ETV Bharat / state

କୋଟିଆ ଆଦର୍ଶ ବିଦ୍ୟାଳୟରେ ନାହିଁ ହଷ୍ଟେଲ ସୁବିଧା, ପାଠପଢାରୁ ବଞ୍ଚିତ ଛାତ୍ରଛାତ୍ରୀ

ଓଡ଼ିଶା-ଆନ୍ଧ୍ର ମଧ୍ୟରେ ଚାଲିଥିବା ସୀମା ବିବାଦ ଦୀର୍ଘ ଦିନ ହେବ ଲାଗି ରହିଛି । କୋଟିଆ ଆଦର୍ଶ ବିଦ୍ୟାଳୟରେ ନାହିଁ ହଷ୍ଟେଲ ସୁବିଧା । ପାଠପଢାରୁ ବଞ୍ଚିତ ଦୁର୍ଗମ ଅଞ୍ଚଳର ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ

କୋଟିଆ ଆଦର୍ଶ ବିଦ୍ୟାଳୟରେ ନାହିଁ ହଷ୍ଟେଲ ସୁବିଧା, ପାଢପଢାରୁ ବଞ୍ଚିତ ଛାତ୍ରଛାତ୍ରୀ

author img

By

Published : Jul 29, 2022, 7:56 AM IST

କୋରାପୁଟ: ଓଡ଼ିଶା-ଆନ୍ଧ୍ର ମଧ୍ୟରେ ଚାଲିଥିବା ସୀମା ବିବାଦ ଦୀର୍ଘ ଦିନ ହେବ ଲାଗି ରହିଛି । ଏହାରି ଭିତରେ କୋଟିଆ ପଞ୍ଚାୟତର 21 ଗାଁର ପିଲାଙ୍କୁ ନିଜ ଅଞ୍ଚଳରେ ପାଠ ପଢାଇବା ବିଭିନ୍ନ ପ୍ରକାର ଲୋଭନୀୟ ଯୋଜନା କରିଛି ଆନ୍ଧ୍ର । ଯାହାଦ୍ବାରା କୋଟିଆ ଅଞ୍ଚଳର ପିଲାମାନେ ଆନ୍ଧ୍ର ସ୍କୁଲ ଗୁଡିକରେ ପଢିବା ପାଇଁ ମନ ବଳାଉଛନ୍ତି । ହେଲେ ରାଜ୍ୟ ସରକାର କୋଟିଆ ପିଲାମାନଙ୍କୁ ନିଜ ରାଜ୍ୟର ସ୍କୁଲରେ ପାଠ ପଢିବା ପାଇଁ ତଳ ଗଞ୍ଜେଇ ପଦର ଠାରେ ଚଳିତ ବର୍ଷ ଆଦର୍ଶ ବିଦ୍ୟାଳୟ ସ୍ଥାପନ କରିଥିଲେ । ହେଲେ ସେଠାରେ ହଷ୍ଟେଲ ସୁବିଧା ନଥିବାରୁ ପିଲାମାନଙ୍କୁ ବହୁ ସମସ୍ୟାର ସମ୍ମୁଖିନ ହେବାକୁ ପଡୁଛି ।

କୋଟିଆ ଆଦର୍ଶ ବିଦ୍ୟାଳୟରେ ନାହିଁ ହଷ୍ଟେଲ ସୁବିଧା, ପାଢପଢାରୁ ବଞ୍ଚିତ ଛାତ୍ରଛାତ୍ରୀ

ରାଜ୍ୟ ସରକାରଙ୍କ ଏପରି ଏକ ତରବରିଆ ପଦକ୍ଷେପକୁ ବିଭିନ୍ନ କ୍ଷେତ୍ରରେ ତୀବ୍ର ସମାଲୋଚନା ହେବା ପରେ ନାଲକୋ ସହାୟତାରେ ଏକ ସ୍କୁଲ ବସ୍ ବ୍ୟବସ୍ଥା ହୋଇଥିଲା । ହେଲେ ଫାଟୁସିନେରି, ଫଗୁଣ ସିନେରି, ମାଡକାର, ଡଲିଆମ୍ବ, ନେରେଡିବାଲାସା ଭଳି ଦୁର୍ଗମ ଅଞ୍ଚଳକୁ ବସ ଯାଇପାରୁ ନଥିବା ଅଭିଯୋଗ ହୋଇଛି । ତେବେ ଏହି ସମସ୍ତ ଗାଁର ପିଲାମାନେ ଏହି ବିଦ୍ୟାଳୟରେ ପଢ଼ିପାରୁନଥିବା ଯୋଗୁଁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

ନାଲକୋ ସହାୟତାରେ ଆରମ୍ଭ କରାଯାଇଥିବା ବସରେ ପଟ୍ଟାଙ୍ଗି ନିକଟ ସିପାଇପୁଟ, କୁନ୍ଦୁଲି ହାଟପଦା, ଥୁରିଆ, ଟାଉପଦର, ଉପର ବାରାବନ୍ଧ ଓ ତଳ ବାରାବନ୍ଧର ପିଲାଏ ଆସି ଏହି ବିଦ୍ୟାଳୟରେ ପଢୁଛନ୍ତି । ହେଲେ କୋଟିଆ ଅଞ୍ଚଳରେ ଥିବା ଗାଁର ଛାତ୍ରଛାତ୍ରୀ ଏଠାକୁ ଆସି ପାରୁନାହାଁନ୍ତି । କୋଟିଆରେ ଆଦର୍ଶ ବିଦ୍ୟାଳୟ ସ୍ଥାପନର ମୂଳ ଉଦ୍ଦେଶ୍ୟ ପୂରଣ ହୋଇପାରୁନି । ରାଜ୍ୟ ସରକାରଙ୍କୁ ଏହି ବିଦ୍ୟାଳୟରେ ଛାତ୍ରାବାସର ସୁବିଧା ଯୋଗାଇଦେବା ପାଇଁ ଚିଠି ଲେଖାଯାଇଥିବା ଜିଲ୍ଲା ଶିକ୍ଷା ଅଧିକାରୀ ରାମଚନ୍ଦ୍ର ନାହାକ ସୂଚନା ଦେଇଛନ୍ତି ।

ଇଟିଭି ଭାରତ,କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.