ETV Bharat / state

କୋରାପୁଟରେ ବଢୁଛି ସିକଲ ସେଲ ରୋଗୀଙ୍କ ସଂଖ୍ୟା

author img

By

Published : Jul 31, 2021, 12:25 PM IST

ସିକଲ ସେଲ ରୋଗୀଙ୍କ ଚିହ୍ନଟ । ଚିକିତ୍ସା ପାଇଁ ନିଆଯାଉଛି ସ୍ଵତନ୍ତ୍ର ପଦକ୍ଷେପ । ଅଧିକ ପଢନ୍ତୁ...

ସିକଲ ସେଲ ରୋଗୀଙ୍କ ସଂଖ୍ୟା ରହୁଛି ଅଧିକ
ସିକଲ ସେଲ ରୋଗୀଙ୍କ ସଂଖ୍ୟା ରହୁଛି ଅଧିକ

କୋରାପୁଟ: ଜିଲ୍ଲାର ସିକଲ ସେଲ ରୋଗୀଙ୍କ ସଂଖ୍ୟା ଅଧିକ ରହୁଛି । ଏନେଇ ଲକ୍ଷ୍ମୀପୁର, ନାରାୟଣପାଟଣା, ଦଶମନ୍ତପୁର ଓ ବନ୍ଧୁଗାଁ ବ୍ଲକରେ ଅଞ୍ଚଳରେ ରୋଗୀଙ୍କ ଚିହ୍ନଟ କରିବା ପାଇଁ ବ୍ୟବସ୍ଥା କରାଯାଉଛି । ଏହାସହ ସେମାନଙ୍କ ଚିକିତ୍ସା ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଦ୍ଵାରା ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଉଥିବା ଜିଲ୍ଲାର ଡିଜିଏମ ଜଣାଇଛନ୍ତି ।

ସିକଲ ସେଲ ରୋଗୀଙ୍କ ସଂଖ୍ୟା ରହୁଛି ଅଧିକ

ଏହି ବ୍ଲକ ଗୁଡିକରେ ଗର୍ଭବତୀ ମହିଳାଙ୍କ ମଧ୍ୟରୁ ଶତକଡା 15 ରୁ 20 ଭାଗ ସିକଲ ସେଲ ରୋଗରେ ଆକ୍ରାନ୍ତ ଥିବା ଜଣାପଡିଛି । ଏହି ସମସ୍ୟାର ଗୁରୁତ୍ଵକୁ ଦେଖି ବିଶେଷ କରି ଗର୍ଭବତୀ ମହିଳାଙ୍କୁ ଟୀକାକରଣ କରାଯିବା ସମୟରେ ସିକଲ ସେଲ ପରୀକ୍ଷା କରାଯାଇ ସେମାନଙ୍କୁ ଓ ସେମାନଙ୍କ ପରିବାରକୁ ଏ ସମ୍ପର୍କରେ ସଚେତନ କରାଯାଇ ସ୍ୱାସ୍ଥ୍ୟର ଉପଯୁକ୍ତ ଯତ୍ନ ନେବା ଦିଗରେ ପ୍ରୋତ୍ସାହିତ କରାଯିବ । ଏଥି ନିମନ୍ତେ ଶୁକ୍ରବାର ତୃଣମୂଳ ସ୍ତରର ସଚେତନ ନେଇ ଜିଲ୍ଲା ସ୍ତରୀୟ କର୍ମଶାଳାର ଆୟୋଜନ କରାଯାଇଥିଲା ।

କୋରାପୁଟରୁ ସିଏଚ. ଶାନ୍ତାକାର , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.