କୋରାପୁଟ: ଶନିବାର ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କୋରାପୁଟ ଗସ୍ତ କରିଛନ୍ତି। ଜିଲ୍ଲାର ବିଭିନ୍ନ ନିର୍ବାଚନୀ ସଭାରେ ଯୋଗ ଦେଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ଆରମ୍ଭ କରିଛନ୍ତି ନବୀନ। ଏହାସହ ବିରୋଧୀ ଦଳଙ୍କୁ ଟାର୍ଗେଟ କରିଛନ୍ତି ନବୀନ ପଟ୍ଟନାୟକ ।
ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନବୀନ ମାରାଥନ ପ୍ରଚାର କରୁଛନ୍ତି । ଅପରାହ୍ନରେ ସେ ପ୍ରଥମେ ମାଲକାନଗିରିରେ ନିର୍ବାଚନ ପ୍ରଚାର କରିଥିଲେ। ଏହାପରେ କୋରପୁଟ ଗସ୍ତରେ ଆସି ବିଭିନ୍ନ ସାଧାରଣ ସଭାରେ ଯୋଗ ଦେଇଛନ୍ତି। ପଟ୍ଟାଙ୍ଗି ବ୍ଲକର ଡୋଲିଆମ୍ବ, ଦଶମନ୍ତପୁର ଓ କୋରାପୁଟ ବ୍ଲକର ଡୁମୁରିପୁଟ ଠାରେ ନବୀନ ନିର୍ବାଚନୀ ସାଧାରଣ ସଭାରେ ଯୋଗ ଦେଇ ପ୍ରଚାର କରିଛନ୍ତି। ଏହି ଭାଷଣରେ ସେ ବିରୋଧୀ ଦଳଙ୍କୁ ଟାର୍ଗେଟ କରିଛନ୍ତି।
ଲୋକଙ୍କ ସମସ୍ୟା ସମୟରେ ବିଜେପିର ବଡ ବଡ ନେତାଙ୍କ ଦେଖାଦର୍ଶନ ନଥିଲା । କିନ୍ତୁ ନିର୍ବାଚନ ପାଇଁ ଭୋଟ ମାଗିବାକୁ ଆସୁଛନ୍ତି । ସାଢେ 4 କୋଟି ଓଡିଆ ମୋ ପରିବାର । ସେମାନଙ୍କ ସ୍ବାର୍ଥ ପାଇଁ ମୁଁ ଲଢେଇ କରିବି । ବିଜେପି ନେତା କେବଳ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି ନବୀନ ନିଜ ଭାଷଣରେ କହିଛନ୍ତି ।
ଏହାସହ ଜୟପୁରରେ ନବୀନ ରୋଡ ସୋ’ କରିଥିବା ସୂଚନା ରହିଛି ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ