ୍ୟ ରଥଟଣା ହେବା ସମୟରେ ଅଘଟଣ ଘଟିଥିଲା। ଏହି ରଥଟି ଏକ ମହୁମାଛି ବସାରେ ଲାଗିଯାଇଥିବା ଯୋଗୁ ଅନେକ ବ୍ୟକ୍ତି ମହୁ ମାଛି ଆକ୍ରମଣର ଶିକାର ହୋଇଥିଲେ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରୁଛନ୍ତି । ସେପଟେ ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଘଟଣାକୁ ପାଇଁ ବିଦ୍ୟୁତ ବିଭାଗକୁ ଦାୟୀ କରିଛନ୍ତି ପରିବାରବର୍ଗ ଓ କୋଲାବବାସୀ। ତେବେ ରଥ ପରିଚାଳକ ଏବଂ ବିଦ୍ୟୁତ ବିଭାଗ ମଧ୍ୟରେ ସମନ୍ବୟର ଅଭାବ କାରଣରୁ ଏପରି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଯାଇଥିବା କହି ସ୍ଥାନୀୟଲୋକେ କ୍ଷୋଭ ପ୍ରକାଶ କରିଛନ୍ତି। ତେବେ ଟାଟା କମ୍ପାନୀର କର୍ମକର୍ତ୍ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ଜୋର ଧରିଛି ।

ଇଟିଭି ଭାରତ, କୋରାପୁଟ

Last Updated : Jun 28, 2023, 9:12 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.