ETV Bharat / state

World AIDS Day 2021: କୋରାପୁଟରେ ହାର କମିଛି, ରୋଗୀଙ୍କ ସମସ୍ୟା କମିନି - କୋରାପୁଟ ଏଚଆଇଭି ଏଡସ ରିପୋର୍ଟ

ବିଶ୍ବ ଏଡ୍ସ ଦିବସ(World AIDS Day 2021)ରେ କୋରାପୁଟରୁ ଆସିଲା HIV ସଂକ୍ରମିତଙ୍କ ତଥ୍ୟ । ସଂକ୍ରମିତ ଏବଂ ମୃତ୍ୟୁସଂଖ୍ୟା କମିଥିଲେ ମଧ୍ୟ ସେବାରେ ଅବ୍ୟବସ୍ଥାର ଶିକାର ହେଉଥିବା ରୋଗୀ ଅଭିଯୋଗ କରିଛନ୍ତି । ଅଧିକ ପଢନ୍ତୁ

World AIDS Day: କୋରାପୁଟରେ ହାର କମିଛି, ରୋଗୀଙ୍କ ସମସ୍ୟା କମିନି

author img

By

Published : Dec 1, 2021, 3:26 PM IST

କୋରାପୁଟ: ବିଶ୍ବ ଏଡ୍‌ସ ଦିବସ(World AIDS Day2021)ରେ କୋରାପୁଟରୁ ଆସିଲା HIV ସଂକ୍ରମିତଙ୍କ ତଥ୍ୟ । ସଂକ୍ରମିତ ଏବଂ ମୃତ୍ୟୁସଂଖ୍ୟା ହ୍ରାସ ପାଇଥିଲେ ମଧ୍ୟ ସହାୟତା କେନ୍ଦ୍ରରେ ଅବ୍ୟବସ୍ଥା ପାଇଁ ହଟହଟା ହୋଇଥିବା ଅଭିଯୋଗ କରିଛନ୍ତି ରୋଗୀ ।

World AIDS Day: କୋରାପୁଟରେ ହାର କମିଛି, ରୋଗୀଙ୍କ ସମସ୍ୟା କମିନି

ତଥ୍ୟ ଅନୁଯାୟୀ ବର୍ତ୍ତମାନ ସୁଦ୍ଧା କୋରାପୁଟ ଜିଲ୍ଲା ପରୀକ୍ଷା କେନ୍ଦ୍ରରେ ସମୁଦାୟ 5,18,060 ଜଣଙ୍କ HIV ପରୀକ୍ଷା କରାଯାଇ ଥିବାବେଳେ 2809 ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ 1978 କୋରାପୁଟ ଜିଲ୍ଲାରୁ ଥିବାବେଳେ 516 ଜଣଙ୍କ ମୃତ୍ୟୁ ଘଟିଛି । ମୃତ ବ୍ୟକ୍ତିଙ୍କ ମଧ୍ୟରେ 6 ଜଣ ଶିଶୁ ରହିଥିବା ଜିଲ୍ଲା AIDS ନିୟନ୍ତ୍ରଣ ବିଭାଗ ଅଧିକାରୀ ସର୍ବେଶ୍ୱର ବାରିକ ସୂଚନା ଦେଇଛନ୍ତି ।

ସମୁଦାୟ 996 ଜଣ କୋରାପୁଟରେ ଥିବା ART କେନ୍ଦ୍ରରୁ ଔଷଧ ନେଉ ଥିବାବେଳେ ଏହି କେନ୍ଦ୍ରରେ ସେବାକାରୀ ବ୍ୟକ୍ତିଙ୍କ ଅଭାବ ଯୋଗୁଁ ସଂକ୍ରମିତ ବ୍ୟକ୍ତିଙ୍କୁ ଉନ୍ନତମାନର ସେବା ଯୋଗାଇବାରେ ଅସୁବିଧା ହେଉଥିବା ଡାକ୍ତର ବେଉରା କହିଛନ୍ତି । ART କେନ୍ଦ୍ରରେ ଦେଖାଦେଇଥିବା ଅବ୍ୟବସ୍ଥା ଯୋଗୁଁ ସଂକ୍ରମିତ ବ୍ୟକ୍ତିଙ୍କ ମଧ୍ୟରେ ସରକାରଙ୍କ ଉପରୁ ଭରସା ହ୍ରାସ ପାଇବା ସହ ସେମାନଙ୍କ ମଧ୍ୟରେ ହତାଶ ଭାବ ବୃଦ୍ଧି ପାଉଥିବା HIV ସଂକ୍ରମିତ ବ୍ୟକ୍ତିଙ୍କ ସହ କାର୍ଯ୍ୟ କରୁଥିବା ସ୍ବେଚ୍ଛାସେବୀ ଗୌରୀ ପ୍ରସାଦ କ୍ଷୋଭ ପ୍ରକାଶ କରିଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.