କୋରାପୁଟ: ବକ୍ସିଂକୁ ପ୍ରୋତ୍ସାହନ । ଚଳିତ ବର୍ଷରୁ ଓଡିଶାର ଖେଳାଳି ହାପକୀଡୋ ବକ୍ସିଂ ଚାମ୍ପିୟାନସିପରେ ଯୋଗ ଦେଇପାରିବେ । ଏ ନେଇ ସୂଚନା ଦେଇଛନ୍ତି ହାପକୀଡୋ ବକ୍ସିଂ ନ୍ୟାସନାଲ ଫେଡରେସନର ସାଧାରଣ ସମ୍ପାଦକ ରାଜ ୱାଗତକର ।
ଗତ ଦଶ ବର୍ଷ ଧରି ନ୍ୟାସନାଲ ଚମ୍ପିଆନସିପ ଆୟୋଜିତ କରି ଆସୁଥିବା ଏହି ଫେଡରସନ ଦ୍ବାରା ଚଳିତ ବର୍ଷ ଓଡିଶା ହାପକୀଡୋ ବକ୍ସିଂ ଆସୋସିଏସନକୁ ମାନ୍ୟତା ପ୍ରଦାନ କରିଛି । କୋରାପୁଟରେ ଆୟୋଜିତ ରାଜ୍ୟସ୍ତରୀୟ ରେଫେରି ଚୟନ ତଥା ଶିକ୍ଷାର୍ଥୀଙ୍କ ଜାତୀୟ ପରୀକ୍ଷା ଶିବିରରେ ମହାରାଷ୍ଟ୍ରରୁ ଆସିଥିବା ଫେଡରେସନର ସାଧାରଣ ସମ୍ପାଦକ ରାଜ ୱାଗତକର ଓଡ଼ିଶାର ଶିକ୍ଷାର୍ଥୀଙ୍କ ମଧ୍ୟରେ ଉନ୍ନତ ମାନର ଦକ୍ଷତା ରହିଥିବା କହିଛନ୍ତି ।
ସେ ଆହୁରି କହିଛନ୍ତି ଆଗକୁ ଯେତେ ସବୁ ବକ୍ସିଂ ଉଭେଣ୍ଟ ହେବ ଓଡିଶା ସେଥିରେ ଅଶଂଗ୍ରହଣ କରିବ । ଅନେକ କ୍ରୀଡାରେ ନ୍ୟାସନାଲ ସ୍ତରରେ ପହଞ୍ଚିସାରିଛି ଓଡିଶା । ବକ୍ସିଂରେ ମଧ୍ୟ ଓଡିଶାର ବହୁ ପ୍ରତିଭାବାନ ଖେଳାଳି ମିଳିବେ ବୋଲି କହିଛନ୍ତି ରାଜ ୱାଗତକର ।
ଓଡିଶା ହାପକୀଡୋ ବକ୍ସିଂ ଆସୋସିଏସନର ସମ୍ପାଦକ ପ୍ରଫେସର ପି.ସି.ଦଳାଇ ଓଡ଼ିଶାର କ୍ରୀଡ଼ାବିତଙ୍କ ପାଖରେ ଏହି କ୍ରୀଡା ପ୍ରତି ଥିବା ଆଗ୍ରହ ଥିବା କହିଛନ୍ତି । ଜାତୀୟ ସ୍ତରରେ ଯୋଗଦାନ କରି ସୁନାମ ଅର୍ଜନ କରିବା ପାଇଁ ସୁଯୋଗ ପ୍ରଦାନ କରିବ ବୋଲି ଆଶା ପୋଷଣ କରିଛନ୍ତି ।
କୋରାପୁଟରୁ ସିଏଚ ଶାନ୍ତାକାର,ଇଟିଭି ଭାରତ