ETV Bharat / state

ଓଡିଆ ଖାଇବେ କୋରାପୁଟ ପଣସ ଚିପ୍ସ

କେରଳ, ତାମିଲୁନାଡୁ ପରେ ଓଡିଆ ଲୋକେ ଖାଇବେ ପଣସ ଚିପ୍ସ । ତାହା ପୁଣି ପୁରା ଦେଶୀ ଉପାୟରେ । ଖୁବ ଶୀଘ୍ର କୋରପୁଟ ମାର୍କେଟ ସହ ପାଖଆଖ ଅଞ୍ଚଳକୁ ରପ୍ତାନୀ କରାଯିବା ଏହି ଚିପ୍ସ ।

author img

By

Published : Jul 1, 2019, 2:21 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

କୋରାପୁଟ: ବିଦେଶୀ ଚିପ୍ସକୁ ଟକ୍କର ଦେବ ଦେଶୀ ଚିପ୍ସ । ଖୁବଶୀଘ୍ର ଓଡ଼ିଶା ମାର୍କେଟକୁ ଆସିବ ପଣସ ଚିପ୍ସ । ଏହାକୁ ପ୍ରସ୍ତୁତ କରୁଛନ୍ତି କୋରାପୁଟ ଲକ୍ଷ୍ମୀପୁର ବ୍ଲକର କେଲାରବାସୀ । କଞ୍ଚା ପଣସକୁ ତରକାରୀ କିମ୍ବା ପାଚିଲେ ଖିଆଯାଇଥାଏ । କିନ୍ତୁ ଏଥିରେ ସାମାନ୍ୟ ପରିବର୍ତ୍ତନ ଆଣି ସ୍ବାବଲମ୍ବୀ ହୋଇପାରିଛନ୍ତି ନିରୀହ ଆଦିବାସୀ ଲୋକେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

ପୂର୍ବରୁ କେରଳ, ତାମିଲନାଡୁରେ ପଣସ ଚିପ୍ସର ଚାହିଦ ବେଶ ରହିଛି । ତେବେ ପ୍ରଥମ ଲାଗି ଓଡ଼ିଶାର କୋରାପୁଟରେ ପଣସ ଚିପ୍ସ ପ୍ରସ୍ତୁତ ହେଉଛି । ଅରମାସ ଓ ୱାର୍ଡର ମିଳିତ ଉଦ୍ୟମରେ ଲକ୍ଷ୍ମୀପୁର ବ୍ଲକର ସୋରିଷପଦର, କେଲାର ଓ ଡୋଲିଆମ୍ବ ଗାଁର ମହିଳାମାନେ ଏବଂ ଭିନ୍ନକ୍ଷମ ବ୍ୟକ୍ତିଙ୍କ ସେବା କରୁଥିବା ମହିଳାଙ୍କୁ କେରଳରୁ ଆସିଥିବା ତାମିଲ ପ୍ରାପ୍ତ ଅଧିକାରୀ ତାମିଲ ଦେଉଛନ୍ତି ।

ଖରା ଦିନ ଆସିଲେ କୋରାପୁଟ ହୋଇଯାଏ ପଣସମୟ । ଯାହା ଯେତିକି ନିଜ ଅଞ୍ଚଳରେ ବିକ୍ରୀ ହୁଏ ଆଉ ବଳକା ଶାଗମାଛ ଦରରେ ରାୟପୁର ବ୍ୟବସାୟୀଙ୍କୁ ବିକ୍ରୀ କରିବାକୁ ପଡ଼େ। କିନ୍ତୁ ଏବେ ବ୍ୟବସାୟୀଙ୍କୁ ହତାଶ ହେବାକୁ ପଡିବ ନାହିଁ । ନିଜ ପରିଶ୍ରମର ଫଳ ଏବେ ବୃଥା ଯିବନି ।

ବିନା ରସାୟନ ପଦାର୍ଥରେ ଏହା ପ୍ରସ୍ତୁତ ହେଉଥିବା ବେଳେ ଅନେକ ଦିନ ଧରି ରହିପାରିବ ଏହି crispy (ମୁଡମୁଡିଆ) ଚିପ୍ସ । ତେବେ ଏହା କେବଳ କୋରାପୁଟ ନୁହେଁ ପାଖଆଖ ଅଞ୍ଚଳକୁ ମଧ୍ୟ ରପ୍ତାନୀ ହେବ । ଏ ନେଇ ଅରମାସ ସହାୟତା ଯୋଗାଇବ ବୋଲି ଜିଲ୍ଲାଧିକାରୀ ରୋଷନ କାର୍ତ୍ତିକ କହିଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାରା, ଇଟିଭି ଭାରତ

Intro:ପଣଷ ଚିପ୍ସ ଆଣିଦେଇଛି କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ବ୍ଲକ ର କେଲାର ଭଳି ଆଭ୍ୟନ୍ତରୀଣ ଇଲାକାରେ ରହୁଥିବା ଲୋକଙ୍କ ପାଇଁ ଆୟ ବୃଦ୍ଧିର ଅଭିନବ ପନ୍ଥା ।Body:ଖରାଦିନ ଆସିଲେ କୋରାପୁଟ ଜିଲ୍ଲାର ପୁରପଲ୍ଲୀରେ ପଣଷ ଗଛରେ ଭର୍ତ୍ତି ହୋଇଯାଏ ଛୋଟବଡ଼ ପଣଷ । କେହି କଷି ପଣଷକୁ ତରକାରୀ ରେ ବ୍ୟବହାର କରି ବା ପୀଠଉ କରି ଖାଇଥାନ୍ତି ତ ଆଉ କେହି ରାୟପୁର ଭଳି ବଡ ବଜାରରୁ ଆସୁଥିବା ବ୍ୟବସାୟୀଙ୍କ ହାତରେ ଶାଗମାଛ ଦରରେ ବିକ୍ରିକରିଦିଅନ୍ତି । ମାଳମାଳ ଟ୍ରକ ଲାଗେ ଗାଁଗଣ୍ଡାରେ ଓ ଅଚିରେ ଖାଲି ହୋଇଯାଏ ମଧ୍ୟସ୍ଥିଙ୍କ ପକେଟ ଭରିଦେବା ପାଇଁ । ଜଳକା ହୋଇ ଅନେଇ ରହନ୍ତି କୋରାପୁଟର ଗିରି କନ୍ଦର ମଧ୍ୟରେ ଜୀବନ ନିର୍ବାହ କରୁଥିବା ସରଳ ନିରୀହ ଆଦିବାସୀ ଜନସାଧାରଣ । କିନ୍ତୁ ଆଗକୁ ଆଉ ସେମାନଙ୍କୁ ହତାଶ ହେବାକୁ ପଡିବ ନାହିଁ । ଅରମାସ ଓ ୱାର୍ଡ ର ମିଳିତ ପ୍ରୟାସରେ ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ ସୋରିଷପଦର , କେଲାର ଓ ଡୋଲିଆମ୍ବ ଗାଁରେ ମହିଳାମାନେ , ବିଶେଷ କରି ଯେଉଁମାନେ ଭିନ୍ନକ୍ଷମ ବ୍ୟକ୍ତିଙ୍କ ସେବା ଶୁଶ୍ରୁଷା କରୁଥିବା ମହିଳା , ଦରପାଚିଲା ପଣଷରୁ କିପରି ଚଟପଟା ସ୍ୱାଦିଷ୍ଟ ଚିପ୍ସ ତିଆରି କରିହେବ ସେ ବିଷୟରେ ତାଲିମ ନେଇଥିବା ୱାର୍ଡ ସଂଗଠନର ସଂଯୋଜକ ବସନ୍ତ ପ୍ରଧାନ ଜଣାଇଛନ୍ତି । କେରଲରୁ ଆସି ଚୟନ କରାଯାଇଥିବା ମହିଳାଙ୍କୁ ତାଲିମ ଦେଉଥିବା ତାଲିମଦାତା ସଂମୁଘ ସୁନ୍ଦରମ ଙ୍କ କହିବା ଅନୁଯାୟୀ କୌଣସି କୃତ୍ରିମ ରାସାୟନିକ ପଦାର୍ଥ ପ୍ରୟୋଗ ନକରି ପ୍ରକୃତିର କୋଳରୁ ସିଧାସଳଖ ପ୍ରାକୃତିକ ଉପାୟରେ ଏହି ଚିପ୍ସ ପ୍ରସ୍ତୁତ କରାଯାଉଥିବା ଯୋଗୁଁ ଏହା ସ୍ୱାସ୍ଥ୍ୟ ପାଇଁ ଏକ ହିତକାରୀ ଖାଦ୍ୟ ଭାବେ ପ୍ରମାଣିତ ହୋଇଛି । ଏହି ଚିପ୍ସ ମଧ୍ୟ ଅନେକ ଦିନ ପର୍ଯ୍ୟନ୍ତ କିଛି ହେଲେ ଖରାପ ନହୋଇ ରହୁଥିବା ଯୋଗୁଁ ଏହାର ବଜାର ଖୋଜି ପାଇବାରେ ଅସୁବିଧା ହେବ ନାହିଁ ବୋଲି ସେ ମତ ଦେଇଛନ୍ତି । Conclusion:ଏଥି ସହିତ ଅରମାସ ର ଜିଲ୍ଲାଧିକାରୀ ରୋଷନ କାର୍ତ୍ତିକ କୋରାପୁଟ ଅଂଚଳ ସମେତ ରାଜ୍ୟ ବାହାରେ ମଧ୍ୟ ଏହି ସ୍ୱାଦିଷ୍ଟ ଚିପ୍ସ ର ବିକ୍ରି କରାଇବାରେ ଅରମାସ ସମସ୍ତ ପ୍ରକାର ସହଯୋଗ ଯୋଗାଇଦେବାର ପ୍ରତିଶ୍ରୁତି ଦେବା ପରେ ଗ୍ରାମବାସୀ ଏକ ନୂତନ ଆର୍ଥିକ ପ୍ରଗତିର ଧାରା ଦିବାରେ ସ୍ୱପ୍ନକୁ ସାକାର କରିବାରେ ଲାଗି ପଡିଛନ୍ତି ।
..........
Byte : ବସନ୍ତ ପ୍ରଧାନ , ୱାର୍ଡ ସଂଯୋଜକ
Byte : ସଂମୁଘ ସୁନ୍ଦରମ , ତାଲିମଦାତା
Byte : ରୋଶନ କାର୍ତ୍ତିକ , ଅରମାସ ଜିଲ୍ଲାଧିକାରୀ

P2C : Ch.Santakar

..........
ଶାନ୍ତାକାର
କୋରାପୁଟ
...........
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.