କୋରାପୁଟ: ଓଡିଶା ସ୍ଵତନ୍ତ୍ର ରିଲିଫ କମିଶନର, ଏସଆରସିଙ୍କ ନିର୍ଦ୍ଦେଶକ୍ରମେ କୋଭିଡ ସଂକ୍ରମଣକୁ ରୋକିବା ପାଇଁ ଆଜି (ସୋମବାର) ଠାରୁ ପରବର୍ତ୍ତୀ ନିର୍ଦ୍ଦେଶ ପାଇଲା ପର୍ଯ୍ୟନ୍ତ କୋରାପୁଟ ଜିଲ୍ଲାରେ ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ ରହିବ । ଏହାର ସୂଚନା ଦେଲେ ଅତିରିକ୍ତ ଜିଲ୍ଲାପାଳ ଦେବେନ କୁମାର ପ୍ରଧାନ ।
ପ୍ରତିଦିନ ରାତ୍ରି 10 ଟା ଠାରୁ ସକାଳ 5 ଟା ପର୍ଯ୍ୟନ୍ତ କର୍ଫ୍ୟୁ ଲାଗୁ ରହିବା ସମୟରେ ଔଷଧ ଦୋକାନ ଭଳି ଅତ୍ୟାବଶ୍ୟକୀୟ ଦୋକାନ ଖୋଲାରହିବ । କେବଳ ଏସଆରସିଙ୍କ ଗାଇଡଲାଇନ ଅନୁଯାୟୀ ଅନୁମତି ପ୍ରାପ୍ତ ବ୍ୟକ୍ତି ବିଶେଷ ରାସ୍ତାରେ ଯାତାୟାତ କରିପାରିବେ ବୋଲି ସେ ସ୍ପଷ୍ଟ କରିଛନ୍ତି । ଏହି ନିର୍ଦ୍ଦେଶକୁ ଅମାନ୍ୟ କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଆର୍ଥିକ ଜୋରିମାନା କରିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୋରାପୁଟ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଟାପାଲି ଜଣାଇଛନ୍ତି ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ