ETV Bharat / state

କୋଟିଆରୁ ଆନ୍ଧ୍ର ଠିକାଦାରଙ୍କୁ ତଡିଲା ଓଡିଶା ପୋଲିସ

କୋଟିଆ ପଞ୍ଚାୟତ ଅନ୍ତର୍ଗତ ଫଗୁଣସିନେରୀ ନିକଟରେ ଆନ୍ଧ୍ରର କିଛି ଠିକାଦାରଙ୍କଠାରୁ ତେଲୁଗୁ ବୋର୍ଡ ଜବତ କରିବା ସହିତ ଓଡିଶା ସୀମାରୁ ତଡିଛି ପୋଲିସ । ଅଧିକ ପଢନ୍ତୁ...

author img

By

Published : Oct 25, 2021, 10:12 AM IST

କୋଟିଆରୁ ଆନ୍ଧ୍ର ଠିକାଦାରଙ୍କୁ ତଡିଲା ଓଡିଶା ପୋଲିସ
କୋଟିଆରୁ ଆନ୍ଧ୍ର ଠିକାଦାରଙ୍କୁ ତଡିଲା ଓଡିଶା ପୋଲିସ

କୋରାପୁଟ: ଓଡିଶା ଓ ଆନ୍ଧ୍ର ମଧ୍ୟରେ ଜାରି ରହିଛି ସୀମା ବିବାଦ। ଆଉ ଏହି ଫାଇଟରେ କେବେ ଓଡିଶା ଜିତୁଛି ତ ପୁଣି କେବେ ଆନ୍ଧ୍ର । ବିଗତ କିଛିଦିନ ହେବ କୋଟିଆ ପ୍ରତି ଓଡିଶା ସରକାରଙ୍କ ବୈମାତୃକ ଭାବ ନେଇ ଖବର ପ୍ରକାଶ ପାଇଥିବାବେଳେ ଏବେ କିନ୍ତୁ ଦମ ଦେଖାଇଛି ଓଡିଶା ପୋଲିସ । କୋଟିଆ ପଞ୍ଚାୟତ ଅନ୍ତର୍ଗତ ଫଗୁଣସିନେରୀ ନିକଟରେ ଆନ୍ଧ୍ରର କିଛି ଠିକାଦାରଙ୍କ ନିକଟରୁ ତେଲୁଗୁ ବୋର୍ଡ ଜବତ କରିବା ସହ ସେମାନଙ୍କୁ ଓଡିଶା ସୀମାରୁ ତଡିଛି ପୋଲିସ ।

ସୂଚନାଅନୁସାରେ, କୋଟିଆ ପଞ୍ଚାୟତ ଫଗୁଣସିନେରୀ ନିକଟରେ କିଛି ଆନ୍ଧ୍ର ଠିକାଦାର ତେଲୁଗୁ ବୋର୍ଡ ଲଗାଇବା ପାଇଁ ଚେଷ୍ଟା କରୁଥିଲେ । ଏହାର ଖବର ପାଇଁ ପ୍ରଶାସନ ସହିତ ପୋଲିସ ସଦଳବଳେ ପହଞ୍ଚି ବୋର୍ଡଗୁଡିକୁ ଜବତ କରିବା ସହ ଠିକାଦାର କାମ ବନ୍ଦ କରାଇଥିଲେ ।

ତେବେ ଏହି ଘଟଣାକୁ ନେଇ ଆନ୍ଧ୍ରପ୍ରଦେଶର ଏଜେଣ୍ଟ ଓ ସମର୍ଥକ ମାନେ ପୋଲିସ ସହ କଥା କଟାକଟି ହୋଇଥିବା ଦେଖିବାକୁ ମିଳିଥିଲା । ହେଲେ ଓଡିଶା ପୋଲିସ ଚୁପ ନରହି ଆନ୍ଧ୍ରପ୍ରଦେଶର ଠିକାଦାରକୁ ଘଉଡିବାରେ ସମର୍ଥ ହୋଇଥିବା ଜଣାପଡିଛି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.