କୋରାପୁଟ: ଜିଲ୍ଲା ଗସ୍ତରେ ଆସି ଓଡ଼ିଶା ମୁଖ୍ୟ ଶାସନ ସଚିବ(Odisha Chief Secretary) ସୁରେଶ ମହାପାତ୍ର ବିଭିନ୍ନ ବିକାଶ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଶୁକ୍ରବାର ପ୍ରଥମେ ସେ ଜୟପୁରରେ ନୂତନ ଭାବେ ନିର୍ମିତ ହେଉଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭବନ ଓ ଜଗନ୍ନାଥ ସାଗର ପରିଦର୍ଶନ କରିଛନ୍ତି । ଏହାର କିଭଳି ଉନ୍ନତି ହୋଇ ପାରିବ ସେ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।
ଶୁକ୍ରବାର ସନ୍ଧ୍ୟାରେ କୋରାପୁଟ ସଦଭାବନା ସଭାଗୃହରେ ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ମୁଖ୍ୟ ଶାସନ ସଚିବ(Suresh Chandra Mahapatra) ଆଲୋଚନା କରିଛନ୍ତି । ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମୀକ୍ଷା କରିଥିବା କହିଛନ୍ତି । ଆସନ୍ତାକାଲି ଦେଓମାଳି ପର୍ବତ ଯିବା ସହିତ କୋଟିଆରେ ଝାଡୁ ପ୍ରକ୍ରିୟାକରଣ ତଥା ଷ୍ଟ୍ରବେରୀ ଚାଷ ବୁଲି ଦେଖିବା କାର୍ଯ୍ୟକ୍ରମ ରହିଛି । ଏହାପରେ ବିଭିନ୍ନ ସ୍ଵୟଂ ସହାୟକ ଗୋଷ୍ଠୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି । ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା ବୈଠକରେ ଜିଲ୍ଲାପାଳ ଅବଦଲ ଅକ୍ତରଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ଯୋଗ ଦେଇଥିଲେ ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ