ETV Bharat / state

କୋରାପୁଟରୁ ଦେଢ଼ ଟନ ଗଞ୍ଜେଇ ଜବତ, 3 ଯୁବକ ଗିରଫ

କୋରାପୁଟ ଜିଲ୍ଲାରେ ବଢିଚାଲିଛି ଗଞ୍ଜେଇ ଚୋରା ଚାଲାଣ। ଏହି ଚୋରା ଚାଲାଣ କାରବାରରେ 3 ଜଣ ଯୁବକଙ୍କୁ ଗିରଫ କରାଯାଇଛି। ଏହାସହ ଏକ ଗାଡି ମଧ୍ୟରୁ 1520 କିଲୋ ଗଞ୍ଜେଇ ଜବତ କରାଯାଇଛି।

author img

By

Published : Sep 25, 2020, 10:53 AM IST

କୋରାପୁଟରେ ଦେଢ଼ ଟନ ଗଞ୍ଜେଇ ଜବତ, 3 ଯୁବକ ଗିରଫ

କୋରାପୁଟ: ଜିଲ୍ଲାରେ ବଢିଚାଲିଛି ଗଞ୍ଜେଇ ଚୋରା ଚାଲାଣ। ଜିଲ୍ଲାର ଅବକାରୀ ବିଭାଗ ଦ୍ବାରା ଦେଢ ଟନ ଗଞ୍ଜେଇ ଜବତ କରାଯାଇଛି। ଏହି ଚୋରା ଚାଲାଣ କାରବାରରେ 3 ଜଣ ଯୁବକଙ୍କୁ ଗିରଫ କରାଯାଇଛି। କୋରାପୁଟ ଟାଉନ ପୋଲିସ ଦ୍ୱାରା କୋରାପୁଟ-ସୁନାବେଡା ଜାତୀୟ ରାଜପଥ ଉପରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ନିକଟରେ ଏକ ଗାଡି ମଧ୍ୟରୁ 1520 କିଲୋ ଗଞ୍ଜେଇ ଜବତ କରାଯାଇଛି।

ଏନେଇ କୋରାପୁଟ ଏସଡ଼ିପିଓ ବି.ଏନ.ମଲ୍ଲିକ ସୂଚନା ଦେଇଛନ୍ତି । ଏହାର ଆନୂମାନିକ ମୂଲ୍ୟ 70 ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି ।

ସୂଚନା ଅନୁସାରେ, ଜୟପୁର ପଟୁ ଆନ୍ଧ୍ରପ୍ରଦେଶ ଆଡକୁ ଏକ ଟାଟା ପିକ-ଅପ ଭ୍ୟାନରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଖବର ପାଇ ପୋଲିସ ଏହି ଗାଡିକୁ ଅଟକାଇଥିଲା। ପୋଲିସ ଗଞ୍ଜେଇ ଜବତ କରିବା ସହ ତିନିଜଣ ଯୁବକଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିବା ସେ ଜଣାଇଛନ୍ତି ।

କୋରୋପୁଟରୁ ସି ଏଚ୍ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.