କୋରାପୁଟ: ଓଡିଶା-ଆନ୍ଧ୍ରପ୍ରଦେଶ ସୀମାରେ ଉଭୟ ପକ୍ଷର ଉଚ୍ଚ ପଦସ୍ଥ ଅଧିକାରୀଙ୍କ ମଧ୍ୟରେ ପ୍ରାରମ୍ଭିକ ଆଲୋଚନା ସଫଳ ହୋଇଛି । ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ସମ୍ବାଇ ପଞ୍ଚାୟତ ସୁନାବେଡାଠାରେ ହୋଇଥିବା ଏହି ଆଲୋଚନା ସରିବା ପରେ ଆନ୍ଧ୍ରପ୍ରଦେଶର ଲୋକଙ୍କ ପକ୍ଷରୁ ଦୀର୍ଘ ଆଠ ଦିନ ଧରି କରାଯାଇଥିବା ରାସ୍ତା ଅବରୋଧ ହଟିଯାଇଥିଲା ।
ଗୁରୁବାର ଓଡିଶା ସରକାରଙ୍କ ତରଫରୁ ତତ୍ପରତା ପ୍ରକାଶ ପାଇଛି । ସୁନାବେଡା ଗାଁର ଲୋକଙ୍କ ଜମିଜମା ସମ୍ପର୍କରେ ଅନୁଧ୍ୟାନ କରିବା ସହିତ ମ୍ୟାପ ଓ ଚେନ ମାଧ୍ୟମରେ ଓଡିଶାର ସୀମାରେ ଥିବା ପଥର ଖମ୍ବ ଗୁଡିକୁ ଚିହ୍ନଟ କରାଯାଇଥିବା ରାଜସ୍ବ ଅଧିକାରୀ ଜଣାଇଛନ୍ତି ।
ଆନ୍ଧ୍ର ସରକାରଙ୍କ କର୍ମକର୍ତ୍ତାମାନେ ଗୁଗଲ ମ୍ୟାପକୁ ଆଧାର କରୁଥିବା ବେଳେ ଓଡିଶା ରାଜସ୍ବ ମ୍ୟାପ ଆଧାରରେ ମାପଚୁପ କରୁଥିବା ପଟାଙ୍ଗିର ଭାରପ୍ରାପ୍ତ ତହସିଲଦାର ପ୍ରଫୁଲ୍ଲ ଭତରା ଜଣାଇଛନ୍ତି ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ