ETV Bharat / state

Lok Sabha: ସ୍ଥାୟୀ ବେଞ୍ଚ ପାଇଁ ଓଡିଶା ସରକାର ପୂର୍ଣ୍ଣାଙ୍ଗ ପ୍ରସ୍ତାବ ଦେଇନାହାଁନ୍ତି: କେନ୍ଦ୍ର ଆଇନ ମନ୍ତ୍ରୀ

author img

By

Published : Dec 9, 2022, 11:02 PM IST

ଓଡିଶାରେ କେଉଁଠି ହାଇକୋର୍ଟ ସ୍ଥାୟୀ ବେଞ୍ଚ ହେବ ? ରୂପରେଖ କଣ ହେବ ଓଡିଶା ସରକାର ଏଯାଏଁ ସମ୍ପୂର୍ଣ୍ଣ ପ୍ରସ୍ତାବ ଦେଇନାହାଁନ୍ତି । ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ସହ ପରାମର୍ଶ କରି ପୁରା ପ୍ରସ୍ତାବ ଦେବା କଥା । କିନ୍ତୁ ପ୍ରସ୍ତାବ ଦେଇନାହାଁନ୍ତି । କୋରାପୁଟ କଂଗ୍ରେସ ସାଂସଦ ସପ୍ତଗିରି ଉଲାକାଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ଆଜି ଲୋକସଭାର ଏହି ଉତ୍ତର ଦେଇଛନ୍ତି କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜିଜୁ (Union Law and Justice Minister Kiren Rijiju) । ଅଧିକ ପଢନ୍ତୁ

Lok Sabha: ସ୍ଥାୟୀ ବେଞ୍ଚ ପାଇଁ ଓଡିଶା ସରକାର ପୂର୍ଣ୍ଣାଙ୍ଗ ପ୍ରସ୍ତାବ ଦେଇନାହାଁନ୍ତି

ନୂଆଦିଲ୍ଲୀ: ଓଡିଶାରେ କେଉଁଠି ହାଇକୋର୍ଟ ସ୍ଥାୟୀ ବେଞ୍ଚ ହେବ? ରୂପରେଖ କଣ ହେବ ଓଡିଶା ସରକାର ଏଯାଏଁ ସମ୍ପୂର୍ଣ୍ଣ ପ୍ରସ୍ତାବ ଦେଇନାହାଁନ୍ତି । ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ସହ ପରାମର୍ଶ କରି ପୁରା ପ୍ରସ୍ତାବ ଦେବା କଥା । କିନ୍ତୁ ପ୍ରସ୍ତାବ ଦେଇନାହାଁନ୍ତି । କୋରାପୁଟ କଂଗ୍ରେସ ସାଂସଦ ସପ୍ତଗିରି ଉଲାକାଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ଆଜି ଲୋକସଭାର ଏହି ଉତ୍ତର ଦେଇଛନ୍ତି କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜିଜୁ (Union Law and Justice Minister Kiren Rijiju ) ।

କେନ୍ଦ୍ର ଆଇନ ମନ୍ତ୍ରୀ କହିଛନ୍ତି ଆଇନ ମନ୍ତ୍ରଣାଳୟ ପକ୍ଷରୁ ଓଡିଶା ସରକାରଙ୍କୁ ହାଇକୋର୍ଟଙ୍କ ପରାମର୍ଶ ଅନୁସାରେ ପୂର୍ଣ୍ଣାଙ୍ଗ ପ୍ରସ୍ତାବ ଦେବା ପାଇଁ ବାରମ୍ବାର ଅନୁରୋଧ କରାଯାଇଛି । କିନ୍ତୁ ରାଜ୍ୟ ସରକାର କୌଣସି ପ୍ରସ୍ତାବ ଦେଇନାହାଁନ୍ତି । ଓଡିଶାରେ ହାଇକୋର୍ଟ ବେଞ୍ଚ (high court benches) ସ୍ଥାପନ ପାଇଁ ଅନେକ ସଂଗଠନ ସମେତ ରାଜ୍ୟ ସରକାରଙ୍କ ପ୍ରସ୍ତାବ ମିଳିଛି । ଓଡିଶା ସରକାର ପଶ୍ଚିମ ଓଡିଶା ଓ ଦକ୍ଷିଣ ଓଡିଶାରେ ହାଇକୋର୍ଟ ବେଞ୍ଚ ସ୍ଥାପନ ପାଇଁ ପ୍ରସ୍ତାବ ଦେଇଛନ୍ତି । ହେଲେ ନିୟମ ଅନୁସାରେ ହାଇକୋର୍ଟ ବେଞ୍ଚ ପାଇଁ ସ୍ଥାନ, ରୂପରେଖ, ଭିତ୍ତିଭୂମି ଭଳି ହାଇକୋର୍ଟଙ୍କ ସହମତି କ୍ରମେ ପୂର୍ଣ୍ଣାଙ୍ଗ ପ୍ରସ୍ତାବ ଦେବା ଜରୁରୀ । ହେଲେ କେନ୍ଦ୍ର ସରକାରଙ୍କ ବାରମ୍ବାର ଅନୁରୋଧ ସତ୍ବେ ଓଡିଶା ସରକାର ପୂର୍ଣ୍ଣାଙ୍ଗ ପ୍ରସ୍ତାବ ଦେଇନଥିବା ଆଇନ ମନ୍ତ୍ରୀ ଲୋକସଭାରେ ସ୍ପଷ୍ଟ କରିଛନ୍ତି ।

ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପୂର୍ଣ୍ଣାଙ୍ଗ ପ୍ରସ୍ତାବ ଆସିନଥିବାରୁ କେନ୍ଦ୍ର ସରକାର କୌଣସି ନିଷ୍ପତି ନେଇନଥିବା ମଧ୍ୟ ଆଇନମନ୍ତ୍ରୀ କହିଛନ୍ତି । ସୂଚନାଯୋଗ୍ଯ ଯେ ପଶ୍ଚିମ ଓଡିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ସ୍ଥାପନ ପାଇଁ ଦୀର୍ଘ 3 ଦଶନ୍ଧି ଧରି ଓକିଲ ସଂଘ ଆନ୍ଦୋଳନ କରିଆସୁଛି । ଏପରିକ ଦକ୍ଷିଣ ଓଡିଶା ଓକିଲ ସଂଘ ମଧ୍ୟ ଦକ୍ଷିଣ ଓଡିଶାରେ ବେଞ୍ଚ ଦାବି କରି ଆନ୍ଦୋଳନ କରୁଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.