ETV Bharat / state

ହସ୍ପିଟାଲରୁ ନବଜାତ ଶିଶୁ ନିଖୋଜ, ଖୋଜିବାରେ ବାଧକ ସାଜିଛି ଅଚଳ ସିସିଟିଭି

author img

By

Published : Feb 13, 2021, 12:45 PM IST

Updated : Feb 13, 2021, 2:28 PM IST

ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ହସ୍ପିଟାଲରୁ ଏକ ନବଜାତ ଶିଶୁ ନିଖୋଜ ହୋଇଥିବା ଅଭିଯୋଗ ଆଣିଛନ୍ତି ପରିବାରବର୍ଗ । ପୋଲିସ ସିସିଟିଭି ଆଧାରରେ ତଦନ୍ତ ଆରମ୍ଭ କରିଛି । କିନ୍ତୁ ହସ୍ପିଟାଲର ସବୁ ସିସି ଟିଭି କାମ କରୁନଥିବା ଯୋଗୁଁ ବାସ୍ତବରେ କିଏ ଶିଶୁକୁ ନେଇଯାଇଛି ଜାଣିବା ପୋଲିସ ପାଇଁ କାଠିକର ପାଠ ହୋଇଯାଇଛି ।

ହସପିଟାଲରୁ  ନବଜାତ ଶିଶୁ ନିଖୋଜ, ଖୋଜିବାରେ ବାଧକ ସାଜିଛି ଅଚଳ ସିସିଟିଭି

କୋରାପୁଟ: ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ହସ୍ପିଟାଲରୁ ଏକ ନବଜାତ ଶିଶୁ ନିଖୋଜ ହୋଇଥିବା ଅଭିଯୋଗ ଆଣିଛନ୍ତି ପରିବାରବର୍ଗ । ଗତକାଲି(ଶୁକ୍ରବାର) ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ସିଲକଗୁଡା ଗ୍ରାମର ତୁଳସୀନା ଗୌଡ ନାମକ ଜଣେ ମହିଳା ନିଜ ଘରେ ଏକ କନ୍ୟା ସନ୍ତାନକୁ ଜନ୍ମଦେବା ପରେ ତାଙ୍କ ସ୍ବାସ୍ଥ୍ୟ ବିଗିଡି ଯିବାରୁ ପରିବାର ଲୋକେ କୋରାପୁଟରେ ମେଡିକାଲ କଲେଜ ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲେ । କିନ୍ତୁ ହସ୍ପିଟାଲରେ ପହଞ୍ଚିଲାବେଳକୁ ତାଙ୍କ ର ମୃତ୍ୟୁ ଘଟିଥିବା ଡାକ୍ତର ସୂଚନା ଦେଇଥିଲେ । ପରିବାରବର୍ଗ ତୁଳସୀନାଙ୍କ ମର ଶରୀରକୁ ଗାଁକୁ ଫେରାଇ ନେଇଥିବା ବେଳେ ଶିଶୁକନ୍ୟାକୁ ଡାକ୍ତରଖାନାର କର୍ମଚାରୀ ଏସଏନସିୟୁକୁ ନେଇଯାଇଥିବା ପରିବାର ଲୋକେ ଜଣାଇଛନ୍ତି । ତେବେ ତୁଳସୀନାଙ୍କ ଶେଷକୃତ୍ୟ ସାରି ପରିବାର ଲୋକେ କୋରାପୁଟ ଆସି ଡାକ୍ତରଖାନାରେ ନବଜାତ ଶିଶୁ କନ୍ୟା ସମ୍ପର୍କରେ କର୍ତ୍ତୃପକ୍ଷଙ୍କ ଠାରୁ ଜାଣିବାକୁ ଚାହିଁବାରୁ ତୁଳସୀନାଙ୍କ ସମ୍ପର୍କୀୟ କେହି ତାକୁ ନେଇଯାଇଥିବା କର୍ତ୍ତୃପକ୍ଷ ସଫେଇ ଦେଇଥିବା ଶିଶୁଟିର ମାଉସୀ ଜଣାଇଛନ୍ତି ।

ହସ୍ପିଟାଲରୁ ନବଜାତ ଶିଶୁ ନିଖୋଜ, ଖୋଜିବାରେ ବାଧକ ସାଜିଛି ଅଚଳ ସିସିଟିଭି

ତେବେ ଗତକାଲିଠାରୁ ସେପରି କେହି ସଂପର୍କୀୟ ଶିଶୁକୁ ନେଇଥିବା ସ୍ପଷ୍ଟ ନହେବାରୁ ପରିବାର ଲୋକେ ଥାନାରେ ଆଜି ଅଭିଯୋଗ କରିଛନ୍ତି । ପୋଲିସ ସିସିଟିଭି ଆଧାରରେ ତଦନ୍ତ ଆରମ୍ଭ କରିଛି । କିନ୍ତୁ ହସ୍ପିଟାଲର ସବୁ ସିସି ଟିଭି କାମ କରୁନଥିବା ଯୋଗୁଁ ବାସ୍ତବରେ କିଏ ଶିଶୁକୁ ନେଇଯାଇଛି ଜାଣିବା ପୋଲିସ ପାଇଁ କାଠିକର ପାଠ ହୋଇଯାଇଛି । ତଥାପି ସମସ୍ତ ଦିଗରୁ ପର୍ଯ୍ୟାଲୋଚନା କରି ତଦନ୍ତକୁ ଆଗେଇନେଉଥିବା କୋରାପୁଟ ଏସଡିପିଓ ଗୁଣନିଧି ମଲ୍ଲିକ ଜଣାଇଛନ୍ତି । ଅପରପକ୍ଷେ ମା ଛେଉଣ୍ଡ ଶିଶୁଟିକୁ ଏସେନସିୟୁରେ କ୍ଷୀର ଦିଆଯାଇଥିଲା ବୋଲି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାଜଶ୍ରୀ ଦାସ ସୂଚନା ପ୍ରଦାନ କରିଛନ୍ତି । କିନ୍ତୁ ସବୁ ସିସିଟିଭି କାମ କରୁନଥିବା ଯୋଗୁଁ ତାପରେ ବାସ୍ତବରେ କିଏ ଶିଶୁକୁ ନେଇଯାଇଛି ତାହା ଜାଣିବା ମୁସ୍କିଲ ହୋଇପଡିଥିବା ସେ ମତପ୍ରକାଶ କରିଛନ୍ତି ।

କୋରାପୁଟରୁ ସିଏଚ୍‌ ଶାନ୍ତାକାର, ଇଟିଭି ଭାରତ

Last Updated : Feb 13, 2021, 2:28 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.