ETV Bharat / state

କୋରାପୁଟରେ କାଳିଆ କାର୍ଡ: ନବୀନ ଖୋଲିଲେ ପ୍ରଥମ ଇସ୍ତାହାର ପ୍ରତିଶ୍ରୁତି - ନିର୍ବାଚନୀ ଇସ୍ତାହାର

ସରକାର ଗଠନ ହେବାର ପ୍ରଥମ ଦିନରେ ବିଜେଡି କାଳିଆ ଯୋଜନାରେ ଏପର୍ଯ୍ୟନ୍ତ ସୁବିଧା ପାଇନଥିବା ହିତାଧିକାରୀଙ୍କୁ ଯୋଜନାର ଲାଭ ପହଞ୍ଚାଇ ଦେବ ବୋଲି ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଏପର୍ଯ୍ୟନ୍ତ ରାଜ୍ୟରେ ୪୦ ଲକ୍ଷ ଲୋକ କାଳିଆ ଯୋଜନାର ଲାଭ ପାଇଛନ୍ତି। ଆହୁରି ନୂତନ ଭାବେ ୨୫ ହଜାର ଲୋକଙ୍କ ନାମର ତାଲିକା ପ୍ରସ୍ତୁତ ହୋଇଛି।

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ
author img

By

Published : Apr 5, 2019, 9:30 PM IST

ଜୟପୁର: କୋରାପୁଟରେ ନବୀନ ଖେଳିଛନ୍ତି କାଳିଆ କାର୍ଡ। ମୁଖ୍ୟମନ୍ତ୍ରୀ ତଥା ବିଜେଡିର ସୁପ୍ରିମୋ ନବୀନ ପଟ୍ଟନାୟକ ଜୟପୁରରେ ଖୋଲିଛନ୍ତି ବିଜେଡିର ପ୍ରଥମ ନିର୍ବାଚନୀ ଇସ୍ତାହାର ପତ୍ର। ସରକାର ପୁଣି କ୍ଷମତାକୁ ଆସିଲେ ବାକିଥିବା ସମସ୍ତ ହିତାଧିକାରୀଙ୍କୁ କାଳିଆ ଟଙ୍କା ମିଳିବ ବୋଲି ନବୀନ କହିଛନ୍ତି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

ଜିଲ୍ଲାର ପଟ୍ଟାଙ୍ଗି ବ୍ଲକର ଡୋଲିଆମ୍ବ, ଦଶମନ୍ତପୁର ବ୍ଲକ ସଦର ମହକୁମା ଏବଂ କୋରାପୁଟ ବ୍ଲକର ଡୁମୁରିପୁଟ ଠାରେ ଆଜି ମୁଖ୍ୟମନ୍ତ୍ରୀ ନିର୍ବାଚନୀ ସାଧାରଣ ସଭାରେ ଯୋଗ ଦେଇଛନ୍ତି । ଏହାସହ ଜୟପୁରରେ ରୋଡ ସୋ ମଧ୍ୟ କରିଛନ୍ତି।ଏହି ଅବସରରେ ନବୀନ ଉପରୋକ୍ତ ପ୍ରତିଶ୍ରୁତି ଦେଇଛନ୍ତି। ଜୟପୁରରେ ଅନୁଷ୍ଠିତ ସାଧାରଣ ସଭାରେ ବିଜେଡିର ପ୍ରଥମ ଇସ୍ତାହାର ଘୋଷଣା କରିଛନ୍ତି।

ତାଙ୍କ ଦଳ ସରକାର ଗଠନ ହେବାର ପ୍ରଥମ ଦିନରେ କାଳିଆ ଯୋଜନାରେ ଏପର୍ଯ୍ୟନ୍ତ ସୁବିଧା ପାଇନଥିବା ହିତାଧିକାରୀଙ୍କୁ ଯୋଜନାର ଲାଭ ପହଞ୍ଚାଇଦେବ ବୋଲି ନବୀନ ଘୋଷଣା କରିଛନ୍ତି । ଏପର୍ଯ୍ୟନ୍ତ ରାଜ୍ୟରେ ୪୦ ଲକ୍ଷ ଲୋକ କାଳିଆ ଯୋଜନାର ଲାଭ ପାଇଛନ୍ତି। ଆହୁରି ନୂତନ ଭାବେ ୨୫ ହଜାର ଲୋକଙ୍କ ନାମର ତାଲିକା ପ୍ରସ୍ତୁତ ହୋଇଛି। ସରକାର ଗଠନ ହେବାର ପ୍ରଥମ ଦିନରେ ହିଁ କାଳିଆ ଯୋଜନାର ଦୁଇଟି କିସ୍ତିର ଅର୍ଥ ଲୋକଙ୍କ ପାଖରେ ପହଞ୍ଚାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।

ତେବେ କୋରାପୁଟରେ ବିଜେଡି ସୁପ୍ରିମୋ ବିଜେପିକୁ କଟାକ୍ଷ କରିଥିଲେ। ବିଜେପିର ବଡ ବଡ ନେତା ବନ୍ୟା, ବାତ୍ୟା ବେଳେ ଆସିନଥିବାବେଳେ ବର୍ତ୍ତମାନ ନିର୍ବାଚନ ବେଳକୁ ଆସି ସଭା ସମିତିରେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। କେନ୍ଦ୍ର ସରକାର କେବିକେ ଯୋଜନା ବନ୍ଦ କରିଦେଲେ। ଏସ୍‌ସି, ଏସ୍‌ଟି ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡ ମଧ୍ୟ ବନ୍ଦ କରିଦେଇଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।

ତେବେ ଆଜି ନବୀନ ଜୟପୁରକୁ ଛାଡିଦେଲେ ବାକି ସବୁଠି କେବଳ ବିଜେପିକୁ କଟାକ୍ଷ କରିଥିବାବେଳେ ନିଜ ସରକାରର ଉପଲବ୍ଧି ସମ୍ପର୍କରେ କିଛି କହିନଥିଲେ। ଡୋଲିଆମ୍ବ, ଦଶମନ୍ତପୁର ଓ କୋରାପୁଟ ବ୍ଲକର ଡୁମୁରିପୁଟ ଠାରେ ମୁଖ୍ୟମନ୍ତ୍ରୀ ନିଜ ସରକାରଙ୍କ କୌଣସି ଯୋଜନା ସମ୍ପର୍କରେ ପଦେ ବି କହିନଥିଲେ । ଏହା ପଛରେ ଥିବା ରହସ୍ୟ ସମ୍ପର୍କରେ ପଚାରିବାରୁ ଜିଲ୍ଲା ବିଜେଡି ସଭାପତି ଈଶ୍ବର ଚନ୍ଦ୍ର ପାଣିଗ୍ରାହୀ କହିଛନ୍ତି ଯେ ନବୀନ ନିଜ 19 ବର୍ଷ ଶାସନ କାଳରେ ନିର୍ଦ୍ଦିଷ୍ଟ ଭାବେ କାହାରି ବିରୋଧରେ ପଦୁଟିଏ ବି କହିନାହାଁନ୍ତି । ସେ କେବଳ ରାଜ୍ୟବାସୀଙ୍କ ସ୍ବାର୍ଥ ପାଇଁ ଲଢେଇ ଜାରି ରଖିଛନ୍ତି ବୋଲି ଇଶ୍ବର ସ୍ପଷ୍ଟ କରିଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ଆଜି ଓଡ଼ିଶାର ମୁଖ୍ୟମନ୍ତ୍ରୀ ତଥା ବିଜେଡିର ସୁପ୍ରିମୋ ନବୀନ ପଟ୍ଟନାୟକ କୋରାପୁଟ ଜିଲ୍ଲାର ପଟ୍ଟାଙ୍ଗି ବ୍ଲକର  ଡୋଲିଆମ୍ବ, ଦଶମନ୍ତପୁର ଓ କୋରାପୁଟ ବ୍ଲକର ଡୁମୁରିପୁଟ ଠାରେ ନିର୍ବାଚନୀ ସାଧାରଣ ସଭାରେ ଯୋଗ ଦେବା ସହ ଜୟପୁରରେ ରୋଡ଼ ସୋ ରେ ଭାଗ ନେଇଛନ୍ତି
.......
ଶାନ୍ତାକାର
କୋରାପୁଟ
.......
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.