ETV Bharat / state

ଇତିଶ୍ରୀ ହତ୍ୟା ମାମଲାର ଦୋଷୀ ନେତ୍ରାନନ୍ଦଙ୍କ ମୃତ୍ୟୁ, ସିବିଆଇ ତଦନ୍ତ ଦାବି କଲା ପରିବାର

author img

By

Published : Aug 17, 2020, 3:22 PM IST

ଶିକ୍ଷୟତ୍ରୀ ଇତିଶ୍ରୀ ହତ୍ୟା ମାମଲାର ଦୋଷୀ ନେତ୍ରାନନ୍ଦ ଦଣ୍ଡସେନାଙ୍କ ମୃତ୍ୟୁ । ତେବେ ତାଙ୍କ ପରିବାର ନେତ୍ରାନନ୍ଦଙ୍କ ମୃତ୍ୟୁକୁ ନେଇ ସିବିଆଇ ତଦନ୍ତ ଦାବି କରିଛନ୍ତି ।

convicted in the murder of teacher Itishree
ଇତିଶ୍ରୀ ହତ୍ୟା ମାମଲାର ଦୋଷୀ ନେତ୍ରାନନ୍ଦଙ୍କ ମୃତ୍ୟୁ

କୋରାପୁଟ: ଶିକ୍ଷୟତ୍ରୀ ଇତିଶ୍ରୀ ହତ୍ୟା ମାମଲାର ଦୋଷୀ ନେତ୍ରାନନ୍ଦ ଦଣ୍ଡସେନାଙ୍କ ମୃତ୍ୟୁ । ରାୟଗଡା ଜିଲ୍ଲା ଟିକିରିରେ ହୋଇଥିବା ଶିକ୍ଷୟତ୍ରୀ ଇତିଶ୍ରୀ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ କୋରାପୁଟ ସର୍କଲ ଜେଲରେ ଆଜୀବନ କାରାଦଣ୍ଡ ଭୋଗୁଥିବା ନେତ୍ରାନନ୍ଦ ଦଣ୍ଡସେନାଙ୍କ ମୃତ୍ୟୁ ସୋମବାର ସକାଳୁ ହୋଇଛି । ଏହାପରେ ତାଙ୍କ ପରିବାର ନେତ୍ରାନନ୍ଦଙ୍କ ମୃତ୍ୟୁକୁ ନେଇ ସିବିଆଇ ତଦନ୍ତ ଦାବି କରିଛନ୍ତି ।

ଜେଲ କର୍ତ୍ତୃପକ୍ଷଙ୍କ କହିବାନୁଯାୟୀ, ରବିବାର ବିଳମ୍ବିତ ରାତିରେ ଦଣ୍ଡସେନାଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ ଶହୀଦ ଲକ୍ଷ୍ନଣ ନାୟକ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ସକାଳେ ତାଙ୍କର ମେଡିକାଲରେ ମୃତ୍ୟୁ ଘଟିଛି । ରାୟଗଡା ଜେଲରୁ 2016 ମସିହାରେ ତାଙ୍କୁ କୋରାପୁଟ ସର୍କଲ ଜେଲକୁ ସ୍ଥାନାନ୍ତର କରାଯାଇଥିଲା ।

ତେବେ ଦଣ୍ଡସେନାଙ୍କ ମୃତ୍ୟୁ ରାଜ୍ୟ ସରକାର, ରାୟଗଡା ଜିଲ୍ଲା ପ୍ରଶାସନ ଓ ରାଜନୈତିକ ନେତାଙ୍କ ଦ୍ବାରା କରାଯାଇଥିବା ଏକ ସୁଚିନ୍ତିତ ହତ୍ୟା ବୋଲି ନେତ୍ରାନନ୍ଦଙ୍କ ଝିଅ ନଳିନୀପ୍ରଭା ଦଣ୍ଡସେନା ଅଭିଯୋଗ କରିଛନ୍ତି । ତେଣୁ ସେ ସମସ୍ତଙ୍କୁ ପକ୍ଷଭୁକ୍ତ କରି ସିବିଆଇ ତଦନ୍ତ ଆରମ୍ଭ କରିବା ପାଇଁ ଦାବି କରିଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.