ETV Bharat / state

ନାହିଁନାହିଁରେ ଚାଲିଛି ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ

ସମାଧାନ ହେବ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜର ସମସ୍ୟା । ମେଡିକାଲ କଲେଜରେ ଲାଗି ରହିଥିବା ସମସ୍ୟାର ଏବେ ଖୁବଶୀଘ୍ର ହେବ ସମାଧାନ । ଏନେଇ ସରକାରଙ୍କ ସହ ଆଲୋଚନା କରିବ ଓମଟା । ଅଧିକ ପଢ଼ନ୍ତୁ

author img

By

Published : Nov 23, 2022, 3:26 PM IST

କେବେ ସୁଧୁରିବ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜର ସମସ୍ୟା

କୋରାପୁଟ: ନାହିଁନାହିଁରେ ଚାଲିଛି ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ । ଏହି ମେଡିକାଲ କଲେଜରେ ପିଲାଙ୍କୁ ପଢ଼ାଇବା ପାଇଁ ନା ଅଛନ୍ତି ଆବଶ୍ୟକ ସଂଖ୍ୟକ ଅଧ୍ୟାପକ (ଫେକଲଟି) ନା ଅଛି ପିଲାଙ୍କ ପାଇଁ ହଷ୍ଟେଲ । ତେବେ ଏହି ସମସ୍ୟାର ଖୁବଶୀଘ୍ର ସମାଧାନ ହେବ ବୋଲି ଆଶ୍ବସନା ଦେଇଛି ଓମଟା । ମେଡିକାଲ କଲେଜରେ ଲାଗି ରହିଥିବା ସମସ୍ୟାର ଖୁବଶୀଘ୍ର ହେବ ସମାଧାନ ହେବ ବୋଲି କହିଛି ଓମଟା । ଏସବୁ ସମସ୍ୟା ସମାଧାନ ପାଇଁ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବ ଓମଟା ।

କୋରାପୁଟରେ ପ୍ରତିଷ୍ଠା କରାଯାଇଥିବା ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଆବଶ୍ୟକ ସଂଖ୍ୟାକ ହଷ୍ଟେଲ ନାହିଁ । ଫଳରେ ଏଠାକୁ ଆସୁଥିବା ପିଲା ରହିବା ପାଇଁ ବହୁ ଅସୁବିଧା ଭୋଗିଥାନ୍ତି । ଦୂରଦୂରାନ୍ତରୁ ଆସିଥିବା ପିଲାଙ୍କୁ ରହିବାର ସୁବିଧା ମିଳୁ ନାହିଁ । ଏନେଇ ବାରମ୍ବାର ଅଭିଯୋଗ ସତ୍ତ୍ବେ ଏବେ ଏହା ଉପରେ ନିଆଯାଇଛି କାର୍ଯ୍ୟାନୁଷ୍ଠାନ । ସେହିପରି ପିଲାଙ୍କୁ ପଢ଼ାଇବା ପାଇଁ କଲେଜକୁ କେହି ଅଧ୍ୟାପକ (ଫେକଲଟି) ଆସୁନାହାଁନ୍ତି । ଫଳରେ ଶିକ୍ଷାଦାନରେ ମଧ୍ୟ ଘୋର ଅସୁବିଧା ଉପୁଜୁଛି ।

ହେଲେ ଆସନ୍ତା ଦିନରେ କୋରାପୁଟ ସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ରାଜ୍ୟର ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ ହେବା ସହ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏହା ଏକ ପ୍ରମୁଖ ଗବେଷଣା କେନ୍ଦ୍ର ହୋଇ ଉଠିବ । ଏଭଳି ପ୍ରତିଶୃତି ଦେଇଛନ୍ତି କୋରାପୁଟରେ ଆୟୋଜିତ ଓଡ଼ିଶା ମେଡିକାଲ କଲେଜ୍ ଟିଚର୍ସ ଆସୋସିଏସନ । ଓମଟାର ଜିଲ୍ଲାସ୍ତରୀୟର ସାଧାରଣ ବୈଠକରେ ଯୋଗଦେଇ ଏହି ସଂଘର ରାଜ୍ୟ ସଭାପତି ପ୍ରଫେସର ଜୟନ୍ତ ପଣ୍ଡା ଏଭଳି ଆଶାବ୍ୟକ୍ତ କରିଛନ୍ତି। ଏ ସମ୍ପର୍କରେ ପ୍ରଫେସର ଜୟନ୍ତ ପଣ୍ଡା କହିଛନ୍ତି, ''ଏହି ମେଡିକାଲ କଲେଜ ମାନଙ୍କରେ କିଭଳି ସମସ୍ତ ସୁବିଧା ମିଳିବ। ରୋଗୀ ମାନଙ୍କର କିଭଳି ଠିକ ଭାବେ ଚିକିତ୍ସା ହୋଇପାରିବ (Saheed laxman nayak medical collage and hospital)।

ଏହାସହ ନିକଟରେ ଯେଉଁ କେତୋଟି ମେଡିକାଲ କଲେଜ ଖୋଲାଯାଇଛି ତାହା ଭଲ ଭାବରେ ଚାଲିବା ଦରକାର । ସମସ୍ତ ସୁବିଧା ମିଳିବା ଦରକାର । ଏହାସହ ପ୍ରତିଟି ବିଦ୍ୟାର୍ଥୀ ଭଲ ଶିକ୍ଷା ପାଇବା ଦରକାର । ତେଣୁ ଏଥିରେ ସରକାରଙ୍କୁ ସହଯୋଗ କରିବା ପାଇଁ ଓମଟା ପ୍ରତିଶୃତି ବଦ୍ଧ । ଏହି କଲେଜରେ କିପରି ଉପଯୁକ୍ତ ଚିକିତ୍ସା ଓ ଗବେଷଣା ହୋଇପାରିବ ସେ ସଂକ୍ରାନ୍ତରେ ରାଜ୍ୟର ସ୍ୱାସ୍ଥ୍ୟ ମନ୍ତ୍ରୀ, ସଚିବ ତଥା ଉଚ୍ଚସ୍ତରୀୟ ଅଧିକାରୀଙ୍କ ସହ ସଂଘ ପକ୍ଷରୁ ଆଲୋଚନା କରାଯିବ ।''

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.